ETV Bharat / bharat

ଜେଲରୁ ମୁକୁଳିଲେ 98 ବର୍ଷୀୟ ବୃଦ୍ଧ, ଜେଲ କର୍ମଚାରୀଙ୍କ ଭାବପୂର୍ଣ୍ଣ ବିଦାୟ - କଏଦୀଙ୍କୁ ଭାବପୂର୍ଣ୍ଣ ବିଦାୟ

ସଜା ପୂରଣ ହେବାପରେ ଜେଲରୁ ମୁକୁଳିଲେ 98 ବର୍ଷୀୟ ବୃଦ୍ଧ । ଜେଲ ଅଧିକ୍ଷକ ତାଙ୍କ ଗାଡ଼ିରେ ବୃଦ୍ଧଙ୍କୁ ବସାଇ ଘରେ ଛାଡ଼ିଛନ୍ତି । ଅଧିକ ପଢ଼ନ୍ତୁ

98 Year Old Man Released jail
ଜେଲରୁ ମୁକୁଳିଲେ 98 ବର୍ଷୀୟ ବୃଦ୍ଧ
author img

By

Published : Jan 9, 2023, 12:50 PM IST

ଲକ୍ଷ୍ନୌ: 5 ବର୍ଷର ସଜା କାଟି ଜେଲରୁ ମୁକୁଳିଲେ 98 ବର୍ଷୀୟ ବୃଦ୍ଧ । ଉତ୍ତର ପ୍ରଦେଶ ଅଯୋଧ୍ୟା ଜେଲରୁ ରାମ ସୁରତ ନାମକ ଜଣେ ବୃଦ୍ଧ ଜେଲ ଦଣ୍ଡରୁ ମୁକ୍ତ ହୋଇଛନ୍ତି (98 Year Old Man Released from Ayodhya Jail) । ଏହି ପରିପ୍ରେକ୍ଷୀରେ ଜେଲ କର୍ମଚାରୀଙ୍କ ପକ୍ଷରୁ ରାମ ସୁକତଙ୍କୁ ଭାବପୂର୍ଣ୍ଣ ବିଦାୟ (Farewell from Jail Staff) ଦିଆଯାଇଛି । ଜେଲ ଅଧିକ୍ଷକ ତାଙ୍କୁ ନିଜ ଗାଡ଼ିରେ ବସାଇ ଠିକଣା ସ୍ଥାନରେ ପହଞ୍ଚାଇଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Loan Fraud Case: ପୂର୍ବତନ CEO ଚନ୍ଦା କୋଚର ଓ ସ୍ବାମୀ ଦୀପକଙ୍କୁ ଜାମିନ

5 ବର୍ଷ ପୂର୍ବେ ରାମସୁରତ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିଲେ । ଧାରା 452,323 ଏବଂ 352 ଆଇପିସି ଅନୁଯାୟୀ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏଥିରୁ ମୁକ୍ତ ହେବା ପରେ ତାଙ୍କୁ ସମ୍ବର୍ଦ୍ଧ୍ବନା ସହ ବିଦାୟ ଦିଆଯାଇଛି । ଯାହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଉତ୍ତର ପ୍ରଦେଶ ଜେଲ ଡିଜି ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡ଼ିଓ ଜାରି କରିଛନ୍ତି । ଯେଉଁଥିରେ ଦର୍ଶାଯାଇଛି ଯେ, ଅଯୋଧ୍ୟା ଜେଲ ଅଧିକ୍ଷକ ଶଶିକାନ୍ତ ମିଶ୍ର ପୁତ୍ରବତ 98 ବର୍ଷୀୟ ବୃଦ୍ଧ ରାମ ସୁରତଙ୍କୁ ତାଙ୍କ ଠିକଣା ସ୍ଥାନରେ ଛାଡ଼ି ଦେବାକୁ କହୁଛନ୍ତି ଏବଂ ତାଙ୍କ ହାତ ଧରି ନିଜ ଗାଡ଼ିକୁ ନେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Pravasi Bharatiya Divas: ଇନ୍ଦୋରରେ ଚାଲିଛି ପ୍ରବାସୀ ଭାରତୀୟ ସମ୍ମିଳନୀ, ଆଜି ସାମିଲ ହେବ ମୋଦି

ଜେଲ ଡିଜିଙ୍କ ସୂଚନା ଅନୁଯାୟୀ, ରାମ ସୁରତଙ୍କୁ ନେବା ପାଇଁ ପରିବାର ବର୍ଗ କିମ୍ବା ସମ୍ପର୍କୀୟ ଆସିନଥିଲେ । ପରିଣତ ବୟସରେ ବୃଦ୍ଧ ଜଣକ ଥରୁଥିବା ସହ ସଠିକ ଭାବେ କିଛି କହିପାରୁନାହାନ୍ତି । ଜେଲ ଅଧିକ୍ଷକ ଶଶିକାନ୍ତ ମିଶ୍ର କେଉଁଠାକୁ ଯିବ ବୋଲି ପ୍ରଶ୍ନ କରିଥିଲେ । ଏହି ସମୟରେ ସେ ଏକ ମନ୍ଦିର ଯିବାକୁ କହିଥିଲେ । ତେଣୁ ସେ କହିଥିବା ସ୍ଥାନରେ ପୋଲିସ କର୍ମଚାରୀମାନେ ସୁରକ୍ଷିତ ଭାବେ ଛାଡ଼ି ଦେଇଛନ୍ତି । ଗତ 2 ଅଗଷ୍ଟ 2022ରେ ରାମ ସୁରତଙ୍କୁ ଜେଲରୁ ମୁକ୍ତ କରିବାକୁ ସ୍ଥିର ହୋଇଥିଲା । କିନ୍ତୁ 20 ମେ 2022ରେ ସେ କୋଭିଡରେ ଆକ୍ରାନ୍ତ ହେବାରୁ 90 ଦିନ ପାଇଁ ପାରୋଲରେ ପଠାଯାଇଥିଲା । ଏହି ଭିଡ଼ିଓଟିକୁ 11 ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି ଏବଂ ଅନେକ ମନ୍ତବ୍ୟ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.