ETV Bharat / bharat

ଦେଶରେ ଦିନକରେ 96,982 ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 96 ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଦେଶରେ ଦିନକରେ 96,982 ନୂଆ ଆକ୍ରାନ୍ତ ଚିହ୍ନଟ
ଦେଶରେ ଦିନକରେ 96,982 ନୂଆ ଆକ୍ରାନ୍ତ ଚିହ୍ନଟ
author img

By

Published : Apr 6, 2021, 12:06 PM IST

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟାରେ 96 ହଜାର 982 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 446 ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 26 ଲକ୍ଷ 86 ହଜାର 49ରେ ପହଞ୍ଚିଥିବା ବେଳେ ସକ୍ରିୟ ଅଛନ୍ତି 7 ଲକ୍ଷ 88 ହଜାର 223 ଜଣ । ଅନ୍ୟପଟେ ଦେଶରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 1 ଲକ୍ଷ 65 ହଜାର 547ରେ ପହଞ୍ଚିଛି । ଏହାରି ମଧ୍ୟରେ ସୋମବାର 50 ହଜାର 143 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ମୋଟ 1 କୋଟି 17 ଲକ୍ଷ 32 ହଜାର 279 ଜଣ କୋରୋନାରେ ଆକ୍ରାନ୍ତ ହେବା ପରେ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କେବଳ ସୋମବାର 12 ଲକ୍ଷ 11 ହଜାର 612ଟି ନମୁନା ସଂଗ୍ରହ କରାଯାଇ ଏହାର କୋଭିଡ ପରୀକ୍ଷଣ କରାଯାଇଥିବା ବେଳେ ମୋଟ 25 କୋଟି 2 ଲକ୍ଷ 31 ହଜାର 269ଟି ନମୁନାର କୋଭିଡ ପରୀକ୍ଷଣ ସରିଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ICMR) ସୂଚନା ଦେଇଛି ।

ଅନ୍ୟପଟେ ଦେଶରେ ମୋଟ 8 କୋଟି 31 ଲକ୍ଷ 10 ହଜାର 926 ଜଣ ଲୋକଙ୍କୁ କୋରୋନା ଟିକା ଦିଆସରିଛି । ତେବେ ଦୀର୍ଘ 6 ମାସ ବ୍ୟବଧାନ ପରେ ଗତକାଲି(ସୋମବାର) ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଥିଲା । କିନ୍ତୁ 24 ଘଣ୍ଟା ମଧ୍ୟରେ ସଂକ୍ରମଣ କିଛିଟା ହ୍ରାସ ପାଇଁ 1 ଲକ୍ଷ ତଳକୁ ଖସିଥିବା ଦେଖିବାକୁ ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.