ETV Bharat / bharat

୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ, ମାର୍ଚ୍ଚରେ ଆସିବ କି ବାତ୍ୟା ? - ବଙ୍ଗୋପସାଗରରେ ଲଘୁଚାପ

ଆଗାମୀ ୨୪ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୂମାନ । ପ୍ରଭାବ ନେଇ ହୋଇନାହିଁ ସ୍ପଷ୍ଟ ଆକଳନ । ଅଧିକ ପଢନ୍ତୁ

୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ
୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ
author img

By

Published : Mar 15, 2022, 3:25 PM IST

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଭାରତ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରୀୟ ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୂମାନ କରିଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପୂର୍ବାନୂମାନ ନେଇ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

  • A Low Pressure Area likely form over Equatorial Indian Ocean & adjoining Southwest Bay of Bengal during next 24 hours.

    — Meteorological Centre, Bhubaneswar (@mcbbsr) March 15, 2022 " class="align-text-top noRightClick twitterSection" data=" ">

ସେହିପରି ଲଘୁଚାପର ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ସୂଚନା ଆକଳନ କରାଯାଇନାହିଁ । ଏହା ସୃଷ୍ଟି ହେବା ପରେ ଓଡିଶା ସମେତ ପୂର୍ବ ଉପକୂଳରେ କଣ ପ୍ରଭାବ ରହିବ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ ।

ଏପଟେ ଭାରତୀୟ ପାଣିପାଗ ବିଭାଗ (IMD ) ପକ୍ଷରୁ ମଧ୍ୟ ଲଘୁଚାପର ପରିବର୍ତ୍ତି ସ୍ଥିତି ନେଇ କୌଣସି ଆକଳନ ହୋଇନାହିଁ । ଏହା ସୃଷ୍ଟି ହେବା ପରେ ଅଧିକ ଘନିଭୂତ ହୋଇ ଗଭୀର ଅବପାତର ରୂପ ନେବ କି ନାହିଁ ତାହା ସ୍ପଷ୍ଟ କରାଯାଇନାହିଁ । ତେବେ IMD ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରାଯାଇନାହିିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.