ETV Bharat / bharat

ତିନି ପିଲାଙ୍କୁ ବିଷ ଦେଇ ମାରିବା ପରେ ଆତ୍ମହତ୍ୟା କଲା ମାଆ - କର୍ଣ୍ଣାଟକ ଖବର

ନିଜର ତିନି ସନ୍ତାନଙ୍କୁ ବିଷ ଦେଇ ହତ୍ୟାକଲା ମାଆ । ନିଜର ତିନି ପିଲାଙ୍କୁ ବିଷ ଦେଇ ମାରିବା ପରେ ନିଜେ ବେକରେ ଫାଶୀ ଲଗାଇ ଝୁଲିପଡିଲା ମାଆ । ପଢନ୍ତୁ ପୁରା ଘଟଣା

ତିନି ପିଲାଙ୍କୁ ବିଷ ଦେଇ ମାରିବା ପରେ ଆତ୍ମହତ୍ୟା କଲା ମାଆ

author img

By

Published : Dec 2, 2022, 3:47 PM IST

Updated : Dec 2, 2022, 4:08 PM IST

ବେଙ୍ଗାଲୁରୁ: ନିଜର ତିନି ସନ୍ତାନଙ୍କୁ ବିଷ ଦେଇ ହତ୍ୟାକଲା ମାଆ । ନିଜର ତିନି ପିଲାଙ୍କୁ ବିଷ ଦେଇ ମାରିବା ପରେ ନିଜେ ଫାଶୀ ଲଗାଇ ଝୁଲିପଡିଲା ମାଆ । କର୍ଣ୍ଣାଟକ ମାଣ୍ଡ୍ୟା ଅଞ୍ଚଳରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ୩୦ ବର୍ଷୀୟା ଉଷ୍ଣା କୌଶର ଏବଂ ସେ ଏକ ଘରୋଇ ନର୍ସିଂହୋମରେ କାର୍ଯ୍ୟ କରୁଥିଲେ । ତାଙ୍କ ସ୍ବାମୀ ଜଣେ କାର୍ ମେକାନିକ୍ ଅଟନ୍ତି ।

କାହିଁକି ମହିଳା ଜଣକ ନିଜ ଜନ୍ମକଲା ସନ୍ତାନଙ୍କୁ ହତ୍ୟା କରିବା ପରେ ନିଜେ ଏପରି ଚରମ ପଦକ୍ଷେପ ନେଲେ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ପାରିବାରିକ ବିବାଦକୁ କେନ୍ଦ୍ରକରି ଏହି ଅଭାବନୀୟ ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଉଦ୍ଧାର କରି ଛାନଭିନ୍ ଚଳାଇଛି ।

ସୂଚନା ମୁତାବକ, ମାଣ୍ଡ୍ୟା ଅନ୍ତର୍ଗତ ମଦ୍ଦୁର ସହରରେ ଏହି ଘଟଣା ଘଟିଛି । ଗତକାଲି ରାତିରେ ମହିଳା ଜଣକ ନିଜ ତିନି ସନ୍ତାନଙ୍କ ଖାଦ୍ୟରେ ବିଷ ମିଶାଇ ଦେଇଥିଲେ । ଯେଉଁ କାରଣରୁ ତାଙ୍କର ୭ ବର୍ଷୀୟ ପୁଅ ହରିଶ ଦୁଇ ନାବାଳିକା ଝିଅ ଆଲିଶା(୪) ଏବଂ ଆନମ(୨)ଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ନିଜେ ଉଷ୍ଣା ବେକରେ ପିନ୍ଧା ଲୁଗା ଫାଶୀ ଲଗାଇ ଝୁଲି ପଡିଥିଲେ । ତେବେ ଗତ ବର୍ଷେ ହେବ ସ୍ବାମୀଙ୍କ ସହ ଉଷ୍ଣାଙ୍କର ବିବାଦ ରହିଥିଲା । ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି କୁହାଯାଉଛି ।

Last Updated : Dec 2, 2022, 4:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.