ଅମରାବତୀ: ଆନ୍ଧ୍ରପ୍ରଦେଶ କଡପା ଜିଲ୍ଲା ମିଟ୍ଟାମେଡାପାଲ୍ଲୀ ଅଞ୍ଚଳରୁ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି । ଜଣେ ମାଆ ନିଜ ତିନି ଶିଶୁଙ୍କ ସହ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯେଉଁଥିରେ ତାଙ୍କ ତିନୋଟି ଯାକ ସନ୍ତାନଙ୍କ ମୃତ୍ୟୁ ଘଟିଛି ଏବଂ ମହିଳା ଜଣକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ତେବେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଘରୋଇ କଳହକୁ କେନ୍ଦ୍ରକରି ମହିଳାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ