ETV Bharat / bharat

ଆକାଉଣ୍ଟକୁ ଆସିଲା 9 ହଜାର କୋଟି, ଏତେ ଟଙ୍କା ଦେଖି ତାଜୁବ ଡ୍ରାଇଭର

author img

By ETV Bharat Odisha Team

Published : Sep 21, 2023, 6:15 PM IST

ଡ୍ରାଇଭରଙ୍କ ଆକାଉଣ୍ଟକୁ ଅଚାନକ ଆସିଲା 9 ହଜାର କୋଟି ଟଙ୍କା । ତାମିଲନାଡୁର କୋଡମ୍ବକାମରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

car driver received Rs 9 thousand crores
ଆକାଉଣ୍ଟକୁ ଆସିଲା 9 ହଜାର କୋଟି ଟଙ୍କା

ଚେନ୍ନାଇ: ଡ୍ରାଇଭରଙ୍କ ଆକାଉଣ୍ଟକୁ ଅଚାନକ ଆସିଲା 9 ହଜାର କୋଟି ଟଙ୍କା । ଆକାଉଣ୍ଟରେ ମାତ୍ର 15ଟଙ୍କା ଥିବାବେଳେ ହଠାତ ଏତେ ପରିମାଣର ଟଙ୍କା ଆସିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଗାଡ଼ି ଚାଳକ । ଏପରିକି ସେ ଆସିଥିବା ମେସେଜରେ କେତେଟା ଶୂନ ଅଛି ତାହା ମଧ୍ୟ ଗଣିବା ପରେ ଚକିତ ହୋଇଯାଇଥିଲେ ବୋଲି କୁହାଯାଉଛି । ତାମିଲନାଡୁର କୋଡମ୍ବକାମରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ତାମିଲନାଡୁର ନେକାରାପାଟୀରୁ ଆସିଥିବା ରାଜକୁମାର ପାଲାନି କୋଡମ୍ବକାମରେ ରହି ଭଡ଼ା ସୂତ୍ରରେ କାର୍ ଚଳାଉଥିଲେ । ସେ ନିଜର ଜଣେ ବନ୍ଧୁଙ୍କ ରୁମରେ ରହୁଥିଲେ । ତେବେ ସେପ୍ଟେମ୍ବର 9 ତାରିଖଅପରାହ୍ନ 3ଟାରେ ରାଜକୁମାର କାରରେ ବିଶ୍ରାମ ନେଉଥିବାବେଳେ ହଠାତ ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା । ମେସେଜ ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ମୋଟା ଅଙ୍କର ଅର୍ଥରାଶି ତାଙ୍କ ଆକାଉଣ୍ଟକୁ ଆସିଥିବା ଦେଖିବାକୁ ପାଇଥିଲେ ରାଜକୁମାର ।

ହେଲେ ଏତେ ପରିମାଣର ଅର୍ଥରାଶି ଆକାଉଣ୍ଟରେ ଜମା ହେବା ଘଟଣାକୁ ସହଜରେ ବିଶ୍ବାସ କରିପାରିନଥିଲେ ରାଜକୁମାର। କେହି ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଏଭଳି ଠକୁଥିବା ସେ ଭାବିଥିଲେ। ତେଣୁ ଆକାଉଣ୍ଟରେ ସତରେ ଟଙ୍କା ଜମା ହୋଇଛି କି ନାହିଁ ଜାଣିବା ପାଇଁ ସେ ନିଜ ବନ୍ଧୁଙ୍କ ନିକଟକୁ 21 ହଜାର ଟଙ୍କା ପଠାଇଥିଲେ । ଆଉ ଟଙ୍କା ମଧ୍ୟ ପହଞ୍ଚି ଯାଇଥିଲା। ପୂର୍ବରୁ ରାଜକୁମାରଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର 15 ଟଙ୍କା ଥିବାବେଳେ 21 ହଜାର ଟଙ୍କା ସାଙ୍ଗଙ୍କ ପାଖକୁ ପହଞ୍ଚିବା ପରେ 9ହଜାର କୋଟି ଟଙ୍କା ଆସିଥିବା କଥାକୁ ସେ ବିଶ୍ବାସ କରିଥିଲେ।

ଏହା ବି ପଢନ୍ତୁ...ବ୍ୟାଙ୍କ ଖାଇଗଲା ଟଙ୍କା ! ୧୫ବର୍ଷ ହେଲା ଟଙ୍କା ଫେରି ପାଉନାହାନ୍ତି ଜମାକାରୀ

ଏହା ବି ପଢନ୍ତୁ...ଅଚାନକ ଆକାଉଣ୍ଟକୁ ଆସିଲା ଲକ୍ଷାଧିକ ଟଙ୍କା, ଉଠାଣ ପାଇଁ ବ୍ୟାଙ୍କରେ ଭିଡ଼

ସେପଟେ ରାଜକୁମାର କିଛି ଭାବିବା ପୂର୍ବରୁ ତାମିଲନାଡୁ ମର୍କାଣ୍ଟାଇଲ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରୁ ତାଙ୍କ ନମ୍ବରକୁ ଏକ କଲ୍ ଆସିଥିଲା । ଯୋଗାଯୋଗ କରିଥିବା କର୍ମଚାରୀ ଜଣକ କହିଥିଲେ, "ଭୁଲ ବଶତଃ ଆପଣଙ୍କ ଆକାଉଣ୍ଟକୁ 9ହଜାର କୋଟି ଟଙ୍କା ପହଞ୍ଚି ଯାଇଛି । ଦୟାକରି ଏହି ଟଙ୍କାକୁ ଆପଣ ଖର୍ଚ୍ଚ କରନ୍ତୁ ନାହିଁ।"

ଏ ସମ୍ପର୍କରେ ରାଜକୁମାର ନିକଟସ୍ଥ ଥାନାର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି । କାରଣ ଏତେ ପରିମାଣର ଅର୍ଥରାଶି ଆକାଉଣ୍ଟକୁ ଆସିବା ପରେ ହୁଏତ ତାଙ୍କ ଜୀବନ ପ୍ରତି ବିପଦ ଥାଇପାରେ ବୋଲି ସେ ଆଶଙ୍କା କରୁଛନ୍ତି । ଏହାପରେ ଚେନ୍ନାଇର ଥିଆଗାରାୟାନଗର ସ୍ଥିତ ତାମିଲନାଡୁ ମର୍କାଣ୍ଟାଇଲ ବ୍ୟାଙ୍କ ପକ୍ଷରୁ ଓକିଲଙ୍କ ଓ ରାଜକୁମାରଙ୍କ ଓକିଲଙ୍କ ମଧ୍ୟରେ ବୁଝାମଣା ହୋଇଥିବା ଜଣାପଡିଛି । ତେବେ ଅଜଣା ଆକାଉଣ୍ଟରୁ ଏଭଳି କୋଟି କୋଟି ଟଙ୍କା ଆସିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.