ETV Bharat / bharat

୨୦ ବର୍ଷ ବୟସରେ ମଇଁଷି ଚୋରେଇ ଥିଲେ, ୭୮ ବର୍ଷରେ ବୃଦ୍ଧଙ୍କୁ ଗିରଫ କଲା ପୋଲିସ

author img

By ETV Bharat Odisha Team

Published : Sep 13, 2023, 12:17 PM IST

୨୦ ବର୍ଷ ବୟସରେ ମଇଁଷି ଚୋରେଇ ଥିଲେ । ଦୀର୍ଘ ୫୮ ବର୍ଷ ବିତିବା ପରେ ଏବେ ୭୮ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିଛି ପୋଲିସ । ପଢନ୍ତୁ ପୁରା ଖବର

ମଇଁଷି ଚୋରି ମାମଲାରେ ବୃଦ୍ଧ ଗିରଫ
ମଇଁଷି ଚୋରି ମାମଲାରେ ବୃଦ୍ଧ ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ଏକ ଅଜବ ଗଜବ ମାମଲା ସାମ୍ନାକୁ ଆସିଛି । ମଇଁଷି ଚୋରି ମାମଲାରେ ଏଠାରେ ଜଣେ ୭୮ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରାଯାଇଛି ତେବେ ଏହି ମାମଲାଟି ଏଥିପାଇଁ ଅଜବ, କାରଣ ଅଭିଯୁକ୍ତ ବୃଦ୍ଧଙ୍କୁ ଯେତେବେଳେ ୨୦ ବର୍ଷ ବୟସ ହୋଇଥିଲା, ସେ ଦୁଇଟି ମଇଁଷି ଚୋରି କରିଥିଲେ । ଯୌବନ ଯାଇ ଦେହର ଚର୍ମ ଧୁଡୁଧୁଡୁ ହେବା ପରେ ଏବେ ଦୀର୍ଘ ୫୮ ବର୍ଷ ପରେ ପୋଲିସ ତାଙ୍କୁ ଏହି ମାମଲାରେ ଗିରଫ କରିଛି । ବୃଦ୍ଧଙ୍କ ନାମ ଗଣପତି ୱାଘମୋର । ତାଙ୍କ ସହ ମଇଁଷି ଚୋରି କରିଥିବା ଅନ୍ୟ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇସାରିଛି ।

ଘଟଣାଟି କର୍ଣ୍ଣାଟକ ବିଦାର ଜିଲ୍ଲାର । ୧୯୬୫ ମସିହାରେ ଏହି ମଇଁଷି ଚୋରି ମାମଲା ଘଟିଥିଲା । ୨୦ ବର୍ଷ ବୟସରେ ଗଣପତି ଏବଂ ତାଙ୍କର ସାଥି କିଶାନ ଚନ୍ଦେର(୩୦) ଦୁଇଟି ମଇଁଷି ଓ ତା' ଛୁଆ ଚୋରି କରିଥିଲେ । ଏନେଇ ମେହକର ଥାନାରେ ଦୁହିଁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ପରେ ପୋଲିସ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ହେଲେ ଦୁଇ ଅଭିଯୁକ୍ତ ଜାମିନରୁ ମୁକୁଳିବା ପରେ ଫେରାର୍ ହୋଇଯାଇଥିଲେ । ବାରମ୍ବାର ସମନ କରାଯାଇ ଥିଲେ ବି ଆଉ ଧରାଛୁଆଁ ଦେଇନଥିଲେ । ଏହାରି ଭିତରେ ଅନେକ ବର୍ଷ ବିତି ଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ମଇଁଷି ମୃତ୍ୟୁ ମାମଲା: 28ବର୍ଷ ପରେ 83 ବର୍ଷୀୟ ବୃଦ୍ଧଙ୍କ ବିରୋଧରେ ଆସିଲା ଆରେଷ୍ଟ ଓ୍ବେରଣ୍ଟ

ବୟସାଧିକ କାରଣରୁ ଅଭିଯୁକ୍ତ କିଶାନ ଚନ୍ଦେରର ମୃତ୍ୟୁ ହେବା ପରେ ତା' ବିରୋଧରେ ମାମଲା ରବ୍ଦ ହୋଇଥିଲା । କିନ୍ତୁ ଅନ୍ୟ ଅଭିଯୁକ୍ତ ଗଣପତି ନାଁରେ ମାମଲା ଚାଲିଥିଲା । ପୋଲିସ ତାଙ୍କୁ ଧରିବାକୁ ଖୋଜାଖୋଜି କରିଥିଲେ ହେଁ ସେ ଧରା ପଡିନଥିଲେ । ଆଜକୁ ୫୮ ବର୍ଷ ବିତିବା ପରେ ଶେଷରେ ବୃଦ୍ଧାବସ୍ଥାରେ ଗଣପତିଙ୍କୁ ପୋଲିସର ଏକ ସ୍ପେଶାଲ ଟିମ୍ ଗିରଫ କରି କୋର୍ଟ ଚାଲାଣ କରିଛି । ୨୦ ବର୍ଷ ବୟସରେ ମଇଁଷି ଚୋରେଇ ଥିବା ଗଣପତିଙ୍କୁ ଏବେ ୭୮ ବର୍ଷ ହେଲାଣି । ତେଣୁକରି ଏହି ମାମଲାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି ।

ବିଦାର ପୋଲିସ ବର୍ଷ ବର୍ଷ ଧରି ପଡିରହିଥିବା ପୁରୁଣା କେସ ଫାଇଲ ଖୋଲିଥିଲା । ଯେଉଁଥିରେ ଗଣପତିଙ୍କ ବିରୋଧରେ ଥିବା ମାମଲା ମଧ୍ୟ ସାମ୍ନାକୁ ଆସିଥିଲେ । ଫଳରେ ପୋଲିସର ଗୋଟିଏ ସ୍ପେଶାଲ ଟିମ୍ ଯାଇ ୭୮ ବର୍ଷୀୟ ଗଣପତିଙ୍କୁ ଗିରଫ କରିବା ପରେ କୋର୍ଟରେ ହାଜର କରିଛି । ଏନେଇ ବିଦାର ଏସପି ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.