ETV Bharat / bharat

ମଣିଷ ନା ରାକ୍ଷାସ ? ବୃଦ୍ଧାଙ୍କୁ ହତ୍ୟା ପରେ ଝୁଣି ଖାଇଲା ମାଂସ

author img

By

Published : May 28, 2023, 11:00 AM IST

ରାଜସ୍ଥାନ ପାଲି ଜିଲ୍ଲାରୁ ସାମନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ପ୍ରଥମେ ହତ୍ୟା ଓ ପରେ ନରମାଂସ ଭକ୍ଷଣ କରିଛି ହତ୍ୟାକାରୀ । ଅଧିକ ପଢନ୍ତୁ

ହତ୍ୟା ପରେ ମାଂସ ଝୁଣି ଖାଇଲା ନରଭକ୍ଷଣକାରୀ ରାକ୍ଷସ

ଜୟପୁର: ବୃଦ୍ଧାଙ୍କ ମୁଣ୍ଡକୁ ଛେଚି ପ୍ରଥମେ ହତ୍ୟା ଓ ପରେ ତାଙ୍କ ମାଂସ ଭକ୍ଷଣ କରିଛି ଅପରାଧୀ । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ରାଜସ୍ଥାନ ସ୍ଥିତ ପାଲି ଜିଲ୍ଲାର ସାମନାକୁ ଆସିଛି । ଘଟଣା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ପୋଲିସର ସୂଚନା ଅନୁସାରେ ସେନ୍ଦ୍ରା ଥାନା ଅଧୀନରେ ଥିବା ସରଧନା ଗାଁରେ ଗତ ଶୁକ୍ରବାର ଦିନ ଘଟିଛି ଏଭଳି ନାରକୀୟ କାଣ୍ଡ । ମୃତକ ହେଉଛନ୍ତି ସେହି ଗାଁର ଶାନ୍ତି ଦେବୀ । ଯାହାଙ୍କ ବୟସ 65 ବର୍ଷ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, ମହିଳା ଜଣକ ଚାଷ ଜମି ନିକଟକୁ ଯାଇଥିବା ସମୟରେ ତାଙ୍କୁ ଏକୁଟିଆ ପାଇ ଅଭିଯୁକ୍ତ ଯୁବକ ଜଣକ ତାଙ୍କ ମୁଣ୍ଡକୁ ପ୍ରଥମେ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିଲା । ଆଉ ତାପରେ ମୃତଦେହ ପାଖରେ ବସି ବୃଦ୍ଧାଙ୍କ ମାଂସ ଭକ୍ଷଣ କରିଥିଲା । ସେହି ସମୟରେ ଜଣେ ଛେଳି ଚରାଳି ଛେଳି ନେଇ ଫେରୁଥିବାବେଳେ ଏପରି ଦୃଶ୍ୟ ଦେଖି ଭୟଭୀତ ହୋଇଯାଇଥିଲେ । ତେବେ ଅଭିଯୁକ୍ତ ଯୁବକର ମାନସିକ ସ୍ଥିତି ଠିକ୍ ନଥିବା ତାର ଆଚରଣରୁ ଜଣାପଡୁଛି । ଏହାସହ ଯୁବକ ଜଣକ ହାଇଡ୍ରୋଫୋବିଆ ରୋଗରେ ପୀଡିତ ବୋଲି କହିଛନ୍ତି ଡାକ୍ତର । ତେବେ ଅଭିଯୁକ୍ତ ଜଣକ ନିକଟରେ ମୁମ୍ବାଇରୁ ସେନ୍ଦ୍ରା ଆସିଥିବା ଜଣାପଡିଛି । ଯାହାର ପ୍ରମାଣ ସ୍ବରୂପ ଯୁବକ ନାଁରେ ଥିବା ଟିକେଟ୍ ମଧ୍ୟ ପୋଲିସକୁ ହସ୍ତଗତ ହୋଇଛି ।

ଏପରିକି ଡାକ୍ତରୀ ମାଇନା ସମୟରେ ମଧ୍ୟ ଡାକ୍ତରଖାନାରେ ଅଭିଯୁକ୍ତ ଜଣକ ହଙ୍ଗାମା କରିଥିବା ଦେଖିବାକୁ ମିଳିଥିଲା । ହତ୍ୟାକାରୀ ଯୁବକ ଜଣକ ମୁମ୍ବାଇର ସୁରେନ୍ଦ୍ର ଠାକୁର ଏବଂ ତାର ବୟସ ମାତ୍ର 24 ବର୍ଷ । ତେବେ ଡାକ୍ତରଙ୍କ କହିବା ଅନୁସାରେ ଅତୀତରେ ହୁଏତ କୁକୁର କାମୁଡିବା ଦ୍ବାରା ଜଳାନ୍ତକ ରୋଗର ଶିକାର ହୋଇଛି ଯୁବକ । ସଠିକ ଭାବରେ ସ୍ବାସ୍ଥ୍ୟ ପରୀକ୍ଷା ହୋଇନଥିବାରୁ ସେ ଏଭଳି ଆଚରଣ କରୁଥିବା ସନ୍ଦେହ କରାଯାଉଛି । ସେପଟେ ବୃଦ୍ଧାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ।

ଅପରପକ୍ଷେ ହତ୍ୟାକାରୀ ଜଣକ ମାନସିକ ଭାବେ ସୁସ୍ଥ ନଥିବାରୁ ବର୍ତ୍ତମାନ ତାର ଚିକିତ୍ସା ଜାରି ରଖିଛନ୍ତି ଡାକ୍ତର । ତେବେ ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ହତ୍ୟା ମାମଲାରେ ଅଭିଯୁକ୍ତ ବିରୋଧରେ 302 ଦଫା ଲାଗିଛି । ଏଭଳି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବୃଦ୍ଧାଙ୍କୁ ଏଭଳି ନୃଶଂସ ଭାବେ ହତ୍ୟା ଓ ପରେ ତାଙ୍କ ମାଂସ ଭକ୍ଷଣ କରିବା ଘଟଣା ଏବଂ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.