ETV Bharat / bharat

Ukraine crisis: UNSCର ବୈଠକ, ନୂଆଦିଲ୍ଲୀ ଗସ୍ତରେ ଋଷ ଉପ ବୈଦେଶିକ ମନ୍ତ୍ରୀ - ଋଷ-ୟୁକ୍ରେନ ବିବାଦ

ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ଜାରି ରହିଛି ଋଷ-ୟୁକ୍ରେନ ସଙ୍କଟ ନେଇ ବୈଠକ । ସୈନ୍ୟ ହ୍ରାସ କରି ଶାନ୍ତି ପ୍ରତିଷ୍ଠା ଦିଗରେ ପରାମର୍ଶ ଦେଲା ଭାରତ । ଅନ୍ୟପଟେ ନୂଆଦିଲ୍ଲୀ ଗସ୍ତରେ ଋଷର ଉପ ବୈଦେଶିକ ମନ୍ତ୍ରୀ । ବୈଦେଶିକ ସଚିବଙ୍କ ସହ କଲେ ଆଲୋଚନା । ଅଧିକ ପଢନ୍ତୁ

Ukraine crisis: ଜାତିସଂଘ ସୁରକ୍ଷା ପରିଷଦରେ ଜାରି ରହିଛି ବୈଠକ, ନୂଆଦିଲ୍ଲୀ ଗସ୍ତରେ ଋଷ ଡେପୁଟି ବୈଦେଶିକ ମନ୍ତ୍ରୀ

author img

By

Published : Jan 31, 2022, 10:01 PM IST

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଲାଗିରହିଥିବା ବିବାଦ ଏବେ ସଙ୍କଟର ରୂପ ନେଇସାରିଛି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଏମିତି ବଢିବାରେ ଲାଗିଛି ଯେ, ୟୁକ୍ରେନ ଉପରେ ଋଷର ଆକ୍ରମଣ ଆଶଙ୍କାକୁ ମଧ୍ୟ ଏଡାଇ ପାରୁନାହିଁ ବିଶ୍ବ ସମୁଦାୟ । ଆଜି ଏହି ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦ(UNSC)ରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ରହିଛି । ଉକ୍ତ ବୈଠକରେ ଉଭୟ ଦେଶର ସୀମାରେ ସାମରିକ ଶକ୍ତି ପ୍ରତ୍ୟାହାର କରି ଉତ୍ତେଜନା ହ୍ରାସ କରିବା ଦିଗରେ ପ୍ରସ୍ତାବ ରଖିଛି ଭାରତ ।

ନୂଆଦିଲ୍ଲୀ ଗସ୍ତରେ ଋଷ ଉପ ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ ଗସ୍ତରେ ଋଷ ଉପ ବୈଦେଶିକ ମନ୍ତ୍ରୀ

ଏହାରି ମଧ୍ୟରେ ଋଷର ଉପ ବୈଦେଶିକ ମନ୍ତ୍ରୀ ସର୍ଗି ଭର୍ସିନିନ ଆଜି (ସୋମବାର) ଦିଲ୍ଲୀ ଗସ୍ତରେ ଆସି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ପଶ୍ଚିମ) ସଚିବ ରେନତ ସାନ୍ଧୁଙ୍କ ସହ ଆଲୋଚନା କରିଛନ୍ତି । ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC) ରେ ଅଧ୍ୟକ୍ଷତା ପାଇଁ ଋଷ ପ୍ରସ୍ତୁତି ଚଳାଇଥିବା ବେଳେ ଏପରି ସମୟରେ ଭାରତ ପରି ବନ୍ଧୁତ୍ବପୂର୍ଣ୍ଣ ଦେଶଙ୍କ ସହ ଋଷର ଆଲୋଚନା ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି ।

ଇଟିଭି ଭରତକୁ ଦେଇଥିବା ଏକ ସାକ୍ଷାତକାରରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ତଥା ୱାଶିଂଟନ୍ ଡିସି, ମସ୍କୋ, ଜେନେଭା ଏବଂ ତେହେରାନରେ କୂଟନୈତିକ କ୍ଷେତ୍ରରେ ଭାରତକୁ ପ୍ରତିନିଧିତ୍ବ କରିସାରିଥିବା ଅଶୋକ ସାଜନହର କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତିରେ ଋଷ ବୈଦେଶିକ ମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ଓ ଭାରତୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା ଉଭୟ ରାଷ୍ଟ୍ର ପାଇଁ ଗୁରୁତ୍ବପୂର୍ଣ୍ଣ ।

ଜାରି ରହିଥିବା ସଙ୍କଟର ସମାଧାନ ଦିଗରେ ଶାନ୍ତିପୂର୍ଣ୍ଣ ଆଲୋଚନା ଆବଶ୍ୟକ ବୋଲି ଉଭୟ ଦେଶକୁ ପୂର୍ବରୁ ପ୍ରସ୍ତାବ ଦେଇସାରିଛି ଭାରତ । ତେବେ ଆଜି ଜାରି ରହିଥିବା ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତ ମଧ୍ୟ ଉତ୍ତେଜନା ହ୍ରାସ ଓ କୂଟନୈତିକ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ଆଭିମୁଖ୍ୟକୁ ଦୋହରାଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.