ETV Bharat / bharat

କୋରୋନାକୁ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ, କହିଲେ ଏସଓପି ପରେ ବି 80 ପ୍ରତିଶତ ପିନ୍ଧୁନାହାନ୍ତି ମାସ୍କ - covid guidelines sop

ସୁପ୍ରିମକୋର୍ଟ କହିଛନ୍ତି ଯେ, ଦେଖାଯାଉଛି ଦେଶର ଅନେକ ସ୍ଥାନରେ ପ୍ରତିଦିନ ଏମିତି ଦେଖାଯାଉଛି । ଯେଉଁଥିରେ ଲୋକେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ନିୟମକୁ ଠିକଭାବେ ପାଳନ କରୁନାହାନ୍ତି । ଅଧିକ ପଢନ୍ତୁ:

କୋରୋନାକୁ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ
କୋରୋନାକୁ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ
author img

By

Published : Nov 27, 2020, 5:41 PM IST

ନୂଆଦିଲ୍ଲୀ: ଦେଶରେ ବଢୁଥିବା କୋରୋନା ମାମଲା ଓ କୋଭିଡ ଗାଇଡଲାଇନ ନିୟକୁ ଅଣଦେଖାକୁ ନେଇ ଅସନ୍ତୋଷ ଜାହିର କଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଦେଖାଯାଉଛି ଦେଶର ଅନେକ ସ୍ଥାନରେ ପ୍ରତିଦିନ ଏମିତି ଦେଖାଯାଉଛି । ଯେଉଁଥିରେ ଲୋକେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ନିୟମକୁ ଠିକଭାବେ ପାଳନ କରୁନାହାନ୍ତି ।

ପାଖାପାଖି 80 ପ୍ରତିଶତ ଲୋକ ମାସ୍କର ବ୍ୟବହାର କରୁନାହାନ୍ତି । ଆଉ ଯେଉଁମାନେ କେତେକ କରୁଛନ୍ତି, ମାସ୍କକୁ ପିନ୍ଧିବା ପରିବର୍ତ୍ତେ କେବଳ ବେକରେ ଝୁଲାଇ ବୁଲୁଛନ୍ତି । ଯାହାକୁ ନେଇ ସୁପ୍ରିମ କୋର୍ଟ କହିଛନ୍ତି ଯେ, ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତାପ୍ରକଟ କରୁନାହାନ୍ତି । ସରକାରଙ୍କ ପକ୍ଷରୁ କେବଳ ଏସଓପି ତିଆରି କରାଯାଇଛି । କିନ୍ତୁ ଏହାକୁ ଠିକଭାବେ ପାଳନ କରାଯାଉନି । ଦିନକୁ ଦିନ ପରିସ୍ଥିତି ଆହୁରି ଗମ୍ଭୀର ଆଡକୁ ଗତି କରୁଛି ।

ଅନ୍ୟପଟେ ଏହି ମାମଲାର ଶୁଣାଣି କରି ସିଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି ଯେ, କୋରୋନା ଭାଇରସକୁ ନେଇ ରାଜ୍ୟ ସରକାର ଗୁଡିକ ଆହୁରି କଠୋର ହେବାକୁ ପଡିବ । ଦେଶର 10 ରାଜ୍ୟରେ କୋରୋନା ଭାଇରସର 70 ପ୍ରସତିଶତ ମାମଲା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.