ବେଙ୍ଗାଲୁର: ଚିକେନ ଦୋକାନରେ ସନ୍ନି ଲିଓନି ପ୍ରଶଂସକଙ୍କ ପାଇଁ ସ୍ବତନ୍ତ୍ର ରିହାତି । ସନ୍ନି ଲିଓନିଙ୍କ ପ୍ରଶଂସକଙ୍କୁ ରିହାତି ମୂଲ୍ୟରେ ଚିକେନ ପ୍ରଦାନ କରୁଛନ୍ତି କର୍ଣ୍ଣାଟକର ଜଣେ ଦୋକାନୀ । ତେବେ କର୍ଣ୍ଣାଟକର ବାର୍ ସର୍କଲ ଅନ୍ତର୍ଗତ ନୁରାଡି ସହର ରାସ୍ତାରେ ଥିବା ଜଣେ ଚିକେନ ଦୋକାନରେ ସନ୍ନି ଲିଓନି ପ୍ରଶଂସକଙ୍କୁ ଏହି ବିଶେଷ ରିହାତି ଦିଆଯାଉଛି ।
ସେପଟେ ଏହି ଦୋକାନ ଚଳାଉଥିବା ଯୁବକ ଅଭିନେତ୍ରୀ ସନ୍ନି ଲିଓନିଙ୍କର ଜଣେ ପ୍ରଶଂସକ ହୋଇଥିବା କାରଣରୁ ସେ ବର୍ଷ ସାରା ସନ୍ନି ଲିଓନି ପ୍ରଶଂସକ ଓ ଅନୁସରଣକାରୀଙ୍କୁ ଏହି ରିହାତି ଦେଉଛନ୍ତି ।
ସେହିଭଳି ଦୋକାନର ମାଲିକ ପ୍ରସାଦ ବାହାରେ ଏକ ବୋର୍ଡ ମଧ୍ୟ ଲଗାଇଛନ୍ତି । ଏଥିରେ ସନ୍ନି ଲିଓନି ପ୍ରଶଂସକଙ୍କ ପାଇଁ ୧୦ ପ୍ରତିଶତ ରିହାତିରେ ଚିକେନ ଦେବା ଲାଗି ଲେଖାଯାଇଛି । ଏପଟେ ଦୋକାନକୁ ଆସି ମୁଁ ଜଣେ ସନ୍ନି ଲିଓନିଙ୍କ ପ୍ରଶଂସକ କହିଲେ ଏହି ରିହାତି ପାଇ ପାରିବି ନାହିଁ । ଏଥିପାଇଁ ପ୍ରସାଦ ପ୍ରଶଂସକଙ୍କ ଲାଗି ତିନୋଟି ମୁଖ୍ୟ ସର୍ତ୍ତ ରଖିବା ସହ ଅନୁସରଣ କଲେ ଯାଇ ଏହି ରିହାତି ମିଳିବ ବୋଲି ସେ କହିଛନ୍ତି ।
![ସନ୍ନି ଲିଓନି ପ୍ରଶଂସକଙ୍କୁ ଦୋକାନୀ ଦେଉଛନ୍ତି ସ୍ବତନ୍ତ୍ର ରିହାତିରେ ଚିକେନ](https://etvbharatimages.akamaized.net/etvbharat/prod-images/mnd-14-01-sunnyleonefan_14042022120447_1404f_1649918087_192_1404newsroom_1649944976_59.jpg)
ପ୍ରଥମ ସର୍ତ୍ତ: ସୋସିଆଲ ନେଟୱାର୍କିଂ ସାଇଟ ଫେସବୁକ ଏବଂ ଇନଷ୍ଟାଗ୍ରାମରେ ସନ୍ନି ଲିଓନିଙ୍କୁ ଅନୁସରଣ କରିବା ଦରକାର ।
ଦ୍ବିତୀୟ ସର୍ତ୍ତ: ସେହିପରି ପ୍ରଶଂସକ ଫୋନରେ ସନ୍ନିଙ୍କ ୧୦ଟି ଫଟୋ ନିହାତି ରହିଥିବା ଆବଶ୍ୟକ ।
ତୃତୀୟ ସର୍ତ୍ତ: ସେହିଭଳି ପ୍ରଶଂସକ ସନ୍ନି ଲିଓନଙ୍କ ପ୍ରତ୍ୟେକ ପୋଷ୍ଟ ଓ ଫଟୋରେ ଲାଇକ ଓ କମେଣ୍ଟ ଦେଲେ ହିଁ ଏହି ରିହାତି ମିଳିବ ।
![ସନ୍ନି ଲିଓନି ପ୍ରଶଂସକଙ୍କୁ ଦୋକାନୀ ଦେଉଛନ୍ତି ସ୍ବତନ୍ତ୍ର ରିହାତିରେ ଚିକେନ](https://etvbharatimages.akamaized.net/etvbharat/prod-images/mnd-14-01-sunnyleonefan_14042022120448_1404f_1649918088_496_1404newsroom_1649944976_588.jpg)
ଅନ୍ୟପଟେ ପ୍ରଶଂସକ ଏହି ସବୁ ନିୟମ ମାନିଲେ ତାଙ୍କୁ ଯାଇ ରିହାତି ଦରରେ ଚିକେନ ମିଳିବ ବୋଲି ପ୍ରସାଦ କହିଛନ୍ତି । ତେବେ ଏହି ଚିକେନ ଦର ବୋର୍ଡ ଏବେ ଖୁବ ଭାଇରାଲ ହେବାର ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ