ଚଣ୍ଡିଗଡ: ସାହାସ, ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ, ଯଦି ମନରେ କିଛି କରିବା ଉତ୍ସାହ ଅଛି ତେବେ ସଫଳତା ନିଶ୍ଚୟ । ବୟସ ଯେତେବି ହେଉନା କାହିଁକି ମନୋବଳ ଦୃଢ ଥିଲେ ସବୁ ସମ୍ଭବ । କୁହାଯାଏ ପରିଣତ ବୟସରେ କେବଳ ବାଡି ହିଁ ସାହାର ପାଲଟିଥାଏ । କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଚଣ୍ଡିଗଡର ୯୪ ବର୍ଷୀୟ ବୃଦ୍ଧା ହରଭଜନ କୌର। ହରଭଜନଙ୍କ ବୟସ ବଢିଛି ସତ, କିନ୍ତୁ ସେ ଦୁର୍ବଳ ନୁହଁ, ବରଂ ଉଚ୍ଚଆକାକ୍ଷିଂ ଓ ସାହାସୀ । ପରିଣତ ବୟସରେ ବୋଝ ନୁହେଁ ସେ ପାଲଟିଛନ୍ତି ପ୍ରେରଣା। କିଛି ନୂଆ କରିବାର ସ୍ବପ୍ନ ଆଜି ତାଙ୍କୁ ଦେଇଛି ନୂଆ ପରିଚୟ । ପରିଣତ ବୟସରେ ସେ ହୋଇ ପାରିଛନ୍ତି ଓମେନ ବିଜନେସ ଲେଡି । ଯେଉଁଥି ପାଇଁ ସେ ଏବେ ଲକ୍ଷ ଲକ୍ଷଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇପାରିଛନ୍ତି ।
ଯେତେବେଳେ ହରଭଜନଙ୍କୁ ୯୦ ବର୍ଷ ହୋଇଥିଲା ସେ ସମୟରେ ସେ ଚିନ୍ତା କରିଥିଲେ ନିଜର ବ୍ୟବସାୟ ଆରମ୍ଭ କରିବାକୁ । ଏଥି ପାଇଁ ସେ ଆରମ୍ଭ କରିଥିଲେ ବେସନକି ବରଫି ବିଜନେସ । ଯାହା ଦୀର୍ଘ ୪ ବର୍ଷପରେ ଏକ ବ୍ରାଣ୍ଡରେ ପରିଣତ ହୋଇଛି । ବେସନ ଦି ବର୍ଫିରୁ ବିଜନେସ ଆରମ୍ଭ କରି ଆଜି ବେସନର ଆଚାର, ଚଟନି, ଆଇସ୍କ୍ରିମ ଏବଂ ସର୍ବତ ମଧ୍ୟ ତିଆରି କରୁଛନ୍ତି । ଯାହା ଲୋକଙ୍କୁ ବେଶ ପସନ୍ଦ ଆସିଛି । ଯାହା ପଞ୍ଜାବରେ ସବୁଠାରୁ ପସନ୍ଦିତ ହୋଇପାରିଛି ।
କେମିତି ବିଜନେସ ଆରମ୍ଭ କରିଥିଲେ ହରଭଜନ କୌର
ଯେତେବେଳେ ତାଙ୍କୁ ୯୦ ବର୍ଷ ହୋଇଥିଲା ତାଙ୍କ ଝିଅ ତାଙ୍କୁ ପଚାରିଥିଲେ ତୋର ଏବେ କଣ କରିବାର ଇଚ୍ଛା ଅଛି ଯେଉଁଟା ତୁ ପୂର୍ବରୁ କରିପାରିନୁ । ହରଭଜନ କହିଥିଲେ ମୁଁ ଆଜି ପର୍ଯ୍ୟନ୍ତ ଏକ ଟଙ୍କା ରୋଜଗାର କରିପାରିଲାନି । କେବଳ ଘର ସମ୍ଭାଳିବାରେ ମୋର ଜୀବନ କଟିଗଲା । ତେଣୁ ମୁଁ ଏବେ କିଛି ବ୍ୟବସାୟ ଆରମ୍ଭ କରି କିଛି ରୋଜଗାର କରିବାକୁ ଚାହୁଁଛି । ତେଣୁ ସେ ଝିଅକୁ କହିଥିଲେ ମୋତେ ବେସନ ବର୍ଫି ତିଆରି କରିବା ଜଣା , ତେଣୁ ଏହାକୁ ତିଆରି କରି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛି । ଏହାପରେ ସେ ବେସନର ବର୍ଫି ତିଆରି କରି ପ୍ରଥମେ ବୁଲି ବୁଲି ବିକ୍ରି କରିବା ଆରମ୍ଭ କରିଥିଲେ । ପ୍ରଥମେ ସେ ଲୋକଙ୍କୁ ପ୍ରଥମ ମାଗଣାରେ ଖୁଆଇ ଥିଲେ । ଯାହା ଲୋକଙ୍କୁ ବେଶ ପସନ୍ଦ ଆସିଥିଲା । ଏହାପରେ ପ୍ରଥମେ ତାଙ୍କୁ ୫ କିଲୋ ବେସନ ବର୍ଫିର ଅର୍ଡର ଆସିଥିଲା । ଧିରେ ଧିରେ ଅର୍ଡକ ସଂଖ୍ୟା ମଧ୍ୟ ବଢିବାର ଲାଗିଲା ।
ହରଭଜନ କୌରଙ୍କୁ ପ୍ରଶଂସା କରିଥିଲେ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା
ଯେତେବେଳେ ହରଭଜନଙ୍କୁ ଅଧିକରୁ ଅଧିକ ଅର୍ଡର ଆସିବା ଆରମ୍ଭ ହେଲେ ସେ ବହୁ ମାତ୍ରାରେ ବର୍ଫି ବନାଇବା ଆରମ୍ଭ କଲେ । ଏହା ଦ୍ବାର ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନିର ମାଲିକ ଆନନ୍ଦ ମହିନ୍ଦ୍ରା ବେସନ ବର୍ଫି ବିଷୟରେ ଜାଣିବା ପରେ ଏକ ଟ୍ବିଟ କରି ହରଭଜନଙ୍କ ପ୍ରଶଂସା କରିଥିଲେ । ଏହାପରେ ତାଙ୍କୁ ଆହୁରି ମଧ୍ୟ ଆର୍ଡ ଆସିବା ଆରମ୍ଭ ହେଲା । ଅର୍ଡର ଅନୁଯାୟୀ ବହୁ ସଂଖ୍ୟାରେ ବର୍ଫି ଘରେ ତିଆରି କରିବା ସମ୍ଭବ ହୋଇପାରିନଥିଲା । ତେଣୁ ସେ ମୋହାଲିରେ ଏକ ସ୍ଥାନ ନେଇ ସେଠାରେ ତାଙ୍କର ରୋଷେଇ ଘର ଆରମ୍ଭ କରିଥିଲେ । ସେଠାରେ ସେ ଏବେ କିଛି ଲୋକଙ୍କୁ ତାଲିମ ଦେବା ସହ ନିଜେ ମଧ୍ୟ ବର୍ଫି ପ୍ରସ୍ତୁତ କରୁଛନ୍ତି ।
ହରଭଜନଙ୍କ ଘର ଅମୃତସରରେ । ଯେତେବେଳେ ସେ ବିବାହ କରିଥିଲେ ସେ ଲୁଧିଆନାକୁ ଆସିଥିଲେ । ସେଠାରେ ୧୦ ବର୍ଷ ରହିବା ପରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସେ ତାଙ୍କ ୩ ଝିଅଙ୍କ ସହ ଚଣ୍ଡିଗଡକୁ ଆସିଥିଲେ । ଏଠାରେ ରହିବା ପରେ ୯୦ ବର୍ଷ ବୟସରେ ସେ ବର୍ଫି ବ୍ୟବସାୟ ଆରମ୍ଭ କରିଥିଲେ । ତେବେ କୋଭିଡ ସମୟରେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ହୋଇଥିଲା । ଏହାକୁ ୨ଟି ପ୍ୟାକେଟରେ ବିକ୍ରି କରାଯାଏ ଗୋଟିଏ ୪୫୦ ଗ୍ରାମ ଯାହାର ମୂଲ୍ୟ ୫୫୦ ଓ ୮୦୦ ଗ୍ରାମର ପ୍ୟକେଟକୁ ୮୫୦ ଟଙ୍କାରେ ବିକ୍ରି କରାଯାଏ । ଏପରି ଧିରେ ଧିରେ ଛୋଟ ବ୍ୟବସାୟକୁ ବଡ ବ୍ୟବସାୟରେ ପରିଣତ କରିଥିଲେ ହରଭଜନ । ଯାହା ପଞ୍ଜାବରେ ଏବେ ବେଶ ଜଣାଶୁଣା ବ୍ରାଣ୍ଡ ହୋଇପାରିଛି । ଏନେଇ ହରଭଜନ କହିଛନ୍ତି ଯେ ଯଦି ଇଚ୍ଛା ପୂରଣ କରିବାର ଅଛି ଏଥି ପାଇଁ ବୟସ କେବେବି ବାଧକ ସାଜିବ ନାହିଁ । ଯଦି କଠିନ ପରିଶ୍ରମ ଓ ଇଚ୍ଛା ଶକ୍ତି ରହିଛି ତେବେ ଦିନେ ନା ଦିନେ ସଫଳତା ନିଶ୍ଚିନ୍ତ ପାଇବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ