ETV Bharat / bharat

ରାମ ମନ୍ଦିର ନିର୍ମାଣ ପାଇଁ ମୁସଲିମ ପରିବାର ଦେଲେ 1,01,101ଟଙ୍କା - 1 ଲକ୍ଷ ଦାନ

ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ କର୍ଣ୍ଣାଟକର ସିମୋଗାର ଜଣେ ମୁସଲିମ ପରିବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ 1 ଲକ୍ଷ ଟଙ୍କା ଦାନ କରିଛନ୍ତି ।

ରାମ ମନ୍ଦିର ନିର୍ମାଣ ପାଇଁ 1ଲକ୍ଷ ଦାନ କଲେ ମୁସଲିମ ପରିବାର

author img

By

Published : Jan 15, 2021, 7:47 PM IST

ବେଙ୍ଗାଲୁରୁ: ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମିରେ ଭବ୍ୟ ରାମ ମନ୍ଦିର ନିର୍ମାଣ ନେଇ ସାରା ଭାରତ ବର୍ଷରୁ ଅର୍ଥଦାନ ଅଭିଯାନ ଆରମ୍ଭ ହୋଇଛି । ଯେଉଁଥିରେ କୋଟି କୋଟି ହିନ୍ଦୁ ନିଜ ଆର୍ଥିକ ସମ୍ବଳ ଅନୁସାରେ, ମୁକ୍ତହସ୍ତରେ ଅର୍ଥଦାନ କରୁଥିବାବେଳେ ଜଣେ ମୁସଲିମ ପରିବାର ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଆଉ ରାମଙ୍କ ଭବ୍ୟ ଦିବ୍ୟ ମନ୍ଦିର ନିର୍ମାଣ ପାଇଁ 1ଲକ୍ଷ ଟଙ୍କା ଦାନ କରିଛନ୍ତି ।

କର୍ଣ୍ଣାଟକର ସିମୋଗାର ଜଣେ ମୁସଲିମ ପରିବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ 1 ଲକ୍ଷ ଟଙ୍କା ଦାନ କରିଛନ୍ତି । ଆଜି(ଶୁକ୍ରବାର) ମୁଜିବ ଓ ତାଙ୍କ ପରିବାର ପକ୍ଷରୁ 1 ଲକ୍ଷ 1ହଜାର 101 ଟଙ୍କା ଏକ ଚେକ ମାଧ୍ୟରେ ଶ୍ରୀରାମ ମନ୍ଦିର ସମର୍ପଣ ନିଧିକୁ ପ୍ରଦାନ କରିଛନ୍ତି । ତେବେ ମୁଜିବ ସିମୋଗା ସହରରେ 93-ବିଡି ଇଣ୍ଡଷ୍ଟ୍ରି ଚଳାଉଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଅଯୋଧ୍ୟାର ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସାରା ଭାରତବର୍ଷରୁ ଅର୍ଥ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଯେଉଁଥିରେ ଦେଶର ପ୍ରଥମ ନାଗରିକ ହିସାବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାମିଲ ହୋଇ ବ୍ୟକ୍ତିଗତ ଭାବେ 5 ଲକ୍ଷ ଟଙ୍କା ଅର୍ଥ ଦାନ କରିଥିବାବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ 1 ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.