ETV Bharat / bharat

ଖାଲିଥିବା ମୁଖ୍ୟ ବିଚାରପତି ପଦ ପାଇଁ ୮ ଜଣଙ୍କ ନାମ ସୁପାରିଶ - ମୁଖ୍ୟ ବିଚାରପତିଙ୍କ ନାମ ସୁପାରିସ

ଖାଲିଥିବା ବିଭିନ୍ନ ରାଜ୍ୟର ମୁଖ୍ୟ ବିଚାରପତି ପଦ ପୂରଣ ପାଇଁ 8 ଜଣଙ୍କ ନାମ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ । ଅଧିକ ପଢନ୍ତୁ...

ଖାଲିଥିବା ମୁଖ୍ୟ ବିଚାରପତି ପଦ ପାଇଁ ୮ ଜଣଙ୍କ ନାମ ସୁପାରିସ

author img

By

Published : Sep 18, 2021, 8:55 AM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ୮ ଜଣ ମୁଖ୍ୟ ବିଚାରପତିଙ୍କ ନାମ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ । ଦେଶର ବିଭିନ୍ନ ଉଚ୍ଚନ୍ୟାୟାଳୟରେ ଖାଲିଥିବା ମୁଖ୍ୟ ବିଚାରପତିଙ୍କ ପଦ ପୂରଣ ପାଇଁ ନାମ ସୁପାରିଶ୍ ହୋଇଛି । ସେମାନଙ୍କ ମଧ୍ୟରୁ କୋଲକାତା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିବା ରାଜେନ୍ଦ୍ର ବିନ୍ଦଲଙ୍କ ନାମ ସ୍ଥାନ ପାଇଛି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଜଷ୍ଟିସ ବିନ୍ଲଙ୍କୁ ଗତ ଏପ୍ରିଲ ୨୯ ରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି କରାଯାଇଥିଲା । ରାଜ୍ୟରେ ନିର୍ବାଚନକୁ ନେଇ ତୃଣମୂଳ କଂଗ୍ରେସ ସରକାର ଜଷ୍ଟିସ ବିନ୍ଦଲଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ କଲେଜିୟମ୍ ଜଷ୍ଟିସ ବିନ୍ଦଲଙ୍କୁ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି କରିବାକୁ ସୁପାରିସ କରିଛନ୍ତି ।

ସେହିପରି କୋଲକାତା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ମେଘାଳୟ, ଗୁଜୁରାଟ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ମଧ୍ୟ ସୁପ୍ରିମକୋର୍ଟ ନାମ ସୁପାରିଶ କରିଛନ୍ତି । ସୂଚନା ଅନୁଯାୟୀ ଗତ ୩ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ବିଭିନ୍ନ ହାଇକୋର୍ଟରେ ନିଯୁକ୍ତି ପାଇଁ ୧୦ ମହିଳା ବିଚାରପତିଙ୍କ ସମେତ ୬୮ ଜଣଙ୍କ ନାମ ସୁପାରିଶ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କାହାରିଙ୍କୁ ନିଯୁକ୍ତି ମିଳିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.