ହାଇଦ୍ରାବାଦ: ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ଏକ କମ୍ପାନୀରେ ରିଆକ୍ଟର ବିସ୍ଫୋରଣ ହେବାରୁ ୭ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ଥିବା ସୂଚନା ମିଳିଛି । କେଉଁ କାରଣରୁ ପ୍ଲାଣ୍ଟରେ ବିସ୍ଫୋରଣ ହେଲା ତାହା ସ୍ପଷ୍ଟ ହୋଇନାହିଁ । ତଦନ୍ତ ଆରମ୍ଭ ହୋଇଛି । ତେବେ କୌଣସି ରାସାୟନିକ ଦ୍ରବ୍ୟ ନିର୍ଗତ ହେବା ଫଳରେ ଦୁର୍ଘଟଣା ହୋଇଥିବା ସନ୍ଦେହ କାରଯାଉଛି ।
ଦୁର୍ଘଟଣା ନେଇ ସ୍ଥାନୀୟ ପୋଲିସ ଅଧୀକ୍ଷକ ରେମା ରାଜେଶ୍ୱରୀ ସୂଚନା ଦେଇଛନ୍ତି । ଏନେଇ ଏକ ମାମଲା ରୁଜୁ ହୋଇଛି । ତଦନ୍ତ ପରେ କାରଣ ସମ୍ପର୍କରେ ସ୍ପଷ୍ଟ ହେବା ନେଇ ସେ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ