ETV Bharat / bharat

ହଜିଗଲା ମାନବିକତା, ୯୦ ବର୍ଷୀୟା ବୁଢି ମାଆକୁ ପୋଡି ମାରିଦେଲେ ନିଜ ନାତୁଣୀ

author img

By

Published : May 7, 2022, 2:46 PM IST

୯୦ ବର୍ଷୀୟା ବୁଢି ମାଆଙ୍କ ଯତ୍ନ ନେବାକୁ ଅସମର୍ଥ ହେବାରୁ ନିଆଁ ଲଗାଇ ହତ୍ୟା କରିବା ପରେ ଅଳିଆ ଗଦାରେ ଫିଙ୍ଗିଦେଲେ ଦୁଇ ନାତୁଣୀ । ଅଧିକ ପଢନ୍ତୁ

ହଜିଗଲା ମାନବିକତା, ଦାୟିତ୍ବ ନେବାରେ ଅସମର୍ଥ ହେବାରୁ ବୁଢି ମାଆକୁ  ଜାଳି ଦେଲେ ନାତୁଣୀ

ଥିରୁଅନନ୍ତପୁରମ: ହଜିଗଲା ମାନବିକତା, ବୁଢି ମାଆକୁ ନିଆଁ ଲଗାଇ ଜୀବନ ନେଇଗଲେ ଦୁଇ ନାତୁଣୀ । ୯୦ ବର୍ଷୀୟା ବୁଢି ମାଆର ଦାୟିତ୍ବ ବୁଝିବାକୁ ଅସମର୍ଥ ହେବାରୁ ନିଆଁ ଲଗାଇ ହତ୍ୟା କରିବା ପରେ ଅଳିଆ ଗଦାରେ ଫିଙ୍ଗିଦେଲେ ଦୁଇ ନାତୁଣୀ । ଏଭଳି ଅଭାବନୀୟ ଘଟଣା ଘଟିଛି ତାମିଲନାଡୁର ତିରୁନେଲଭେଲିରେ । ଏହି ଘଟଣା ଜଣାପଡିବା ପରେ ୨ ନାତୁଣୀଙ୍କୁ ଗିରଫ କରିଛି ପୋଲିସ ।

ଗତ ମେ' ୩ ତାରିଖ ଦିନ ପେଟାଇର ଆଧାମନଗର ରାସ୍ତା କଡରେ ଥିବା ଏକ ଅଳିଆଗଦାରେ ବୃଦ୍ଧା ଜଣଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ଓ ପରେ ହସ୍ପିଟାଲକୁ ପଠାଇଥିଲା । ପରେ ସ୍ଥାନୀୟ ସିସିଟିଭି ଫୁଟେଜ ଯାଞ୍ଚ କରି ଜଣେ ଅଟୋ ଡ୍ରାଇଭରଙ୍କୁ ଗିରଫ କରିଥିଲା ।

ଏହାପରେ ସତ ସାମ୍ନାକୁ ଆସିଥିଲା । ପରିଣତ ବୟୟରେ ବୃଦ୍ଧା ଜଣଙ୍କ ନିଜ କାମ ନିଜେ ନକରିବାରୁ ଦୁଇ ନାତୁଣୀ ତାଙ୍କୁ ବୋଝ ଭାବି ହତ୍ୟା କରିବା ନେଇ ଯୋଜନା କରିଥିଲେ । ଏହାପରେ ପେଟ୍ରୋଲ ପକାଇ ତାଙ୍କୁ ନିଆଁରେ ଜାଳି ଦେଇଥିଲେ । ଦୁଇ ନାତୁଣୀଙ୍କୁ ଗିରଫ ପରେ କୋର୍ଟରେ ହାଜର କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.