ETV Bharat / bharat

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ଜାତୀୟ ରାଜପଥ ସମେତ 82 ରାସ୍ତାରେ ଯାତାୟତ ଠପ୍‌ - ଉତ୍ତରାଖଣ୍ଡରେ ବର୍ଷାରେ ଜାତୀୟ ରାଜପଥ ଜାମ

ଉତ୍ତରାଖଣ୍ଡରେ ଜାରି ରହିଛି ବର୍ଷା । ପ୍ରମୁଖ ଜାତୀୟ ରାଜପଥ ସହ 82 ରାସ୍ତା ସିଲ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କକ୍ଷ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡରେ ବର୍ଷା , ଜାତୀୟ ରାଜପଥ ସମେତ 82 ରାସ୍ତାରେ ଯାତାୟତ ଠପ

author img

By

Published : Aug 30, 2021, 6:36 AM IST

ଡେରାଡୁନ: ଉତ୍ତରାଖଣ୍ଡରେ ଜାରି ରହିଛି ମୌସୁମୀଜନିତ ବର୍ଷା । ଗତ କିଛିଦିନ ଧରି ଲଗାତାର ବର୍ଷା ପରେ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏକାଧିକ ରାଜପଥ ସହ ଅନେକ ରାସ୍ତା ବନ୍ଦ ହୋଇଯାଇଛି । ରାଜ୍ୟ ବିପର୍ଯ୍ୟୟ ନିୟନ୍ତ୍ରଣ କକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ 29ରେ ଅପରାହ୍ନ 5.30 ପର୍ଯ୍ୟନ୍ତ ରାଜ୍ୟରେ 82ଟି ଛୋଟ ଏବଂ ପ୍ରମୁଖ ରାସ୍ତା ବନ୍ଦ ରହିଛି । ସେଗୁଡିକରେ ଯାତାୟତ ସ୍ବାଭାବିକ କରିବା ପାଇଁ ପ୍ରକ୍ରିୟା ଜାରି ରଖିଛି ପ୍ରଶାସନ।

ଚମୋଲି ଜିଲ୍ଲାର ରିଷିକେଶ-ବଦ୍ରିନାଥ ଜାତୀୟ ରାଜପଥ NH-58 ଭୂସ୍ଖଳନ ଓ ଆବର୍ଜନା କାରଣରୁ ତାପୋବନ ଏବଂ ମାଲେଥାର 2ଟି ସ୍ଥାନରେ ବନ୍ଦ ରହିଛି । ଯାହାର ବିକଳ୍ପ ମାର୍ଗ ଭାବେ ନୂଆ ତେହେରୀରୁ ଶ୍ରୀନଗର ରାସ୍ତା ବ୍ୟବହାର କରିବା ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି । ସେହିପରି ତୋମାକ ନାଲା-ଜୁମ୍ମାରେ ବାରମ୍ବାର ଭୂସ୍ଖଳନ ଫଳରେ ଆବର୍ଜନା ଗଦାହେବା କାରଣରୁ ଜୋସିମାଥ-ମାଲାରି ଷ୍ଟେଟ ରୋଡରେ ଜାତାୟାତ ବନ୍ଦ ରହିଛି । ଏହା ବ୍ୟତୀତ ଚାମୋଲି ଜିଲ୍ଲାର 14ଟି ଗ୍ରାମୀଣ ରାସ୍ତା ମଧ୍ୟ ଯାତାୟାତରେ ବନ୍ଦ ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.