ETV Bharat / bharat

ବିବାହ ଉତ୍ସବ ସାଜିଲା କୋରୋନା ହଟସ୍ପଟ, 87 ଅତିଥି ସଂକ୍ରମିତ - ତେଲେଙ୍ଗାନାର କୋରୋନା ହଟସ୍ପଟ

ତେଲେଙ୍ଗାନାରେ ଏକ ବିବାହ ଉତ୍ସବରେ ଯୋଗ ଦେଇ 87 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ବିବାହ ଉତ୍ସବ ସାଜିଲା କୋରୋନା ହଟସ୍ପଟ, 87 ଅତିଥି ସଂକ୍ରମିତ

author img

By

Published : Apr 5, 2021, 11:32 AM IST

ହାଇଦ୍ରାବାଦ: ଦେଶରେ କୋରୋନା ଦ୍ବିତୀୟ ଲହରୀର ଭୟଙ୍କର ରୂପ ଦେଖିବାକୁ ମିଳିଛି । ତେବେ ତେଲେଙ୍ଗାନାରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର କୋଭିଡ ନିୟମ ଲାଗୁ କରିଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଅସଫଳ ହୋଇଛନ୍ତି ସରକାର । ରାଜ୍ୟର ନିଜାମବାଦ ଜିଲ୍ଲାର ସିଦ୍ଧପୁର ଗ୍ରାମରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ପ୍ରାୟ 87 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହି ଗ୍ରାମରେ ଆୟୋଜିତ ବିବାହ ଉତ୍ସବରେ ପ୍ରାୟ 400 ଅତିଥି ଯୋଗ ଦେଇଥିଲେ । ତେବେ ଏହି ବିବାହ ଉତ୍ସବ ଶେଷରେ ଅତିଥିମାନଙ୍କ ପାଇଁ କୋରୋନା ହଟସ୍ପଟ ସାଜିଛି । 400 ଜଣଙ୍କ ମଧ୍ୟରୁ ପ୍ରାୟ 87 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତଙ୍କୁ ନିଜାମାବାଦ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଜିଲ୍ଲାର ମେଡିକାଲ ଓ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କ୍ୟାମ୍ପ ଲଗାଯାଇଛି ।

ନିଜାମାବାଦ ମହାରାଷ୍ଟ୍ରକୁ ଲାଗିକି ରହୁଥିବାରୁ ଗତ ରବିବାର ଜିଲ୍ଲାରୁ ଦିନକରେ 96 ଜଣ କୋରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି । ଏହାସହିତ ଦେଶରେ ଗତ 24 ଘଣ୍ଟା ମଧ୍ୟରେ 1.03 ଲକ୍ଷ ଲୋକ କୋରୋନା ମହାମାରୀରେ ସଂକ୍ରମିତ ହୋଇଛନ୍ତି । ଅନ୍ୟପଟେ ତେଲେଙ୍ଗାନାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 12 ହଜାର 140ରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.