ETV Bharat / bharat

ସାମାନ୍ୟ ବଚସାରୁ କରୁଣ ପରିଣତି, ମଦ ପିଇ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କଲା ୧୨ ବର୍ଷର ନାବାଳକ

author img

By

Published : Mar 5, 2023, 10:38 PM IST

ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲାରେ ମଦ ପିଇ ୫୫ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କଲା ୧୨ ବର୍ଷର ନାବାଳକ । ଅଧିକ ପଢ଼ନ୍ତୁ

ତେଲେଙ୍ଗାନାରରେ ବୟସ୍କ ବ୍ୟକ୍ତିଙ୍କୁ ନାବାଳକର ନିର୍ମମ ହତ୍ୟା
minor boy killed 55 year old man in Telangana

ହାଇଦ୍ରାବାଦ: ତେଲେଙ୍ଗାନାରେ ଅଭାବନୀୟ ଘଟଣା । ମଦ ପିଇ ୫୫ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କୁ ହତ୍ୟା କଲା ୧୨ ବର୍ଷର ନାବାଳକ । ନିଶାଶକ୍ତ ଅବସ୍ଥାରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହେବା ପରେ କ୍ରୋଧଭରା ହୋଇ ନାବାଳକ ଜଣକ ବ୍ୟକ୍ତିଙ୍କ ବେକରେ ଏକ ଭଙ୍ଗା ବିୟର ବୋତଲ ଭୁଷି ହତ୍ୟା କରିଛି । ତେଲେଙ୍ଗାନାର ସଙ୍ଗାରେଡ୍ଡୀ ଜିଲ୍ଲା ହନ୍ତୁରା ମଣ୍ଡଲର ଦୌଲତାବାଦରେ ଏହି ଅଘଟଣ ଘଟିଛି । ଏହି ଘଟଣାରେ ପୋଲିସ ନାବାଳକକୁ ଗିରଫ କରି ତଦନ୍ତ କରୁଛି ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ହନ୍ତୁରା ମଣ୍ଡଳ ଅଞ୍ଚଳର ୫୫ ବର୍ଷୀୟ ଏମ. ଆମାଦୟା ନାମକ ଜଣେ ବୟସ୍କ ବ୍ୟକ୍ତି ଏବଂ ୧୨ ବର୍ଷୀୟ ନବାଳକ ଏକ ମଦ ଦୋକାନ ନିକଟରେ ଏକାଠି ବସି ମଦ ପିଉଥିଲେ । ଦୁହେଁ ଗୋଟିଏ ଗ୍ରାମର ଅଧିବାସୀ । ଏହି ସମୟରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏଥିରେ ନାବାଳକଟି ରାଗିଯାଇ ଏକ ଖାଲି ବିୟର ବୋତଲକୁ ଭାଙ୍ଗି ଉକ୍ତ ବ୍ୟକ୍ତିଙ୍କ ବେକରେ ଭୁଷିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ନାବାଳକ ଜଣକ ଆଉ ଥରେ ତାଙ୍କର ବେକରେ ବୋତଲ ଭୁଷିଥିଲା ଏବଂ ଗୋଡ଼ରେ ତାଙ୍କୁ ଦଳିଥିଲା ।

ହତ୍ୟା କରିବା ପରେ ମୃତ ଆମାଦୟାଙ୍କ ପକେଟରେ ଥିବା ୫୦୦ ଟଙ୍କା ନେଇ ଘଟଣାସ୍ଥଳରୁ ନାବାବାଳ ଜଣକ ଫେରାର ହୋଇଯାଇଥିଲା । ସେଠାରେ ଥିବା ଏକ ସରକାରୀ ହାଇସ୍କୁଲ ପରିସରରେ ରାତିରେ ଶୋଇଥିଲା । ସକାଳୁ ସେହି ଟଙ୍କାରେ ନୂଆ ପୋଷାକ କିଣି ନିଜ ଘରକୁ ଯାଇଥିଲା । ଅନ୍ୟପଟେ ସକାଳୁ ମଦ ଦୋକାନର ମାଲିକ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ ଆଧାରରେ ହତ୍ୟାକାରୀ ନାବାଳକକୁ ଚିହ୍ନଟ କରିଥିଲା ପୋଲିସ । ଅନ୍ୟପଟେ କୋନ୍ୟା ଗ୍ରାମବାସୀ ଉକ୍ତ ନାବାଳକକୁ କାବୁ କରି ପୋଲିସର ଜିମା ଦେଇଥିଲେ ।

ନାବାଳକକୁ ପୋଲିସ ହତ୍ୟାର କାରଣ ପଚାରିବାରୁ ସେ କହିଥିଲା, " ଦୁହେଁ ମିଶି ମଦ ପିଉଥିବା ବେଳେ ଆମ ଭିତରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ଉକ୍ତ ବ୍ୟକ୍ତି ଜଣକ ମୋତେ ଏବଂ ମୋ ପରିବାରକୁ ହତ୍ୟା କରିଦେବ ବୋଲି ଧମକ ଦେଇଥିଲା । ତେଣୁ ମୁଁ ତାଙ୍କୁ ହତ୍ୟା କରିଛି । " ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ନାବାଳକ ଜଣକ ଷଷ୍ଠ ଶ୍ରେଣୀ ପରେ ପାଠ ପଢ଼ା ଛାଡ଼ି ଏଣେତେଣେ ବୁଲୁଥିଲା । ଅନେକଙ୍କ ମୋବାଇଲ ଚୋରି କରିବା ସହ ଝିଅମାନଙ୍କୁ ହଇରାଣ କରୁଥିଲା । ଅନ୍ୟପଟେ ମୃତକଙ୍କ ସ୍ତ୍ରୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ଘଟଣାର ତଦନ୍ତ କରି ନାବାଳକକୁ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.