ETV Bharat / bharat

Dahi Handi Festival: ମୁମ୍ବାଇରେ ଅଘଟଣ, 77 ଅଂଶଗ୍ରହଣକାରୀ ଆହତ

author img

By ETV Bharat Odisha Team

Published : Sep 7, 2023, 11:01 PM IST

ମୁମ୍ବାଇରେ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ବେଳେ ଅଘଟଣ । 77 ଅଂଶଗ୍ରହଣକାରୀ (ଗୋବିନ୍ଦା) ଆହତ । ଅଧିକ ପଢନ୍ତୁ

Dahi Handi festival: ପର୍ବରେ ଅଘଟଣ, 77 ଅଂଶଗ୍ରହଣକାରୀ ଆହତ

ମୁମ୍ବାଇ: ପବିତ୍ର ଜନ୍ମଷ୍ଟମୀ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ । ତେବେ ମୁମ୍ବାଇ ସହରର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ବେଳେ ଅଘଟଣ ଘଟି ପ୍ରାୟ 77 ଜଣ ଅଂଶଗ୍ରହଣକାରୀ (ଗୋବିନ୍ଦା) ଆହତ ହୋଇଥିବା ସୂଚନା ମିଳିଛି । ପୂର୍ବାହ୍ନରୁ ଜାରି ରହିଥିବା ଏହି କାର୍ଯ୍ୟକ୍ରମରେ ସହରରେ ବିଭିନ୍ନ ସ୍ଥାନରେ ମୋଟ 77 ଜଣ ଆହତ ହୋଇଥିବା ସୂଚନା ମହାନଗର ନିଗମ ପକ୍ଷରୁ ଜାରି କରାଯାଇଛି । ତେବେ 77 ଆହତଙ୍କ ମଧ୍ୟରୁ ମାତ୍ର 7ଜଣ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ସେହିପରି ପଡ଼ୋଶୀ ଥାନେ ଜିଲ୍ଲାରେ ମଧ୍ୟ ପ୍ରାୟ 11ଜଣ ଅଂଶଗ୍ରହଣକାରୀ ଆହତ ହୋଇଥିବା ସୂଚନା ମିଳିଛି ।

77 ଅଂଶଗ୍ରହଣକାରୀ ଆହତ77 ଅଂଶଗ୍ରହଣକାରୀ ଆହତ
77 ଅଂଶଗ୍ରହଣକାରୀ ଆହତ77 ଅଂଶଗ୍ରହଣକାରୀ ଆହତ

ଜନ୍ମାଷ୍ଟମୀ ଅବସରରେ ଏହି ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ମୁମ୍ବାଇ ସମେତ ଦେଶର ବିଭିନ୍ନ ସ୍ଥାନରେ ହୋଇଥାଏ । ଏକ ମାଟି ହାଣ୍ଡିରେ ଦହି ରଖାଯିବା ସହ ଏହାକୁ ନିର୍ଦ୍ଦିଷ୍ଟ ଉଚ୍ଚତାରେ ଝୁଲାଇ ରଖାଯାଏ । ଏଥିରେ ଅଂଶଗ୍ରହଣକାରୀମାନଙ୍କୁ ଗୋବିନ୍ଦା କୁହାଯାଏ । ଏମାନେ ପରସ୍ପର କାନ୍ଧରେ ପାଦ ରଖି ଉପରକୁ ଚଢ଼ି ଉକ୍ତ ଦହିହାଣ୍ଡି ନିକଟରେ ପହଞ୍ଚିବାରେ ସଫଳ ହୋଇଥାନ୍ତି । ଏହାକୁ ହନୁମାନ ପିରାମିଡ ମଧ୍ୟ କୁହାଯାଏ । ଗୋବିନ୍ଦାମାନେ ପରସ୍ପର ସହଯୋଗରେ ଏହି ପିରାମିଡ୍‌ ସଦୃଶ ମାନବ ଶୃଙ୍ଖଳ ତିଆରି କରିଥାନ୍ତି । ଅଗ୍ରଭାଗ ପର୍ଯ୍ୟନ୍ତ ଜଣେ ପ୍ରତିଯୋଗୀ ପହଞ୍ଚି ଦହିହାଣ୍ଡି ଭାଙ୍ଗିବାରେ ସଫଳ ହୋଇଥାଆନ୍ତି ।

ଏହା ମଧ୍ୟ ପଢନ୍ତୁ :-Watch: ବିଜେପି ନେତ୍ରୀ ରୁବି ଆସିଫଙ୍କ କୃଷ୍ଣ ପ୍ରେମ, ଘର ପାଳିଲେ ଜନ୍ମାଷ୍ଟମୀ

ବେଳେ ବେଳେ ଏହି ପ୍ରତିଯୋଗିତାରେ ଅଘଟଣ ଘଟିଥାଏ । ହନୁମାନ ପିରାମିଡ କୁହାଯାଉଥିବା ଏହି ମାନବ ଶୃଙ୍ଖଳ ଭାରସାମ୍ୟ ହରାଇ ଭାଙ୍ଗିଯିହା କାରଣରୁ ଥରକରେ ଏକାଧିକ ଗୋବନ୍ଦା (ଅଂଶଗ୍ରହଣକାରୀ) ଆହତ ହୋଇଥିବାର ନଜିର ମଧ୍ୟ ରହିଛି । ତେଣୁ ଆୟୋଜନ ସ୍ଥାନରେ ଏପରି ଅଘଟଣର ମୁକାବିଲା ପାଇଁ ମଧ୍ୟ ବିଶେଷ ଧ୍ୟାନ ଦେବାକୁ ପଡେ । ଦେଶର ବିଭିନ୍ନ ପ୍ରାନ୍ତରେ ଏହି ପର୍ବ ବେଶ ଉତ୍ସାହର ସହ ପାଳନ କରାଯାଏ । ତେବେ ଏଥିରେ ବିଶେଷ ଭାବେ ଯୁବକମାନେ ବେଶ ଉତ୍ସାହର ସହ ସଂଘବଦ୍ଧ ଭାବେ ଅଂଶଗ୍ରହଣ କରନ୍ତି । ଏହାକୁ ଦେଖିବା ପାଇଁ ମଧ୍ୟ ବେଶ ଭିଡ ଜମା ହୁଏ । ଚଳିତଥର ମୁମ୍ବାଇରେ ପ୍ରାୟ 77 ଜଣ ଅଂଶଗ୍ରହଣକାରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । 7 ଜଣଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ସାମାନ୍ୟ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.