ETV Bharat / bharat

Maharashtra: କାହିଁକି ଚରମ ନିଷ୍ପତ୍ତି ? 6 ମାସରେ ଜୀବନ ହାରିଲେଣି 73 ଚାଷୀ - ୬ ମାସରେ ଗଲାଣି ୭୩ ଜୀବନ

2001 ରୁ 2023 ପର୍ଯ୍ୟନ୍ତ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ 1,148 କୃଷକଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । ଚଳିତ ବର୍ଷ ଜାନୁଆରୀରୁ ଜୁଲାଇ ମଧ୍ୟରେ 73 ଜଣ କୃଷକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଥମୁନି ଚାଷୀ ଆତ୍ମହତ୍ୟା ମାମଲା
ଥମୁନି ଚାଷୀ ଆତ୍ମହତ୍ୟା ମାମଲା
author img

By ETV Bharat Odisha Team

Published : Aug 27, 2023, 1:53 PM IST

ମୁମ୍ବାଇ: ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ଚାଷୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଚଳିତ ବର୍ଷ ଜାନୁଆରୀରୁ ଜୁଲାଇ ମଧ୍ୟରେ 73 ଜଣ କୃଷକ ମୃତ୍ୟୁବରଣ କରିଛନ୍ତି । ଯାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି । କାହିଁକି ଚରମ ନିଷ୍ପତ୍ତି ନେଉଛନ୍ତି ଅନ୍ନଦାତା ।

ଜିଲ୍ଲା ପ୍ରଶାସନର ତଥ୍ୟ ଅନୁଯାୟୀ, ଜିଲ୍ଲାରେ 2001 ରୁ 2023 ମସିହା ମଧ୍ୟରେ 1,148 ଚାଷୀ ଆତ୍ମହତ୍ୟା ଜନିତ ମୃତ୍ୟୁ କରିଛନ୍ତି । ଯେଉଁଥିରେ ଗତ ପାଞ୍ଚ ବର୍ଷ ମଧ୍ୟରେ 446 ଜଣ ଅଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପୋଲିସ୍ ଅଧୀକ୍ଷକଙ୍କୁ ନେଇ ଏକ ବୈଠକ ହୋଇଥିଲା । ଯେଉଁଥିରେ 2001 ରୁ 2022 ମଧ୍ୟରେ ଜୀବନ ହାରିଥିବା 745 କୃଷକଙ୍କୁ ସରକାରୀ କ୍ଷତିପୂରଣ ଦେବା ନେଇ ଘୋଷଣା ହୋଇଥିଲା । ଏନେଇ ମୃତ ଚାଷୀଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଥିଲା ।

ତେବେ ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆମେ ଆତ୍ମହତ୍ୟା ଜନିତ ମୃ୍ତ୍ୟୁ ହୋଇଥିବା କୃଷକଙ୍କ ସମ୍ପର୍କୀୟଙ୍କୁ 1 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଆମେ 2006ରେ ହୋଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରୁଛୁ । 2006ରେ ଜାରି ହୋଇଥିବା ସରକାରୀ ନିଷ୍ପତ୍ତି ଅନୁଯାୟୀ, କୃଷକମାନଙ୍କ ଦ୍ୱାରା ଆତ୍ମହତ୍ୟା ଜନିତ ମାମଲାରେ ସରକାର ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଆଧାରରେ କ୍ଷତିପୂରଣ ପ୍ରଦାନ କରନ୍ତି । ଫସଲ କ୍ଷୟ, ଜାତୀୟକରଣ ବ୍ୟାଙ୍କ, ସ୍ୱୀକୃତିପ୍ରାପ୍ତ ଅର୍ଥଦାତାଙ୍କ ଠାରୁ ଋଣ ପରିଶୋଧ କରିବାରେ ଅସମର୍ଥତା ଭଳି କାରଣରୁ କୃଷକଙ୍କ ସମ୍ପର୍କୀୟମାନେ 1 ଲକ୍ଷ ଟଙ୍କା କ୍ଷତିପୂରଣ ପାଇବାକୁ ଯୋଗ୍ୟ ହେବେ । ସେଥିମଧ୍ୟରୁ 30,000 ଟଙ୍କା ସେମାନଙ୍କୁ ହସ୍ତାନ୍ତର କରାଯାଉଥିବା ବେଳେ ଅବଶିଷ୍ଟ 70,000 ଟଙ୍କା ପାଞ୍ଚ ବର୍ଷ ପାଇଁ ସେମାନଙ୍କ ଆକାଉଣ୍ଟରେ ଜମା ହେବ ।

ଏହା ମଧ୍ୟ ପଢନ୍ତୁ- Farmers Suicide: ପ୍ରବଳ ବର୍ଷା ଉଜାଡିଦେଲା ଫସଲ, ୪ ଋଣ ଗ୍ରସ୍ତ ଚାଷୀ ହାରିଲେ ଜୀବନ

ଅନ୍ୟପଟେ କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଚଳିତ ବର୍ଷ ଜୁନ୍ ଜୁଲାଇରେ ହୋଇଥିବା ବନ୍ୟା ଯୋଗୁଁ ଜିଲ୍ଲାର 64,379 ଚାଷୀଙ୍କ ମୋଟ 54,514.65 ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲାରେ ବନ୍ୟା ଯୋଗୁଁ ସମୁଦାୟ 852ଟି ଗାଁ ପ୍ରଭାବିତ ହୋଇଛି । ଗୋଣ୍ଡପିପ୍ରି ତହସିଲ 12,571 ହେକ୍ଟର ଜମିରେ ସର୍ବାଧିକ ଫସଲ କ୍ଷୟକ୍ଷତି ରେକର୍ଡ କରିଛି । ସେହିପରି ଜିଲ୍ଲାରେ ଫସଲ କ୍ଷୟକ୍ଷତି ପାଇଁ ବିଭାଗ 44.63 କୋଟି ଟଙ୍କା କ୍ଷତିପୂରଣ ପ୍ରସ୍ତାବ ପଠାଇ ସାରିଛି ବୋଲି ଅଧିକାରୀ କହିଛନ୍ତି। ଜିଲ୍ଲାର ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା (PMFBY) ଅଧୀନରେ ସମୁଦାୟ 3,51,091 କୃଷକ ଫସଲ ବୀମା ନେଇଛନ୍ତି । ସେମାନଙ୍କ ମଧ୍ୟରେ 50,890 କୃଷକ, ଯେଉଁମାନେ ଋଣ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.