ETV Bharat / bharat

ଜାଲିକାଟୁରେ ଅଘଟଣ, ଷଣ୍ଢ ଭୁଶିଦେବାରୁ ଚାଲିଗଲା ନାବାଳକ ଜୀବନ - ଜାଲିକାଟୁରେ ନାବାଳକ ମୃତ

ତାମିଲନାଡୁର ପ୍ରସିଦ୍ଧ ଜାଲିକାଟୁ ଖେଳରେ ଏକ ବଡ ଅଘଟଣ ଘଟିଛି । ଖେଳ ଦେଖିବାକୁ ଆସିଥିବା ଜଣେ ନାବାଳକକୁ ଷଣ୍ଢ ଭୁଶି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

boy death by a bull during Jallikattu event
ଜାଲିକାଟୁରେ ଅଘଟଣ,ଷଣ୍ଢ ଭୁଶିଦେବାରୁ ଚାଲିଗଲା ନାବାଳକ ଜୀବନ
author img

By

Published : Jan 22, 2023, 1:14 PM IST

ଚେନ୍ନାଇ: ତାମିଲନାଡୁର ପ୍ରସିଦ୍ଧ ଜାଲିକାଟୁ ପ୍ରତିଯୋଗିତାରେ ଅଘଟଣ । ଜାଲିକାଟୁ ନେଲା ଜୀବନ । ଷଣ୍ଢ ଭୁଶିଦେବାରୁ ଜଣେ 14 ବର୍ଷର ନାବାଳକର ମୃତ୍ୟୁ ହୋଇଛି । ତାମିଲନାଡୁ ଧର୍ମପୁରୀ ଥାଣ୍ଡାନଗାମରେ ଏହି ଅଘଟଣ ଘଟିଛି ।

  • Tamil Nadu | A 14-year-old boy was gored to death by a bull during Jallikattu even in Thadangam village of Dharmapuri yesterday. He along with his relatives had come to watch the event at the village. He was rushed to Dharmapuri Govt Hospital where he succumbed to his injuries.

    — ANI (@ANI) January 22, 2023 " class="align-text-top noRightClick twitterSection" data=" ">

ସୂଚନାଅନୁସାରେ, ଥାଣ୍ଡାନଗାମରେ ଆୟୋଜିତ ବାର୍ଷିକ ଜାଲିକାଟୁ କ୍ରୀଡା ପ୍ରତିଯୋଗିତା ଦେଖିବାକୁ ପାଇଁ ଶହ ଶହ ଲୋକ ଏକାଠି ହୋଇଥିଲେ । ଖେଳର ଅନ୍ତିମ ପର୍ଯ୍ୟାୟରେ ଜଣେ ଷଣ୍ଢ ମାଲିକ ତାଙ୍କ ଷଣ୍ଢକୁ କାବୁ କରିପାରି ନଥିଲେ । ଫଳରେ ଉତ୍ୟକ୍ତ ଷଣ୍ଢ ନିୟନ୍ତ୍ରଣ ବାହାରକୁ ଯାଇ ଖେଳ ଦେଖିବାକୁ ଆସିଥିବା ଜଣେ ନାବାଳକ ଉପରେ ଆକ୍ରମଣ କରିଥିଲା । ନାବାଳକକୁ ଷଣ୍ଢଟି ଭୁଶି ଦେଇଥିଲା । ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ ।

ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଧର୍ମପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ନାବାଳକ ନାମ ଏସ ଗୋକୁଳ । ପିଲାଟି ପ୍ରସ୍ଥାନ ଫାଟକ ନିକଟରେ ଛିଡା ହୋଇଥିବା ବେଳେ ଷଣ୍ଢ ଆକ୍ରମଣର ଶିକାର ହୋଇଥିଲେ । ପୋଲିସ ଘଟଣାର ତଦନ୍ତ କରିବା ସହ ଗୋକୁଳ କିପରି ଆହତ ହେଲା ସେ ନେଇ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

ଏହା ବି ପଢନ୍ତୁ...Pathaan Controversy: ଆସାମ ମୁଖ୍ୟମନ୍ତ୍ରୀ କହିଲେ ଶାହରୁଖ ଖାନ କିଏ ?

କେତେ ସୁରକ୍ଷିତ ଜାଲିକାଟୁ: ତାମିଲନାଡୁର ପାରମ୍ପିରକ ଖେଳ ହେଉଛି ଜାଲିକାଟୁ । ଲୋକଙ୍କ ମନୋରଞ୍ଜନ ପାଇଁ ଖେଳ ହେଉଛି ସତ ହେଲେ କଣ ଏନେଇ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ ହେଉଛି କି । ଜାଲିକାଟୁ କ୍ରୀଡାରେ ଷଣ୍ଢ ସହ ଦୁଃସାହସିକ ଖେଳ ପ୍ରଦର୍ଶନ କରାଯାଏ । ଘଡି ଘଡି କେ ଜୀବନ ପ୍ରତି ବିପଦ ଥାଏ । ଖେଳାଳି ଓ ଖେଳ ଦେଖିବାକୁ ଆସିଥିବା ଲୋକଙ୍କ ପ୍ରତି ବିପଦ ଥାଏ । ଏହି ଖେଳକୁ କିଛି ଲୋକ ନାପସନ୍ଦ କରନ୍ତି । ଏହାକୁ ପ୍ରତିବାଦ କରନ୍ତି ହେଲେ ତାମିଲନାଡରୁ ପାରମ୍ପରିକ ଖେଳ ହୋଇଥିବା ଏହାରୁ ବନ୍ଦ କରିବାକୁ ବିରୋଧ କରାଯାଉଛି ।

ଜାଲିକାଟୁରେ ଅଘଟଣ ଘଟିବା କିଛି ନୂଆ ନୁହେଁ । ପ୍ରତିବର୍ଷ ଅଘଟଣ ହେଉଛି । ଗତବର୍ଷ ଜାନୁଆରୀ 14 ତାରିଖରେ ଥାଚାନକୁରିଚି ଠାରେ ଅନୁଷ୍ଠିତ ଜାଲିକାଟୁ ପ୍ରତିଯୋଗିତାରେ ଷଣ୍ଢ ଆକ୍ରମଣରେ 44 ଜଣ ଆହତ ହୋଇଥିଲେ । ସେହିପରି ଚଳିତବର୍ଷ ଜାନୁଆରୀ 16 ତାରିଖରେ ମଦୁରାଇର ଅଭନିୟାପୁରମ ଠାରେ ଅନୁଷ୍ଠିତ ଜାଲିକାଟୁ ପ୍ରତିଯୋଗିତାରେ 60 ଜଣା ଆହତ ହୋଇଥିଲେ । 2017ରେ ଦୁଇଟି ଷଣ୍ଢଙ୍କର ମୃତ୍ୟୁ ହୋଇଥିବା ବେଳେ 83 ଜଣ ଆହତ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.