ETV Bharat / bharat

ଚାଷ କାର୍ଯ୍ୟରେ ଲାଗିବ ହେଲିକପ୍ଟର, 7 କୋଟି ବ୍ୟୟରେ କିଣିବେ ଛତିଶଗଡ ଚାଷୀ - ବ୍ୟାଙ୍କ ଚାକିରି ଛାଡି ସଫଳ ଚାଷୀ

କୋଣ୍ଡଗାଓଁ ଜିଲ୍ଲାର ଚାଷୀ ରାଜାରାମ ତ୍ରିପାଠୀ ତାଙ୍କର 1000 ଏକର ଚାଷ ଜମି ଉପରେ ନଜର ରଖିବା ପାଇଁ 7 କୋଟି ଟଙ୍କା ହେଲିକପ୍ଟର କିଣିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

farmer is going to buy a helicopter
farmer is going to buy a helicopter
author img

By

Published : Jul 3, 2023, 12:50 PM IST

ରାୟପୁର: ଦିନକୁ ଦିନ ବିଜ୍ଞାନ କ୍ଷେତ୍ରରେ ଯେତେ ବିକାଶ ହେଉଛି କୃଷି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ପ୍ରୟୋଗ ହେଉଛି । ସେଥିପାଇଁ କ୍ଷେତରେ ଆବଶ୍ୟକ ସାର ଓ କୀଟନାଶକ ସିଞ୍ଚନ କରିବା ପାଇଁ ଡ୍ରୋନର ବ୍ୟବହାର ବୃଦ୍ଧି ପାଉଛି । ଡ୍ରୋନ ବ୍ୟବହାରରେ ସହଜ ଓ ସରଳ ଭାବେ ଚାଷ କରିବା ପାଇଁ କିଛି କୃଷକ ନିଜେ ମଧ୍ୟ କିଣି ଏହାର ବ୍ୟବହାର କରୁଛନ୍ତି । କିନ୍ତୁ ଛତିଶଗଡର ଜଣେ କୃଷକ ଚାଷ ପାଇଁ ହେଲିକପ୍ଟର କିଣିବାକୁ ନିଷ୍ପତ୍ତି ନେଇଛନ୍ତି । ତେଲେଙ୍ଗାନା ଠାରୁ 300 କିଲୋମିଟର ଦୂରରେ ଥିବା କୋଣ୍ଡଗାଓଁ ଜିଲ୍ଲାର ଚାଷୀ ରାଜାରାମ ତ୍ରିପାଠୀ ତାଙ୍କର 1000 ଏକର ଚାଷ ଜମି ଉପରେ ନଜର ରଖିବା ପାଇଁ 7 କୋଟି ଟଙ୍କା ହେଲିକପ୍ଟର କିଣିବାକୁ ଯାଉଛନ୍ତି । ଏଥିପାଇଁ ସେ ହଲାଣ୍ଡର ରବିନ୍ସନ୍ କମ୍ପାନୀର R-44 ମଡେଲର ହେଲିକପ୍ଟର ବୁକ କରିଛନ୍ତି ।

farmer is going to buy a helicopter
farmer is going to buy a helicopter

ମୁସଲି, ଗୋଲମରିଚ ଆଦି ଚାଷ ସହିତ ମା’ ଦନ୍ତେଶ୍ୱରୀ ହର୍ବାଲ୍ ଗ୍ରୁପ୍ ଚଳାଉଥିବା କୃଷକ ରାଜାରାମ ତ୍ରିପାଠୀ ସମଗ୍ର ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ପ୍ରାୟ 400 ଆଦିବାସୀ ପରିବାର ସହିତ 1000 ଏକର ଜମିରେ ସାମୂହିକ ଚାଷ କରିଥିବାରୁ ଏବଂ ଏହି ଚାଷର ସଫଳତା ହେତୁ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । ଜୈବିକ ଚାଷ ପାଇଁ ତାଙ୍କୁ ଜାତୀୟ ସ୍ତରରେ ଅନେକ ଥର ସମ୍ମାନିତ କରାଯାଇଛି । ତେବେ ଚାଷ କାର୍ଯ୍ୟ ପାଇଁ ହେଲିକପ୍ଟର କିଣିବାକୁ ନେଇ ଏବେ ସେ ଚର୍ଚ୍ଚାରେ ରହିଛନ୍ତି ।

ଚାଷ ପାଇଁ ହେଲିକପ୍ଟରର ବ୍ୟବହାର: ଉନ୍ନତ ଚାଷ ପାଇଁ ରାଜାରାମ ତ୍ରିପାଠୀ ହେଲିକପ୍ଟର ବ୍ୟବହାର କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଯାହା ଚାରି ସିଟର ବିଶିଷ୍ଟ । ଚାଷ ଅନୁଯାୟୀ ଏହାର ଭିନ୍ନ ଭିନ୍ନ ଫିଚର ରହିବ । ଏହାକୁ ଉଡ଼ାଇବା ପାଇଁ କୃଷକ ରାଜାରାମ ତ୍ରିପାଠୀଙ୍କ ଭାଇ ଏବଂ ପୁଅ ଉଜୈନ ସ୍ଥିତ ଉଡାୟନ ଏକାଡେମୀରୁ ତାଲିମ ନେବେ । ଯେତେବେଳେ ରାଜାରାମ ଇଂଲଣ୍ଡ ଏବଂ ଜର୍ମାନୀ ଗସ୍ତ କରିଥିଲେ ସେତେବେଳେ ସେ ସାର ସିଞ୍ଚନ କରିବା ପାଇଁ ହେଲିକପ୍ଟରର ବ୍ୟବହାର ହେଉଥିବା ଦେଖିଥିଲେ । ଏଥିରୁ କମ ପରିଶ୍ରମରେ ଭଲ ଫଳାଫଳ ମିଳୁଥିବାର ଜାଣିବା ପରେ ସେ ହେଲିକପ୍ଟର କିଣିବାର ନିଷ୍ପତ୍ତି ନେଇଥିବାର କହିଛନ୍ତି ।

ବ୍ୟାଙ୍କ ଚାକିରି ଛାଡି ସଫଳ ଚାଷୀ: ରାଜାରାମ ନକ୍ସଲ ପ୍ରଭାବିତ ଅଞ୍ଚଳ ବସ୍ତରର ଏକ କୃଷି ପରିବାରରେ ଜନ୍ମଗ୍ରହଣ କରିଥିଲେ । କୃଷକ ହେବା ପାଇଁ ସେ 1998ରେ ବ୍ୟାଙ୍କ ଚାକିରି ଛାଡିଥିଲେ । ବର୍ତ୍ତମାନ ସେ ବସ୍ତର ଏବଂ କୋଣ୍ଡଗାଓଁ ଜିଲ୍ଲାରେ ପ୍ରାୟତଃ ବାଦାମ ଏବଂ ଗୋଲମରିଚ ଚାଷ କରୁଛନ୍ତି । ଏଥିସହ ଏକ ହର୍ବାଲ୍ ସଂଗଠନ ଚଲାଉଛନ୍ତି । ଏପର୍ଯ୍ୟନ୍ତ ସେ ଜାତୀୟ ସ୍ତରରେ ୪ଥର ଶ୍ରେଷ୍ଠ କୃଷକ ପୁରସ୍କାର ପାଇଛନ୍ତି । ତାଙ୍କ କମ୍ପାନୀ ମାଧ୍ୟମରେ ସେ ବର୍ଷକୁ ୨୫ କୋଟି ଟଙ୍କାର ଆୟ କରୁଛନ୍ତି । ତାଙ୍କ କ୍ଷେତରେ ଚାଷ ହେଉଥିବା ଗୋଲମରିଚ ୟୁରୋପ ଏବଂ ଆମେରିକାରେ ରପ୍ତାନି ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.