ETV Bharat / bharat

କର୍ଣ୍ଣାଟକ ଜନସଭାରେ କଂଗ୍ରେସକୁ ଟାର୍ଗେଟ, ନଡ୍ଡା କହିଲେ UPA ସମୟରେ ହୋଇଛି ୮୦ରୁ ଅଧିକ ସାମ୍ପ୍ରଦାୟିକ ଦଙ୍ଗା

author img

By

Published : Apr 28, 2023, 5:45 PM IST

କର୍ଣ୍ଣାଟକରେ ଜନସଭାରେ କଂଗ୍ରେସକୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କହିଲେ କଂଗ୍ରେସ ସରକାର ବେଳେ ହୋଇଛି ୮୦ରୁ ଅଧିକ ସାମ୍ପ୍ରଦାୟିକ ଦଙ୍ଗା । ଅଧିକ ପଢନ୍ତୁ

Etv Bharat
Etv Bharat

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ଉପରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କଂଗ୍ରେସ ସରକାର ସମୟରେ ୮୦ରୁ ଅଧିକ ସାମ୍ପ୍ରଦାୟିକ ଦଙ୍ଗା ହୋଇଛି ବୋଲି ସେ କହିଛନ୍ତି । ବିଧାନସଭା ନିର୍ବାଚନ ଲାଗି କର୍ଣ୍ଣାଟକରେ ଏକ ଜନସଭାରେ ଯୋଗ ଦେବା ଅବସରରେ ଏପରି କହି ବିରୋଧୀ ଦଳ ଉପରେ ବର୍ଷିଛନ୍ତି ନଡ୍ଡା । ଏହାସହ ସଠିକ ସମୟରେ ସଠିକ ନିଷ୍ପତ୍ତି ନେଇ ବିଜେପିକୁ ଭୋଟ ଦେବା ଲାଗି ସେ ରାଜ୍ୟବାସୀଙ୍କୁ ଆହ୍ବାନ କରିଛନ୍ତି ।

ଏହି ଜନସଭାରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ନଡ୍ଡା କହିଛନ୍ତି, "ଆପଣମାନେ ଯଦି ସଠିକ ସମୟରେ ସଠିକ ନିଷ୍ପତ୍ତି ନେବେ, ତେବେ ଏହାର ଉତ୍ତମ ଫଳ ମିଳିବ ।" ଏପରି କହି ବିଜେପିକୁ ଭୋଟ ଦେବା ଲାଗି ନଡ୍ଡା ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି । ଆଗାମୀ ବିଧାନସଭା ନିର୍ବାଚନ ଲାଗି ରାଜ୍ୟରେ ବିଜେପିର ଶୀର୍ଷ ନେତୃତ୍ବ ଜନସଭା ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଉଦ୍ୟମ କରୁଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ପରସ୍ପରର ବିଫଳତା ବଖାଣିବା ସହ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- Karnataka Election 2023 : ବୁଥ୍‌ ଜିତିବାକୁ କର୍ମୀଙ୍କୁ ନରେନ୍ଦ୍ର ମୋଦିଙ୍କ ଗୁରୁ ମନ୍ତ୍ର, ବିରୋଧୀଙ୍କ ଉପରେ ବର୍ଷିଲେ

ସେପଟେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ (PFI)କୁ ବ୍ୟାନ କରିଛନ୍ତି ବୋଲି ନଡ୍ଡା ଏହି ଜନସଭାରେ ସୂଚନା ଦେଇଛନ୍ତି । ଏହାପୂର୍ବରୁ ମଧ୍ୟ ପିଏଫଆଇକୁ ବ୍ୟାନ କରାଯାଇଥିଲା । ଗତ ବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର ପିଏଫଆଇକୁ ବ୍ୟାନ କରିଥିଲା । ପିଏଫଆଇ ସହ ଜଡ଼ିତ ଥିବା କିଛି ସୋସିଆଲ ଡେମୋକ୍ରାଟିକ ପାର୍ଟିର ସଦସ୍ୟଙ୍କୁ ପୁରୁଣା ଭୋପାଳ (ଶାହାଜାହାନବାଦ)ରୁ ଗିରଫ କରାଯାଇଥିଲା ।

ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକ ବିଜେପି କର୍ମୀଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ । ପ୍ରତିଟି ବୁଥ ସ୍ତରରେ କାର୍ଯ୍ୟ କରିବା ଲାଗି ସେ କର୍ମୀଙ୍କୁ ପରାମର୍ଶ ଦେଇଥିଲେ । ଏହାସହ କଂଗ୍ରେସ ସରକାର ଉପରେ ବର୍ଷିଥିବା ମଧ୍ୟ ଦେଖିବାକୁ ମିଳିଥିଲା । "କଂଗ୍ରେସ ମାନେ ମିଛ ଗ୍ୟାରେଣ୍ଟି, ଏହା କେବଳ ଦୁର୍ନୀତିର ଗ୍ୟାରେଣ୍ଟି ଦିଏ । କଂଗ୍ରେସ ଏବେ ଏପରି ସ୍ଥିତିରେ ରହିଛି ଯେ ସେ ଗ୍ୟାରେଣ୍ଟି ଦେବାକୁ ମଧ୍ୟ ସକ୍ଷମ ନୁହେଁ । ଏହାସହ ଏହି ଦଳର ୱାରେଣ୍ଟିର ସମୟକାଳ ଶେଷ ହୋଇସାରିଛି । "ମୋଦିଙ୍କ ଏପରି ମନ୍ତବ୍ୟ ପରେ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି । ଏହାପରେ ଖଡ଼ଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ "ବିଷଧର ସାପ" ବୋଲି କହିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.