ETV Bharat / bharat

୧୦ବର୍ଷ ହେଲା ସଜ୍ଜା କାଟୁଛନ୍ତି 853 ବିଚାରାଧୀନ କଏଦୀ: ଯୋଗୀ ସରକାର ଓ ଆହ୍ଲାବାଦ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

author img

By

Published : Jul 25, 2022, 7:06 PM IST

ଉତ୍ତର ପ୍ରଦେଶରେ ୧୦ ବର୍ଷ ହେଲା ସଜ୍ଜା କାଟୁଛନ୍ତି 853 ବିଚାରାଧୀନ କଏଦୀ । ସଠିକ ସମୟରେ ମାମଲାର ଶୁଣାଣି ଶେଷ ନହେବା ପ୍ରସଙ୍ଗରେ ଉଦବେଗ ପ୍ରକାଶ କଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

ବିଚାରାଧୀନ ମାମଲା ପ୍ରସଙ୍ଗରେ ଉତ୍ତର ପ୍ରଦେଶ ସରକାର, ଆହ୍ଲାବାଦ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ସଠିକ ସମୟରେ ବିଚାରାଧୀନ ମାମଲାର ଶୁଣାଣି ପ୍ରକ୍ରିୟା ଶେଷ ହୋଇ ନପାରିବା ଓ ବିଚାରାଧୀନ କଏଦୀଙ୍କୁ ଅଯଥାରେ ବର୍ଷ ବର୍ଷ ଧରି ଜେଲରେ ରହିବାକୁ ପଡିବା ପ୍ରସଙ୍ଗରେ କ୍ଷୁବ୍ଧ ହୋଇଛନ୍ତି ସର୍ବୋଚ୍ଚ କୋର୍ଟ । ଆଜି (ସୋମବାର) ଏହି ସମ୍ପର୍କିତ ଏକ ମାମାଲର ଶୁଣାଣି କରି ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାର ଓ ଆହ୍ଲାବାଦ ହାଇକୋର୍ଟଙ୍କ କାର୍ଯ୍ୟଶୈଳୀକୁ ଭର୍ତ୍ସନା ମଧ୍ୟ କରିଛନ୍ତି ।

ତେବେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଉତ୍ତର ପ୍ରଦେଶରେ ଦେଶର ସର୍ବାଧିକ ବିଚାରାଧୀନ ମାମଲା ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ 853 ଟି ମାମଲାର ନ୍ୟାୟିକ ପ୍ରକ୍ରିୟା ଜାରି ରହିଛି ଓ ଚୂଡାନ୍ତ ରାୟ ପ୍ରକାଶ ପାଇବାରେ ଆହୁରି ସମୟ ଲାଗିବା ନେଇ ରାଜ୍ୟ ସରକାର ସର୍ବୋଚ୍ଚ କୋର୍ଟଙ୍କୁ ଅବଗତ ମଧ୍ୟ କରିଛନ୍ତି । ତେବେ ସରକାର ପ୍ରଦାନ କରିଥିବା ତଥ୍ୟ ମୁତାବକ 853 ବିଚାରାଧୀନ କଏଦୀ ଏବେ ପ୍ରାୟ ଦୀର୍ଘ ୧୦ ବର୍ଷ ହେବ ବିଚାର ବିଭାଗୀୟ ବନ୍ଦୀ ଜୀବନ କାଟୁଛନ୍ତି । ଯାହାକୁ ନେଇ କୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।

କଏଦୀ ମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ରଖିବା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ସର୍ବୋଚ୍ଚ କୋର୍ଟ ଏହା ମଧ୍ୟ କହିଛନ୍ତି, ଯଦି ଏହି ପ୍ରସଙ୍ଗରେ ତଳକୋର୍ଟ ଓ ରାଜ୍ୟ ସରକାର କୌଣସି ସମାଧାନ ବାହାର କରିବାରେ ଅକ୍ଷମ ତେବେ, ସର୍ବୋଚ୍ଚ କୋର୍ଟ ନିଜ ଆଡୁ ହସ୍ତକ୍ଷେପ କରିବାକୁ ବାଧ୍ୟ ମଧ୍ୟ ହେବେ । ସୁଲେମାନ ଓ ଉତ୍ତର ପ୍ରଦେଶ ସରକାରଙ୍କ ବିରୋଧରେ ଜାରି ରହିଥିବା ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅଗଷ୍ଟ 17 ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ ତାରିଖ ମଧ୍ୟ ଧାର୍ଯ୍ୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.