ETV Bharat / bharat

ସ୍କୁଲରେ ୪ ବର୍ଷର ଝିଅକୁ ଯୌନ ନିର୍ଯାତନା, ପ୍ରିନ୍ସିପାଲଙ୍କ ଡ୍ରାଇଭର ଗିରଫ - ହାଇଦ୍ରାବାଦରେ ୪ ବର୍ଷର ଝିଅକୁ ଯୌନ ନିର୍ଯାତନା

ସ୍କୁଲ ଭିତରେ ୪ ବର୍ଷର ଝିଅକୁ ଯୌନ ନିର୍ଯାତନା । ସ୍କୁଲ ପ୍ରିନ୍ସିପାଲଙ୍କ ଡ୍ରାଇଭର ବିରୁଦ୍ଧରେ ଅଭିଯୋଗ କଲେ ପରିବାର ଲୋକେ । ଅଧିକ ପଢନ୍ତୁ

ହାଇଦ୍ରାବାଦରେ ୪ ବର୍ଷର ଝିଅକୁ ଯୌନ ନିର୍ଯାତନା

author img

By

Published : Oct 19, 2022, 12:58 PM IST

ହାଇଦ୍ରାବାଦ: ସ୍କୁଲ ଭିତରେ ୪ ବର୍ଷୀୟ ଏଲକେଜି ଛାତ୍ରୀଙ୍କୁ ଯୌନ ନିର୍ଯାତନା(A four year old girl student sexually assaulted) । ସ୍କୁଲ ପ୍ରିନ୍ସପାଲଙ୍କ ଡ୍ରାଇଭର ୪ ବର୍ଷର କୁନି ଝିଅଟିକୁ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି । ସୋମବାର ହାଇଦ୍ରାବାଦ ସହରରେ ଥିବା ଏକ ସ୍କୁଲରୁ ଏହି ପାଶବିକତା ସାମ୍ନାକୁ ଆସିଛି । ପୀଡିତା ଶିଶୁକନ୍ୟାର ବାପାମାଆଙ୍କ ଅଭିଯୋଗ ପରେ ପୋଲିସ ୩୬ ବର୍ଷୀୟ ଅଭିଯୁକ୍ତ ଡ୍ରାଇଭର ରଜନୀ କୁମାରକୁ ଗିରଫ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଅଭିଯୋଗ ଅନୁଯାୟୀ, ସୋମବାର ଦିନ ଏହି ଘଟଣା ଘଟିଥିଲା । ଗତ ୧୦ ବର୍ଷ ହେଲା ପ୍ରିନ୍ସପାଲଙ୍କ ଡ୍ରାଇଭର ରହିଥିବା ରଜନୀ ପ୍ରିନ୍ସିପାଲ ଚ୍ୟାମ୍ବର ପାଖରେ ଥିବା ଲ୍ୟାବ୍ ଭିତରେ ୪ ବର୍ଷର ଝିଅଟିକୁ ଯୌନ ନିର୍ଯ୍ୟାତନା ଦେଇଥିଲା । ସେ ଗତ ଦୁଇ ମାସ ହେଲା ଝିଅଟି ସହ ଏପରି ଭାବେ ଅସଦାଚରଣ କରିଆସୁଥିଲା । ସୋମବାର ପୀଡିତା ଛାତ୍ରୀ ସ୍କୁଲର କାନ୍ଦି କାନ୍ଦି ଘରକୁ ଫେରିଥିଲେ । ପିଲାଟିର ମାଆ ତାକୁ ପଚରାଉଚରା କରିବାରୁ ପ୍ରିନ୍ସପାଲଙ୍କ ଡ୍ରାଇଭର ତା' ସହ କରିଥିବା ବ୍ୟବହାର ସମ୍ପର୍କରେ ସେ ସବୁକଥା ଜଣାଇଥିଲା ।

ଏହାମଧ୍ୟ ପଢନ୍ତୁ: କେନ୍ଦ୍ରୀୟ ବିଦ୍ୟାଳୟରେ ୧୧ ବର୍ଷୀୟା ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଏହାର ପରଦିନ ପରିବାର ଲୋକେ ଝିଅକୁ ନେଇ ସ୍କୁଲକୁ ଯାଇଥିଲେ ଏବଂ କିଏ ତାଙ୍କ ସହ ଅସଦାଚରଣ କରିଥିଲା ବୋଲି ଦେଖାଇବାକୁ କହିଥିଲେ । କୁନି ଝିଅଟି ଡ୍ରାଇଭର ରଜନୀ ଆଡକୁ ଇସାରା କରିବା ପରେ ସେଠାରେ ପରିବାର ଲୋକେ ତାକୁ ଖୁବ୍ ମାଡ ଦେଇଥିଲେ ଏବଂ ଏନେଇ ବନଜାରା ହିଲ୍ସ ପୋଲିସ ଷ୍ଟେସନ(Banjarahills police station)ରେ ଅଭିଯୋଗ କରିଥିଲେ । ମଙ୍ଗଳବାର ଦିନ ପୋଲିସ ଅଭିଯୁକ୍ତକୁ ଗିରଫ କରି ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଥିବା ସୂଚନା ମିଳିଛି । ତେବେ ସ୍କୁଲ ଭିତରେ ଛାତ୍ରୀଙ୍କ ସହ ଯୌନ ନିର୍ଯାତନା ଏବେ ଅଭିଭାବକଙ୍କ ମଧ୍ୟରେ ଆଲୋଡନ ଖେଳାଇଛି । ସ୍ଥାନୀୟ ଲୋକେ ଥାନାରେ ପହଞ୍ଚି ଅଭିଯୁକ୍ତକୁ କଠୋର ସଜ୍ଜା ଦେବାକୁ ଦାବି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.