ETV Bharat / bharat

ଲଭ, ସେକ୍ସ, ଧୋକା : 38ଟି ଫେକ୍ ଆକାଉଣ୍ଟରୁ ଇଞ୍ଜିନିୟରଙ୍କ ଅଶ୍ଲୀଳ ଫଟୋ ଭାଇରାଲ - ଯୁବକଙ୍କ ଫଟୋ ଭାଇରାଲ କଲେ ଯୁବତୀ

ଉତ୍ତରପ୍ରଦେଶରେ ଇଞ୍ଜିନିୟରଙ୍କୁ ବ୍ଲାକମେଲ୍ ଅଭିଯୋଗ । 10ଲକ୍ଷ ଟଙ୍କା ନଦେଲେ ଫଟୋ ଭାଇରାଲ କରିବା ନେଇ ଧମକ ଦେଇଥିଲେ ଜଣେ ଯୁବତୀ । ବର୍ତ୍ତମାନ ବିଭିନ୍ନ ଫେକ୍‌ ଆକାଉଣ୍ଟରୁ ତାଙ୍କ ଫଟୋ ଭାଇରାଲ କରିଛନ୍ତି । ଅଧିକ ପଢନ୍ତୁ

ଫେକ୍ ଆକାଉଣ୍ଟରୁ ଇଞ୍ଜିନିୟରଙ୍କ ଫଟୋ ଭାଇରାଲ
ଫେକ୍ ଆକାଉଣ୍ଟରୁ ଇଞ୍ଜିନିୟରଙ୍କ ଫଟୋ ଭାଇରାଲ
author img

By

Published : Jul 18, 2023, 6:55 AM IST

ଲକ୍ଷ୍ନୌ: ଇଞ୍ଜିନିୟରଙ୍କୁ ବ୍ଲାକମେଲ୍ ଅଭିଯୋଗ । 10ଲକ୍ଷ ଟଙ୍କା ନଦେଲେ ଇଞ୍ଜିନିୟରଙ୍କ ଫଟୋ ଭାଇରାଲ କରିବାକୁ ଧମକ ଦେଇଥିଲେ । ବର୍ତ୍ତମାନ ଅନେକ ଫେକ୍‌ ଆକାଉଣ୍ଟ୍‌ରୁ ତାଙ୍କ ଅଶ୍ଲୀଳ ଫୋଟ ଭାଇରାଲ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସରୋଜନୀ ନଗରରେ । ପ୍ରଥମେ ଇଞ୍ଜିନିୟରଙ୍କୁ ପ୍ରେମ ଜାଲରେ ଫସାଇଲେ ଯୁବତୀ । ଆଉ ପରେ ଅଶ୍ଲୀଳ ଫଟୋ ଉଠାଇବା ସହ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଥିଲେ । ହେଲେ ଲୋକଲଜ୍ଜା ଭୟରେ ଇଞ୍ଜିନିୟର ଜଣକ କାହାକୁ କିଛି କହିନଥିଲେ ମଧ୍ୟ ଫଟୋ ଭାଇରାଲ ହେବା ପରେ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏନେଇ ସରୋଜନୀ ନଗର ଥାନାରେ ଇଞ୍ଜିନିୟର ଜଣଙ୍କ ସଂପୃକ୍ତ ଯୁବତୀଙ୍କ ନାଁରେ ଏତଲା ଦେଇଛନ୍ତି । ତେବେ ବିଭିନ୍ନ ଫେକ୍ ଆକାଉଣ୍ଟ ଜରିଆରେ ଇଞ୍ଜିନିୟରଙ୍କ ଫଟୋ ଭାଇରାଲ ହୋଇଥିବା ଜଣା ପଡିଛି ।

ସୂଚନା ଅନୁସାରେ, ଯୁବକ ଜଣକ ପ୍ରୟାଗରାଜ ଅଞ୍ଚଳର ହୋଇଥିବାବେଳେ ସରୋଜନୀ ନଗରରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ । କିଛି ଦିନ ଧରି ସେ ସରୋଜନୀ ନଗର ସ୍ଥିତ ଏକ ଭଡ଼ା ଘରେ ରହି ଆସୁଥିଲେ । ତେବେ ସେହି ଘରେ ଭଡ଼ାରେ ରହୁଥିବା ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରଥମେ ବନ୍ଧୁତା ହୋଇଥିଲା । ପରେ ବନ୍ଧୁତାରୁ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବା ପରେ ସେମାନେ ଅଧିକରୁ ଅଧିକ ସମୟ ବିତାଇବାକୁ ଲାଗିଥିଲେ।

ଏପରିକି ପରସ୍ପର ସହିତ ଅନେକ ସମୟରେ ହ୍ୱାଟସଆପ ମାଧ୍ୟମରେ ଚାଟ୍ ଓ ଭିଡିଓ କଲ୍ ଦ୍ବାରା ଯୋଗାଯୋଗରେ ରହୁଥିଲେ। ଏହାପରେ ସମ୍ପର୍କ ଆହୁରି ନିବିଡ଼ ହୋଇଥିଲା । ତେଣୁ ଯୁବତୀ ଜଣକ ଯୁବ ଇଞ୍ଜିନିୟର ଜଣଙ୍କ ରହୁଥିବା ଘରକୁ ମଧ୍ୟ ଯିବା ଆସିବା କରିବାରେ ଲାଗିଥିଲେ । ଏହାରି ଭିତରେ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ସହିତ ଯୁବକଙ୍କ ଆପତ୍ତିଜନକ ଫଟୋ ନେବାରେ ସକ୍ଷମ ହୋଇଥିଲେ ସମ୍ପୃକ୍ତ ଯୁବତୀ।

ଏହା ମଧ୍ୟ ପଢନ୍ତୁ...ସମ୍ପର୍କ ବଢ଼ାଇ ଲୁଟୁଥିଲେ ସୁନା ଅଳଙ୍କାର, ବାନ୍ଧିଲା ପୋଲିସ

ଏହାପରେ ସେହି ଫଟୋକୁ ନେଇ ଯୁବତୀ ଜଣକ ଆରମ୍ଭ କରିଥିଲେ ଗେମ୍ ପ୍ଲାନ। 10ଲକ୍ଷ ଟଙ୍କା ନଦେଲେ ଫଟୋ ଓ ଭିଡିଓ ଭାଇରାଲ କରିଦେବାର ଧମକ ଦେଇଥିଲେ । ଆଉ ଟଙ୍କା ଦେବାକୁ ଅମଙ୍ଗ ହେବାରୁ ଯୁବକଙ୍କ ଫଟୋ ଭାଇରାଲ ମଧ୍ୟ କରାଯାଇଥିଲା । ପାଖାପାଖି 38ଟି ଫେକ୍ ଆକାଉଣ୍ଟ ଖୋଲାଯାଇ ଏହି ଫଟୋ ଗୁଡ଼ିକ ଭାଇରାଲ କରାଯାଇଥିବା ଜଣାପଡିଛି। ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତ ଯୁବକ। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଏହିଭଳି ଅନେକ ଯୁବକଙ୍କୁ ନିଜ ପ୍ରେମ ଜାଲରେ ଫସାଇ ସମ୍ପୃକ୍ତ ଯୁବତୀ ଟଙ୍କା ହଡ଼ପ କରିଥିବା ନେଇ ପୋଲିସ ସନ୍ଦେହ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.