ETV Bharat / bharat

ହାରିନି ମନବୋଳ; 80 ବର୍ଷରେ ପିଏଚଡି ପାଇଲେ ଶଶୀକଳା

କୁହନ୍ତି ପାଠ ପଢିବାର କୌଣସି ବୟସ ନଥାଏ । ଯଦି ପାଠ ପଢିବାର ଆଗ୍ରହ ଥାଏ ତେବେ ତାହା କେଉଁ ବୟସରେ ବି ଆପଣ କରିପାରିବେ । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ 80 ବର୍ଷର ମହିଳା ।

author img

By

Published : Feb 21, 2021, 2:51 PM IST

ହାରିନି ମନବୋଳ;  80 ବର୍ଷରେ ପିଏଚଡି ପାଇଲେ ଶଶିକଳା

ଭୋପାଲ: କୁହନ୍ତି ପାଠ ପଢିବାର କୌଣସି ବୟସ ନଥାଏ । ଯଦି ପାଠ ପଢିବାର ଆଗ୍ରହ ଥାଏ ତେବେ ତାହା କେଉଁ ବୟସରେ ବି ଆପଣ କରିପାରିବେ । ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ 80 ବର୍ଷର ମହିଳା । ବୟସର ଅପରାହ୍ନରେ ସଂସ୍କୃତରେ ପିଏଚଡି ଲାଭ କରିଛନ୍ତି ଶଶୀକଳା ରାୱଲ । ଆଉ ଆଜିର ଯୁବପିଢୀ ପାଇଁ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ଉଦାହରଣ ।

ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟ୍ଟେଲ ବିକ୍ରମ ବିଶ୍ବବିଦ୍ୟାଳୟରେ 24 ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଶଶିକଳା ରାୱଲଙ୍କୁ ପିଏଚଡି ଡିଗ୍ରୀ ପ୍ରଦାନ କରିଛନ୍ତି । ଏବଂ ପରିଣତ ବୟସରେ ବି ତାଙ୍କର ପଢା ପ୍ରତି ଥିବା ଆଗ୍ରହକୁ ପ୍ରଶଂସା କରିଛନ୍ତି ।

ରାଜ୍ୟପାଳ 325 ଜଣଙ୍କୁ ପିଏଚଡି ଟାଇଟଲ୍ ପ୍ରଦାନ କରିଥିଲେ । ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମର ଯୋଗ୍ୟ ଛାତ୍ରମାନଙ୍କୁ ପଦକ ବଣ୍ଟନ କରିଥିଲେ । 24 ତମ ସମାରୋହରେ କୁଳପତି ପ୍ରଫେସର ଅଖିଳେଶ କୁମାର ପାଣ୍ଡେ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ Dr ଯାଦବ, ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧ୍ୟକ୍ଷ ଡି.ପି ସିଂ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.