ETV Bharat / bharat

ମୁମ୍ବାଇରେ କୋଠା ଭୁଶୁଡି ୩ ମୃତ

author img

By

Published : Jul 23, 2021, 12:45 PM IST

ମହାରାଷ୍ଟ୍ର ମୁମ୍ବାଇର ଗୋଭାଣ୍ଡି ଶିବାଜୀ ନଗରରେ କୋଠା ଭୁଶୁଡି 10 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ମୁମ୍ବାଇରେ କୋଠା ଭୁଶୁଡି ୩ ମୃତ
ମୁମ୍ବାଇରେ କୋଠା ଭୁଶୁଡି ୩ ମୃତ

ମୁମ୍ବାଇ: ମହାରାଷ୍ଟ୍ର ମୁମ୍ବାଇର ଗୋଭାଣ୍ଡି ଶିବାଜୀ ନଗରରେ ଅଭାବନୀୟ ଘଟଣା । ଏକ କୋଠା ଭୁଶୁଡି ପଡିବାରୁ ୧୦ ଜଣ ଆହତ ହୋଇଛନ୍ତି । ତେବେ ଚିକିତ୍ସାଧିନ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ତେବେ ମୁମ୍ବାଇରେ ଏଭଳି ଘଟଣା ଘଟିଥିବା ନେଇ ସୂଚନା ଦେଇଛି ମୁମ୍ବାଇ ପୋଲିସ । ଏଥିରେ ଆହତ ୧୦ ଜଣଙ୍କୁ ରାଜଓ୍ବାଡି ଏବଂ ସିଅନ ହସ୍ପିଟାଲରେ ମ୍ୟୁନିସିପାଲ କର୍ପୋରେସନ ଭର୍ତ୍ତି କରିଥିଲା କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ କୋଠାଟି କାହିଁକି ଓ କେଉଁ ପରିସ୍ଥିତିରେ ଭୁଶୁଡିଲା ସେନେଇ ପୋଲିସ ଅଧିକ ତଦନ୍ତ ଜାରୀ ରଖିଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.