ETV Bharat / bharat

ନୂଆ ଇତିହାସ ରଚିବ ଚଳିତ ସାଧାରଣତନ୍ତ୍ର ଦିବସ - ଚଳିତ ସାଧାରଣତନ୍ତ୍ର ଦିବସ ରଚିବ ନୂଆ ଇତିହାସ

ଆଜି ସାରା ଦେଶରେ ପାଳନ ହେଉଛି 72ତମ ସାଧାରଣତନ୍ତ୍ର ଦିବସ । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଅନେକ ଇତିହାସ ଯୋଡି ହେବାକୁ ଯାଉଛି । ଏନେଇ ଅଧିକ ପଢନ୍ତୁ...

ଚଳିତ ସାଧାରଣତନ୍ତ୍ର ଦିବସ ରଚିବ ନୂଆ ଇତିହାସ
ଚଳିତ ସାଧାରଣତନ୍ତ୍ର ଦିବସ ରଚିବ ନୂଆ ଇତିହାସ
author img

By

Published : Jan 26, 2021, 8:13 AM IST

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି 72 ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ସାରା ଦେଶ ତ୍ରିରଙ୍ଗାରେ ରଙ୍ଗାୟିତ ହୋଇଛି । ଦିଲ୍ଲୀ ରାଜପଥରେ ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାସନାଲ ମେମୋରିଆଲ ୱାରରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ରାଜପଥ ପହଞ୍ଚିବେ । ପତାକା ଉତ୍ତୋଳନ ସମୟରେ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ନିର୍ମଳା ସୀତାରମଣ ସମେତ ଉପସ୍ଥିତ ରହିବେ । ପ୍ରଥମ ଥର ଅତି ନିରାଡମ୍ବର ଜାତୀୟ ପର୍ବକୁ ପାଳନ କରାଯାଉଛି । ଏଥର ଅନେକ ପ୍ରଥମ ଥର ହେବାକୁ ଯାଉଛି, ଅନେକ କିଛି ପରମ୍ପରା ଭାଙ୍ଗିବାକୁ ଯାଉଛି । କମ ସଂଖ୍ୟକ ଅତିଥି ଓ ପରେଡ ଅଂଶଗ୍ରହଣକାରୀ ମଧ୍ୟରେ ଆୟୋଜିତ ହେବ ଜାତୀୟସ୍ତରୀୟ ପରେଡ ଉତ୍ସବ । ଏଥରର ମୁଖ୍ୟ ଆକର୍ଷଣ ରହିବ ରାଫେଲ ଜେଟ ଓ ବିଦେଶୀ ସଶସ୍ତ୍ରବାହିନୀ ଓ ପ୍ରଥମ ଭାରତୀୟ ମହିଳା ଫାଇଟର ପାଇଲଟ ।

ସେପଟେ, ସାଧାରଣତନ୍ତ୍ର ଦିବସରେ କୃଷି ଆଇନକୁ ବିରୋଧ କରି କୃଷକ ସଙ୍ଗଠନ ବିଶାଳ ଟ୍ରାକ୍ଟର ରାଲି କରିବେ । ଗୋଟିଏ ପଟେ ରାଜପଥରେ ପାରମ୍ପରିକ ଯବାନଙ୍କ ପରେଡ ଅନ୍ୟପଟେ ଦିଲ୍ଲୀ ରାଜରାସ୍ତାରେ ଚାଷୀଙ୍କ ଟ୍ରାକ୍ଟଟ ରାଲି । ଯାହା ନୂଆ ଇତିହାସ ରଚିବାକୁ ଯାଉଛି । ତେବେ ଜାତୀୟ ପରେଡ ଆରମ୍ଭ ହେବାରୁ ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ପରେଡରେ ପ୍ରଥମ ଥର ଲଢୁଆ ବିମାନ ରାଫେଲ, ଟି-90ଟ୍ୟାଙ୍କ, ଇଲେକଟ୍ରୋନିକ ଯୁଦ୍ଧକ ପ୍ରଣାଳୀ, ସୁଖୋଇ-30 ଏମକେଆଇ ଯୁଦ୍ଧ ବିମାନ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିବେ । ରାଜପଥରେ 17 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ନିଜର ସଂସ୍କୃତିର ଅନନ୍ୟ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରିବେ । ପ୍ରତିରକ୍ଷା ମନ୍ତ୍ରାଳୟର 6ଟି ମେଢ, ଅନ୍ୟ କେନ୍ଦ୍ର ମନ୍ତ୍ରାଳୟ ଓ ଅର୍ଦ୍ଧସୈନିକ ବଳର 9ଟି ମେଢ ସମେତ ମୋଟ 32ଟି ପ୍ରଜ୍ଞାପନ ମେଢ ଦେଶର ସମୃଦ୍ଧ ସମ୍ପତ୍ତି, ଆର୍ଥିକ ଉନ୍ନତି ଓ ସୈନ୍ୟବଳ ପ୍ରଦର୍ଶିତ ହେବ ।

ଏହି ଅବସରରେ ବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ଲୋକନୃତ୍ୟ ଉପସ୍ଥାନ କରିବେ । ଓଡିଶାର କଳାହାଣ୍ଡିର ମନମୋହକ ଲୋକନୃତ୍ୟ ବଜାଶାଳ, ଫିଟ ଇଣ୍ଡିଆ ମୁଭମେଣ୍ଟ ଓ ଆତ୍ମନିର୍ଭର ଭାରତର ଅଭିଯାନରେ ବାନଗୀ ମଧ୍ୟ ପରିବେଷଣ ହେବ । ସାଧାରଣତନ୍ତ୍ର ପରେଡରେ ପ୍ରଥମ ଥର ବାଂଲାଦେଶ ସେନାର 122 ସଦସ୍ୟ ବିଶିଷ୍ଟ ଏକ ମାର୍ଚିଙ୍ଗ କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବ । ସାଧାରଣତନ୍ତ୍ର ଦିବସ ଅବସରରେ ବିଦ୍ୟାଳୟର ଛାତ୍ର ଲୋକନୃତ୍ୟ ଉପସ୍ଥାପନ କରିବେ । କଳାହାଣ୍ଡିର ମନମୋହକ ଲୋକନୃତ୍ୟ ବଜାଶାଳ, ଫିଟ ଇଣ୍ଡିଆ ମୁଭମେଣ୍ଟ ଓ ଆତ୍ମନିର୍ଭର ଭାରତର ଅଭିଯାନର ବାନଗୀ ମଧ୍ୟ ପରିବେଷଣ ହେବ ।

2019 ର ପ୍ରଥମ ତିନି ଫାଇଟର ପାଇଲଟଙ୍କ ମଧ୍ୟରୁ ଜଣେ ଲେଫ୍ଟ ନାଣ୍ଟ ଭାବନା କାନ୍ତା ଭାରତୀୟ ବାୟୁସେନାର ପ୍ରଜ୍ଞାପନ ମେଢରେ ସାମିଲ ହେବେ । ଭାରତର କ୍ଷେପଣାସ୍ତ୍ରରେ ନିର୍ମିତ ହାଲୁକା ଯୁଦ୍ଧ ବିମାନ, ହାଲୁକା ଯୁଦ୍ଧ ହେଲିକପ୍ଟର ଏବଂ ଏକ ସୁଖୋଇ ଫାଇଟର ଜେଟର ମେଢ ପ୍ରଦର୍ଶନ କରାଯିବ । ଏହା ଆତ୍ମନିର୍ଭର ଭାରତର ଶକ୍ତି ଭାବେ ପ୍ରଦର୍ଶିତ କରିବ।ସେହିପରି ଜମ୍ମୁ-କାଶ୍ମୀରରୁ ଅଲଗା ହେବା ପରେ ପ୍ରଥମ ଥର ଲଦାଖ ତାର ପ୍ରଜ୍ଞାପନ ମେଢ ପରିବେଷଣ କରିବ । ଉତ୍ତରପ୍ରଦେଶର ରାମ ମନ୍ଦିର ସମେତ କୋଭିଡ ଟୀକା କୁ ନେଇ ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରାଯିବ । ପ୍ରଥମ ଥର ଆଣ୍ଡାମାନ ଓ ନିକୋବର ଦ୍ବୀପ କଣ୍ଟିଜେଣ୍ଟ ପରେଡରେ ଅଂଶଗ୍ରହଣ କରିବେ ।

ଏହା ସହ 55 ବର୍ଷରେ ପ୍ରଥମ ଥର ବିନା ବିଦେଶୀ ଅତିଥିଙ୍କ ଅନୁପସ୍ଥିତିରେ ରାଜପଥରେ ପରେଡ ହେବ । ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଚଳିତ ବର୍ଷ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ବ୍ରିଟେନର କୋରୋନାର ନୂଆ ଷ୍ଟ୍ରେନ ଅଧିକ ସାଙ୍ଘାତିକ ହେବାରୁ ସେ ଏହି ଜାତୀୟ ଉତ୍ସବରେ ଅଂଶଗ୍ରହଣ କରିବେ ନାହିଁ । କୌଣସି ପ୍ରକାରର ମୋଟର- ଷ୍ଟଣ୍ଟ ସହ ଗ୍ୟାଲେଣ୍ଟ୍ରି ପୁରସ୍କାର ରହିବ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.