ETV Bharat / bharat

Farmers Protest: 750 ଚାଷୀଙ୍କ ଜୀବନ ଯାଇଛି ! ଶୋକ ପ୍ରକାଶ କରିନାହିଁ ସରକାର

author img

By

Published : Nov 19, 2021, 7:34 PM IST

କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ବେଳେ ଦେଶର ପ୍ରାୟ ୭୫୦ ଚାଷୀ ମୃତ୍ୟୁବରଣ କରିଛନ୍ତି। ତେବେ ମୃତ ଚାଷୀଙ୍କ ପ୍ରତି ସରକାର ଶୋକପ୍ରକାଶ କରିନାହିଁନ୍ତି ବୋଲି ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି । ଅଧିକ ପଢନ୍ତୁ

rakesh tikait
ଆନ୍ଦୋଳନରେ ୭୫୦ ଚାଷୀ ମୃତ୍ୟୁବରଣ କରିଛନ୍ତି,

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ବେଳେ ଦେଶର ପ୍ରାୟ ୭୫୦ ଚାଷୀ ମୃତ୍ୟୁବରଣ କରିଛନ୍ତି। ମୃତ ଚାଷୀଙ୍କ ପ୍ରତି ସରକାର ଶୋକପ୍ରକାଶ କରିନାହିଁନ୍ତି ବୋଲି ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି । ସେପଟେ ସମ୍ପୂର୍ଣ୍ଣ ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି ଟିକାୟତ ( Rakesh tikait) କହିଛନ୍ତି ।

ଦୀର୍ଘ ୧୪ ମାସର ଆନ୍ଦୋଳନ ପରେ ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କୃଷି ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ କରିଥିଲେ ଚାଷୀ । ଏହା ସହ ଦୀର୍ଘ ଦିନ ଧରି ଦିଲ୍ଲୀର ସିଂଘୁ ବର୍ଡର ସମେତ ଟିକରି ବର୍ଡର ଅଞ୍ଚଳରେ ଟେଣ୍ଟ ବାନ୍ଧି ଚାଷୀ ଆନ୍ଦଳନ କରୁଥିଲେ । ଏହି ଆନ୍ଦୋଳନରେ ପ୍ରାୟ ୭୦୦ ରୁ ୭୫୦ ଚାଷୀ ମୃତ୍ୟୁ ବରଣ କରିଥିବା କହିଛନ୍ତି କୃଷକ ନେତା ରାକେଶ ଟୀକାୟତ । ମୃତ ଚଷୀଙ୍କ ପ୍ରତି କେନ୍ଦ୍ର ସରକାର କୌଣସି ସମ୍ବେଦନଶୀଳତା ଦେଖାଇନାହାଁନ୍ତି କି ଶୋକପ୍ରକାଶ ମଧ୍ୟ କରିନାହାଁନ୍ତି ବୋଲି ଭାରତ କିଶାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଟିକାୟତ । ମୋଦି ଚାଷୀଙ୍କ ପ୍ରଧାନମନ୍ତ୍ରୀ ନୁହିଁନ୍ତି କେବେ ମଧ୍ୟ ଚାଷୀଙ୍କ ପ୍ରିୟପାତ୍ର ହୋଇପାରିବେ ନାହିଁ ବୋଲି ଟିକାୟତ କହିଛନ୍ତି।

ଏହା ପ୍ରଧାନମନ୍ତ୍ରୀ ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିଥିଲେ ମଧ୍ୟ ତାଙ୍କ ଉପରେ ଭରସା ନାହିଁ ବୋଲି କହିଛନ୍ତି ରାକେଶ ଟିକାୟତ । ଯେ ପର୍ଯ୍ୟନ୍ତ ସରକାର ସାମ୍ବିଧାନକ ବ୍ୟବସ୍ଥାରୁ ନୂତନ କୃଷି ଆଇନକୁ ରଦ୍ଦ କରିନାହାଁନ୍ତି । ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଟିକାୟତ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ନରେନ୍ଦ୍ର ମୋଦି ଆଜି ଗୁରୁ ନାନକଙ୍କ ପ୍ରକାଶ ପର୍ବ ଅବସରରେ ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିଛନ୍ତି। ଚାଷୀଙ୍କ ଜୀବନ ଧାରଣରେ ପରିବର୍ତ୍ତନ ଆଣିବା ପାଇଁ ନୂତନ କୃଷି ଆଇନ ପ୍ରଣୟନ କରାଯାଇଥିଲା । ଆମେ କିଛି ଚାଷୀଙ୍କୁ ବୁଝାଇ ପାରିଲୁ ନାହିଁ ବୋଲି ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି ମୋଦି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.