ETV Bharat / bharat

Telangana Road Accident: ତେଲେଙ୍ଗାନାରେ ମର୍ମନ୍ତୁତ ସଡକ ଦୁର୍ଘଟଣା, ୯ ମୃତ ୧୯ ଆହତ - ତେଲେଙ୍ଗାନାରେ ସଡକ ଦୁର୍ଘଟଣା

ତେଲେଙ୍ଗାନା କାମାରେଡ୍ଡୀ ଜିଲ୍ଲା(Telangana's Kamareddy district)ରେ ମର୍ମନ୍ତୁତ ସଡକ ଦୁର୍ଘଟଣା । ମିନି ଟ୍ରକକୁ ଧକ୍କା ଦେଲା ଟ୍ରକ୍‌ । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

Telangana Road Accident: ତେଲେଙ୍ଗାନାରେ ମର୍ମନ୍ତୁତ ସଡକ ଦୁର୍ଘଟଣା, ୯ ମୃତ ୧୯ ଆହତ

author img

By

Published : May 9, 2022, 6:59 AM IST

Updated : May 9, 2022, 10:51 AM IST

ହାଇଦ୍ରାବାଦ: ତେଲେଙ୍ଗାନା କାମାରେଡ୍ଡୀ ଜିଲ୍ଲାରେ(Telangana's Kamareddy district) ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ମିନି ଟ୍ରକକୁ ଲରୀ ଧକ୍କା ଦେବା ଫଳରେ 9ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 19 ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ତେଲେଙ୍ଗାନା କାମାରେଡ୍ଡୀରେ ରବିବାର ସଂନ୍ଧ୍ୟା ପାଖାପାଖି ୫ଟା ସମୟରେ ଏ ଦୁର୍ଘଟଣା ଘଟିଛି ।

ଟ୍ରକ ଡ୍ରାଇଭର ୟେଲାରେଡ୍ଡୀ ମଣ୍ତଳ ନିଜ ଟ୍ରକ୍‌କୁ ରଙ୍ଗ ଓ୍ବେରେ ଆଣୁଥିବା ସମୟରେ ବିପରିତ ଦିଗରୁ ଆସୁଥିବା ଏକ ଲରୀ ମିନି ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ ନେବା ବାଟରେ ଅନ୍ୟ ତିନି ଜଣ ଆଖି ବୁଜିଥିଲେ ।

ତେବେ, ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଚିକିତ୍ସାଧିନ ଅବସ୍ଥାରେ (ସୋମବାର) ଆଉଜଣଙ୍କର ମୃତ୍ୟୁ ହୋଇଛି । ଏକାଧିକ ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବାନେଇ ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ କାମାରେଡ୍ଡୀ SP ବି. ଶ୍ରୀନିବାସ ରେଡ୍ଡୀ(B Srinivas Reddy) ପହଞ୍ଚି ସ୍ଥିତି ପରଖିଛନ୍ତି ।

Last Updated : May 9, 2022, 10:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.