ETV Bharat / bharat

ଲୋମହର୍ଷଣକାରୀ ଘଟଣା: ଝିଅର ମୃତଦେହ ସହ 4 ଦିନ ବିତାଇଲା ମାଆ - କର୍ଣ୍ଣାଟକ ନ୍ୟୁଜ

ଝିଅର ମୃତଦେହ ସହ 4 ଦିନ ବିତାଇଲା ମାଆ । ଦୁର୍ଗନ୍ଧ ପରେ କବାଟ ଭାଙ୍ଗି ଘଟଣା ପ୍ରକାଶ କଲେ ପଡୋଶୀ । ଅଧିକ ପଢନ୍ତୁ

ଲୋମହର୍ଷଣକାରୀ ଘଟଣା: ଝିଅର ମୃତଦେହ ସହ 4 ଦିନ ବିତାଇଲା ମାଆ

author img

By

Published : May 31, 2022, 7:56 PM IST

ବେଙ୍ଗାଲୁରୁ: ଝିଅର ମୃତଦେହ ସହ 4 ଦିନ ବିତାଇଲା ମାଆ । 30 ବର୍ଷର ଝିଅ ରୂପାର ମୃତ୍ୟୁ ହୋଇଯିବା ପରେ ମଧ୍ୟ ପଡୋଶୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ନ ଜଣାଇ ମାଆ ନାଗମ୍ମା ମୃତଦେହ ସହ 4 ଦିନ ବିତାଇବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ହଲ୍ଲାହଲ୍ଲି ହ୍ରଦ ନିକଟ ନ୍ୟୁ ତାମିଲି କଲୋନୀରେ ।

ସୂଚନା ଅନୁଯାୟୀ, ମୃତଦେହ ପଚି ଦୁର୍ଗନ୍ଧ କରିବାରୁ ପଡୋଶୀ ପ୍ରଥମେ କୌଣସି ମୂଷା କିମ୍ବା ଅନ୍ୟାନ୍ୟ ଜୀବଜନ୍ତୁ ମରିଥିବା ଭାବିଥିଲେ । କିନ୍ତୁ ନାଗମ୍ମା ଏବଂ ତାଙ୍କ ଝିଅ ରୂପା 4 ଦିନ ଧରି ଘରୁ ନବାହାରିବାକୁ ନେଇ ସନ୍ଦେହ କରିଥିଲେ । ଏହାପରେ ନଗମ୍ମାଙ୍କ ଘରକୁ ଯାଇ କବାଟ ଭାଙ୍ଗିଦେବା ପରେ ଯେଉଁ ଦୃଶ୍ୟ ଦେଖିଥିଲେ, ତାହା ସମସ୍ତଙ୍କୁ ତାଜୁବ କରିଦେଇଥିଲା । ନାଗମ୍ମା ଝିଅର ମୃତ ଶରୀର ନିକଟରେ ବସିଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଭୟଭୀତ ହୋଇ ପଡୋଶୀ ତୁରନ୍ତ ଏନେଇ ପୋଲିସକୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ଅନ୍ତିମ ସତ୍କାର କରିଛି ।

ତେବେ 30 ବର୍ଷିୟା ମୃତ ରୂପା ହୋମଗାର୍ଡ ଭାବରେ କାମ କରୁଥିଲେ । କୌଣସି କାରଣରୁ ତାଙ୍କୁ କିଛି ମାସ ପୂର୍ବରୁ ପ୍ରୋବେସନରୁ ନିଲମ୍ବିତ କରାଯାଇଥିଲା । ସେ କାମକୁ ଫେରିବେ ବୋଲି ନିକଟରେ ଏକ ଚିଠି ଲେଖିଥିଲେ । ରୂପା 10 ବର୍ଷ ପୂର୍ବେ ବିବାହ କରିଥିଲେ ଏବଂ ପାରିବାରିକ କଳହ କାରଣରୁ 5 ବର୍ଷ ହେବ ସ୍ୱାମୀ ଏବଂ ଦୁଇ ପିଲାଙ୍କଠାରୁ ଅଲଗା ହୋଇ ବାପଘରେ ରହି ଆସୁଥିଲେ । ଖବର ଅନୁଯାୟୀ, ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ମଧ୍ୟ ଏହି କିଛିଦିନ ହେବ ରୂପା ସ୍ବାମୀଙ୍କ ସହ ରହୁଥିଲେ ।

ଅନ୍ୟପଟେ ଉଭୟ ମାଆ ଏବଂ ଝିଅ କିଛିଦିନ ହେବ ମଦ୍ୟପାନ ନିଶାରେ ପଡି ଯାଇଥିଲେ । ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିବା ସ୍ଥାନୀୟ ଲୋକ କହିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.