ETV Bharat / bharat

ଇଣ୍ଡୋନେସିଆରେ ୬.୦ ତୀବ୍ରତାର ଭୂକମ୍ପ ଅନୁଭୂତ

author img

By

Published : Apr 5, 2022, 10:49 PM IST

ଇଣ୍ଡୋନେସିଆରେ ଭୟଙ୍କକର ଭୂକମ୍ପ ଅନୁଭୂତ । ତେବେ ଆଜି (ମଙ୍ଗଳବାର) ଦିନ ଇଣ୍ଡୋନେସିଆର ପୂର୍ବ ପ୍ରଦେଶରେ ଥିବା ଉତ୍ତର ମାଲୁକୁରେ ରିକ୍ଟର ସ୍କେଲରେ ୬.୦ ତୀବ୍ରତରା ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ଅଧିକ ପଢନ୍ତୁ

ଇଣ୍ଡୋନେସିଆରେ ୬.୦ ତୀବ୍ରତାର ଭୂକମ୍ପ ଅନୁଭୂତ
ଇଣ୍ଡୋନେସିଆରେ ୬.୦ ତୀବ୍ରତାର ଭୂକମ୍ପ ଅନୁଭୂତ

ଜାକାର୍ତ୍ତା(ଇଣ୍ଡୋନେସିଆ): ଇଣ୍ଡୋନେସିଆରେ ଭୟଙ୍କକର ଭୂକମ୍ପ ଅନୁଭୂତ । ତେବେ ଆଜି (ମଙ୍ଗଳବାର) ଦିନ ଇଣ୍ଡୋନେସିଆର ପୂର୍ବ ପ୍ରଦେଶରେ ଥିବା ଉତ୍ତର ମାଲୁକୁରେ ରିକ୍ଟର ସ୍କେଲରେ ୬.୦ ତୀବ୍ରତରା ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ଏପଟେ ଭୂକମ୍ପ ଅନୁଭୂତ ନେଇ ଇଣ୍ଡୋନେସିଆର ପାଣିପାଗ ବିଭାଗ, ଜଳବାୟୁ ଏବଂ ଜିଓଫିଜିକ୍ସ ଏଜେନ୍ସି କହିଛନ୍ତି ।

ସେହିପରି ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି କୁହାଯାଇଛି । ସୂଚନା ଅନୁସାରେ ଇଣ୍ଡୋନେସିଆରେ ଫେବୃଆରୀରେ ପଶ୍ଚିମ ସୁମାତ୍ରାର ୬.୧ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା । ଏହି ଭୂକମ୍ପରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୩ ହଜାର ଲୋକ ବିସ୍ଥାପିତ ହୋଇଥିଲେ ।

ସେହିପରି ପାଣିପାଗ ବିଭାଗ, ଜଳବାୟୁ ଏବଂ ଜିଓଫିଜିକ୍ସ ଏଜେନ୍ସି କହିବା ଅନୁଯାୟୀ, ପାସମାନ ଜିଲ୍ଲା ଏବଂ ପାସମାନ ବାରାତ ଜିଲ୍ଲାରେ ଭୂକମ୍ପର ପ୍ରଭାବ ସବୁଠାରୁ ଅଧିକ ଥିଲା । ପଶ୍ଚିମ ସୁମାତ୍ରା ପ୍ରଦେଶର ବିପର୍ଯ୍ୟୟ ପରିଚାଳନା ଏବଂ କ୍ଷତିକାରକ ଏଜେନ୍ସିର ଅପରେସନ୍ ୟୁନିଟର ମୁଖ୍ୟ ଜୁମାଇଡି ଜିହ୍ନୁଆ କହିଛନ୍ତି ଯେ ବିସ୍ଥାପିତମାନେ ବର୍ତ୍ତମାନ ୩୫ରୁ ଅଧିକ ସ଼ୁରକ୍ଷିତ ସ୍ଥାନରେ ରହିଛନ୍ତି ।

ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭୂକମ୍ପ ପ୍ରଭାବିତ ଅଞ୍ଚଳରେ କିଛି ଜରୁରୀକାଳୀନ ସହାୟତା ସହାୟତା ପହଞ୍ଚିଛି । ଏହାପୂର୍ବରୁ ଜାନୁଆରୀରେ ଇଣ୍ଡୋନେସିଆରେ ୫.୫ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା । ଆମେରିକାର ଭୂତ୍ବତ୍ତ ସର୍ବେକ୍ଷଣ ଟୁଇଟ୍‌ କରି କହିଛି ଯେ ୫.୫ ଥିବା ବେଳେ ଭୂକମ୍ପର କେନ୍ଦ୍ରସ୍ଥଳ ୧୯.୮ କିଲୋମିଟର ଗଭୀରତା ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.