ETV Bharat / bharat

ବୋରୱେଲ ଭିତରେ ଫସିଛି ୭ ବର୍ଷର ନାବାଳକ, ଉଦ୍ଧାର କାର୍ଯ୍ୟ ଜାରି

author img

By

Published : Mar 15, 2023, 9:43 AM IST

ମାଙ୍କଡ ଠାରୁ ବଞ୍ଚିବା ପାଇଁ ଦୌଡିବା ବେଳେ ବୋରୱେଲ ଭିତରେ ଖସିପଡିଲା ୭ ବର୍ଷର ନାବାଳକ । ୨୦ ଘଣ୍ଟାରୁ ଅଧିକ ସମୟ ହେଲାଣି ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ

ବୋରୱେଲ ଭିତରେ ଫସିଛି ୭ ବର୍ଷର ନାବାଳକ
ବୋରୱେଲ ଭିତରେ ଫସିଛି ୭ ବର୍ଷର ନାବାଳକ

ଭୋପାଳ: ମାଙ୍କଡ ଠାରୁ ବଞ୍ଚିବା ପାଇଁ ଦୌଡୁଥିବା ବେଳେ ୬୦ ଫୁଟ ଗଭୀର ବୋରୱେଲରେ ଖସି ପଡିଲା ୭ ବର୍ଷର ନାବାଳକ । ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାର ଖେରଖେରୀ ପଠାର ଗାଁରେ ଏହି ଅଘଟଣ ଘଟିଛି । ଉକ୍ତ ପିଲାଟିର ନାମ ଲୋକେଶ ବୋଲି ଜଣାପଡିଛି । ଦୀର୍ଘ ୨୦ ଘଣ୍ଟାରୁ ଅଧିକ ସମୟ ହେଲାଣି ପିଲାଟି ଗଭୀର ବୋରୱେଲ ଭିତରେ ଫସି ରହିଛି । ତାଙ୍କୁ ବଞ୍ଚାଇବାକୁ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏସଡିଆରଏଫ ସହିତ ପୋଲିସ ଓ ପ୍ରଶାସନିକ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି । ବୋରୱେଲ ପାଖରେ ସୁଡଙ୍ଗ ଖୋଳଯାଇ ଲୋକେଶକୁ ବାହାର କରିବାକୁ ପ୍ରଚେଷ୍ଟା କରାଯାଉଛି । ପାଇପ୍ ଯୋଗ ଭିତରକୁ ଅକ୍ସିଜେନ ଯୋଗାଣ କରାଯାଉଛି ।

ବୋରୱେଲ ଭିତରେ ଫସିଛି ୭ ବର୍ଷର ନାବାଳକ
ବୋରୱେଲ ଭିତରେ ଫସିଛି ୭ ବର୍ଷର ନାବାଳକ

ସୂଚନା ମୁତାବକ, ମଙ୍ଗଳବାର ଦିନ ପ୍ରାୟ ୧୧ଟା ସମୟରେ ୭ ବର୍ଷୀୟ ଲୋକେଶ ବୋରୱେଲ ଭିତରକୁ ଖସି ପଡିଥିଲା । ବୋରୱେଲଟି ୬୦ ଫୁଟ ଗଭୀର ହୋଇଥିବାବେଳେ ନାବାଳକ ୪୩ ଫୁଟ ତଳେ ଫସି ରହିଛି । ଜିଲ୍ଲା ପ୍ରଶାସନ, ପୋଲିସ ଓ ଏସଡିଆରଏଫ ଟିମ୍ ମିଳିତ ଭାବେ ପିଲାଟିକୁ ସୁରକ୍ଷିତ ଉଦ୍ଧାର କରିବାକୁ ଉଦ୍ୟମ କରୁଛନ୍ତି । ବିଦିଶା ଜିଲ୍ଲାପାଳ ଉମାଶଙ୍କର ଭାର୍ଗବ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ଜିଲ୍ଲାପାଳଙ୍କ କହିବା ମୁତାବକ, ଗତକାଲି ଦିନ ପ୍ରାୟ ୧୧ ସମୟରେ ଲୋକେଶ ନିଜ ଭାଇଭଉଣୀଙ୍କ ସହ ଘର ବାହାରେ ଖେଳୁଥିଲା । ଏହି ସମୟରେ ଦଳେ ମାଙ୍କଡ ସେଠାକୁ ଆସିଯାଇଥିଲେ । ମାଙ୍କଡଙ୍କୁ ଦେଖି ସବୁ ପିଲା ଏଣେତେଣେ ଦୌଡିବାକୁ ଲାଗିଥିଲେ । ଲୋକେଶ ଘର ଆଡକୁ ଦୌଡୁଥିବା ବେଳେ ଅସାବଧାନତା ବଶତଃ ସେଠାରେ ଥିବା ଦୁଇ ଫୁଟ ଚଉଡାର ଗଭୀର ବୋରୱେଲ ଭିତରକୁ ଖସି ପଡିଥିଲା ।

ଖବର ପାଇ ପୋଲିସ, ପ୍ରଶାସନ ଓ ଉଦ୍ଧାରକାରୀ ଦଳ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ । ତେବେ ୨୦ ଘଣ୍ଟା ବିତିଥିଲେ ସୁଦ୍ଧା ଏ ଯାଏଁ ପିଲାଟିକୁ ଉଦ୍ଧାର କରାଯାଇ ପାରିନାହିଁ । ବର୍ତ୍ତମାନ ବୋରୱେଲ ପାଖରେ ଏକ ସୁଡଙ୍ଗ ଖୋଳାଯାଉଛି । ଏବେ ସୁଦ୍ଧା ପ୍ରାୟ ୩୪ ଫୁଟର ଗାତ ଖୋଳା ସରିଥିବା କୁହାଯାଇଛି । ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଅତିକମରେ ୫ଟି ଜେସିବି ମେସିନ ନିୟୋଜିତ କରାଯାଇଛି । ଉଦ୍ଧାରକାରୀ ଟିମ୍ କ୍ୟାମେରା ସାହାଯ୍ୟରେ ଲଗାତାର ପିଲାଟିର ଗତିବିଧି ଉପରେ ନଜର ରଖିଛନ୍ତି । ସେହିପରି ପାଇପ୍ ଯୋଗେ ଭିତରକୁ ଅକ୍ସିଜେନ ପଠାଯାଉଛି । ଖୁବଶୀଘ୍ର ନାବାଳକ ସୁରକ୍ଷିତ ଭାବେ ଉଦ୍ଧାର ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏହାପୂର୍ବରୁ ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲାର ଏକ ଗାଁରେ ଜଣେ ୫ ବର୍ଷୀୟ ଶିଶୁ ୧୫ ଫୁଟ ବୋରୱେଲ ଭିତରେ ଖସିପଡି ପ୍ରାଣ ହରାଇଥିଲା । ଉଦ୍ଧାରକାରୀ ଟିମ୍ ୯ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ ମଧ୍ୟ ପିଲାଟିର ଜୀବନ ବଞ୍ଚି ପାରିନାହି । ଶିଶୁଟି ସୋମବାର ଅପରାହ୍ନ ସମୟରେ ବୋରୱେଲରେ ଖସି ପଡିଥିଲା । ବିଳମ୍ବିତ ରାତିରେ ତାଙ୍କୁ ମୃତ ଅବସ୍ଥାରେ ବୋରୱେଲରୁ ବାହାର କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.