ETV Bharat / bharat

ଭାରତ-ପାକ ସୀମାରୁ 70 କୋଟି ମୂଲ୍ୟର ହେରୋଇନ ଜବତ

author img

By

Published : Feb 13, 2021, 8:01 PM IST

ଭାରତ-ପାକ ସୀମାରୁ ବିଏସଏଫ ଯବାନ ବିପୁଳ ପରିମାଣରେ ହେରୋଇନ ଜବତ କରିଛନ୍ତି । ଅଧିକ ପଢନ୍ତୁ...

70 crore heroin seized from Indo-Pak border, BSF killed 1 smuggler
ଭାରତ-ପାକ ସୀମାରୁ 70 କୋଟି ମୂଲ୍ୟର ହେରୋଇନ ଜବତ

ଚଣ୍ଡିଗଡ଼: ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଖାଲରା ସେକ୍ଟରରୁ 70 କୋଟି ମୂଲ୍ୟର ହେରୋଇନ ଜବତ କରାଯାଇଛି । ଏହାସହିତ ଏହି ବେଆଇନ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଚାଲାଣକାରୀକୁ ବିଏସଏଫର 103 ବାଟାଲିୟନ ଯବାନ ନିହତ କରିଥିବା ଜଣାପଡିଛି ।

ଏହି ବେଆଇନ ନିଶା ଜାତୀୟ ଦ୍ରବ୍ୟର ଚାଲାଣ ପାକିସ୍ତାନକୁ ହେଉଥିବା ବେଳେ ବିଏସଏଫ ଯବାନ ଏହି କାର୍ଯ୍ୟକୁ ସଫଳ ହେବାକୁ ଦେଇନାହାନ୍ତି । ଖାଲରା ସେକ୍ଟରରେ ନିୟୋଜିତ ଥିବା ବିଏସଏଫ ଯବାନମାନେ ସୀମାରେ କିଛି ଅନିୟମିତତାକୁ ଦେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଯବାନମାନେ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କହିବା ପରେ ସେମାନେ ପଳାୟନ କରିବାକୁ ଉଦ୍ୟମ କରୁଥିବାବେଳେ ଯବାନମାନେ ଗୁଳି ଚାଳନା କରିଥିଲେ ।

ବିଏସଏଫ ଯବାନଙ୍କ ଗୁଳି ଚାଳନାରେ ଚୋରା ଚାଲାଣକାରୀମାନେ ହେରୋଇନ ବସ୍ତାକୁ ଫିଙ୍ଗି ପଳାୟନ କରିଥିଲେ । ଯବାନଙ୍କ ଏହି ଗୁଳିରେ ଜଣେ ଚାଲାଣକାରୀ ନିହତ ହୋଇଥିବା ଜଣାପଡିଛି । ସେପଟେ ଯବାନମାନେ ବିପୁଳ ପରିମାଣରେ ହେରୋଇନକୁ ଜବତ କରିଛନ୍ତି । ଯାହାର ଆନୁମାନିକ ବଜାର ମୂଲ୍ୟ 70 କୋଟି ହେବ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.