ETV Bharat / bharat

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା, ଆସାମରୁ ଗଲା ୭୦୦୦ ବାଉଁଶ ଖଣ୍ଡ

7000 bamboo pieces: ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ଆସାମରୁ ଅଯୋଧ୍ୟାକୁ ଗଲା ୭୦୦୦ ବାଉଁଶ ଖଣ୍ଡ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 5, 2024, 8:43 PM IST

Updated : Jan 5, 2024, 9:24 PM IST

7000 bamboo pieces
7000 bamboo pieces

ଦିସପୁର: ଭବ୍ୟ ରାମ ମନ୍ଦିରରେ ବିରାଜିବେ ରାମଲାଲା । ଚାଲିଛି ଜୋରଦାର ପ୍ରସ୍ତୁତି । ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଦେଶର ବିଭିନ୍ନ ପ୍ରାନ୍ତରୁ ଗୋଟିଏ ପରେ ଗୋଟିଏ ସାମଗ୍ରୀ ଆସି ଅଯୋଧ୍ୟାରେ ପହଞ୍ଚୁଛି । ଭାରତର ଉତ୍ତର-ପୂର୍ବାଞ୍ଚଳ ଆସାମର ବୋକୋ ସହରରୁ ଅଯୋଧ୍ୟାକୁ ବାହାରିଛି ୭୦୦୦ ବାଉଁଶ ଖଣ୍ଡ । ଏହା ଜାନୁଆରୀ ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଲାଗିବ । ଗତକାଲି (ଗୁରୁବାର) ସନ୍ଧ୍ୟାରେ ବୋକୋ ସହରରୁ ଏକ ଟ୍ରକ ବାହାରି ଲାମ୍ବି ଅଞ୍ଚଳ ଦେଇ ଅଯୋଧ୍ୟା ଅଭିମୁଖେ ବାହାରିଛି ।

୧୦ ଚକ ବିଶିଷ୍ଟ ଏକ ବୋଝେଇ ଟ୍ରକ ୭୦୦୦ ବାଉଁଶ ଖଣ୍ଡକୁ ନେଇ ଅଯୋଧ୍ୟା ଅଭିମୁଖେ ବାହାରିଛି । ବୋକୋରୁ ଏହା ଦୀର୍ଘ ୧୨୫୦ କିଲୋମିଟର ଅତିକ୍ରମ କରି ଅଯୋଧ୍ୟାରେ ପହଞ୍ଚିବ । ଏ ନେଇ ଅଯୋଧ୍ୟାରୁ ବରାଦ ଆସିବା ପରେ ଆସାମ ଓ ମେଘାଳୟ ସୀମାରୁ ବାଉଁଶ ଗଛରୁ ଏହାକୁ ସଂଗ୍ରହ କରାଯାଇଥିଲା । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଏହାକୁ ବ୍ୟବହାର କରାଯିବ । ଅଲ ଆସାମ ଦିବ୍ୟାଙ୍ଗ୍ୟ ଭର୍ସାଟାଇଲ ଡେଭଲପମେଣ୍ଟ ଆସୋସିଏସନ ସମେତ ସ୍ଥାନୀୟ କିଛି ସଂଗଠନର ମିଳିତ ଉଦ୍ୟମରେ ଏହି ବାଉଁଶ ଖଣ୍ଡକୁ ଲାମ୍ପିରୁ ସଂଗ୍ରହ କରାଯାଇଛି ।

ଏହା ବି ପଢନ୍ତୁ- ଜେଲ୍ କଏଦୀ ଦେଖିବେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ସିଧାପ୍ରସାରଣ

ଏ ନେଇ ରାଭା ହାସୋଙ୍ଗ ଅଟୋନୋମସ କାଉନସିଲର ଜଣେ ସଦସ୍ୟ ଅର୍ଜୁନ ଛେତରି କହିଛନ୍ତି, "ଲାମ୍ପିରୁ ରାମଲାଲାଙ୍କ ଅଯୋଧ୍ୟା ମନ୍ଦିରରୁ ଏହି ବାଉଁଶ କାଠ ପଠାଯାଉଥିବାରୁ ମୁଁ ନିଜକୁ ବେଶ ଗର୍ବିତ ମନେ କରୁଛି । କେବଳ ରାମଲାଲାଙ୍କ ଆଶୀର୍ବାଦ ପାଇଁ ସେ ଏହି ଭବ୍ୟ କାର୍ଯ୍ୟକ୍ରମରେ ଛୋଟ ଯୋଗଦାନ କରିପାରିଛି ।" ଏହି ବାଉଁଶ କାଠ ସଂଗ୍ରହରେ ଯେଉଁମାନେ ସମ୍ପୃକ୍ତ ଥିଲେ ସେମାନେ ବେଶ ଖୁସିବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ- ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆକ୍ରମଣ ଷଡଯନ୍ତ୍ର ! ମହାରାଷ୍ଟ୍ରରୁ 11 ସନ୍ଦିଗ୍ଧଙ୍କୁ ଚିହ୍ନଟ କଲା ATS

ସୂଚନା ଥାଉ କି ଆସନ୍ତା ଜାନୁଆରୀ ୨୨ ତାରିଖରେ ଭବ୍ୟ ସମାରୋହରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିଲାଗି ଉତ୍ତରପ୍ରଦେଶ ପ୍ରଶାସନ ଓ ସ୍ଥାନୀୟ ପୋଲିସର ମିଳିତ ଉଦ୍ୟମରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ଏଥିରେ ଯୋଗଦାନ କରିବାକୁ ଥିବା ଅତିଥିମାନଙ୍କ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଛି । ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗ ନେଦେବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି । ପ୍ରଥମେ ବିଧିବଦ୍ଧ ବ୍ୟବସ୍ଥା ଅନୁଯାୟୀ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସୁରୁଖୁରୁରେ ହେଇଯାଉ, ଏହାପରେ ଦେଶବାସୀ ନିଜ ସୁବିଧା ଅନୁସାରେ ଅଯୋଧ୍ୟା ଆସନ୍ତୁ । ଜାନୁଆରୀ ୨୨ ଦିନ ଆସି ଭିଡ଼ ନ କରିବାକୁ ପରୋକ୍ଷରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 5, 2024, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.