ପାଟନା: ବିହାରରେ ସମ୍ପୂର୍ଣ୍ଣ ଭାବେ ମଦ ନିଷେଧ ହୋଇଛି । ମାତ୍ର ଆଶ୍ଚର୍ଯ୍ୟର ବିଷୟ ସରକାରଙ୍କ ଏହି ନିୟମକୁ ଥାନା ଓ ଜେଲ ହାଜତରେ ଖୁଲମାଖୁଲା ଅବମାନନା କରାଯାଇଛି । ପାଲିଗଞ୍ଜ ଅବକାରୀ ବିଭାଗ ଥାନା (Excise department police station in paliganj) ମଧ୍ୟରେ କିଛି କଏଦୀ ମଦ ପାର୍ଟି କରୁଥିବା ନଜର ଆସିଛନ୍ତି (Liquor party at police station in Patna) । ପୋଲିସ ସେମାନଙ୍କୁ ମଦ୍ୟପାନ ସମୟରେ ଧରିବା ସହ କିଛି ମଦ ବୋତଲ ମଧ୍ୟ ଜବତ କରିଛି । ଏହା ସହିତ ଏଠାରେ କାର୍ଯ୍ୟରତ ଥିବା ୨ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଗିରଫ କରାଯାଇଛି ।
ହାଜତ ମଧ୍ୟରେ ମଦ ପାର୍ଟି:-
ମିଳିଥିବା ସୂଚନା ଅନୁସାରେ ଗତ ମଙ୍ଗଳବାର ଅବକାରୀ ବିଭାଗ ଦ୍ବିପ୍ରହରରେ ୫ ଜଣ ଲୋକଙ୍କୁ ଧରି ହାଜତରେ ଭର୍ତ୍ତି କରିଥିଲା । ସେହିଦିନ ରାତିରେ ଏମାନେ ହାଜତ ମଧ୍ୟରେ ମଦ ପାର୍ଟି କରୁଥିବା ନଜର ଆସିଥିଲେ । ଏହି ପାର୍ଟି ଚାଲୁଥିବା ସମୟର ଭିଡିଓ ମଧ୍ୟ ସାମନାକୁ ଆସିଛି । ପାର୍ଟି କରିବା ପରେ ହାଜତରେ ଥିବା କଏଦୀ ନିଜ ଘରକୁ ମଧ୍ୟ ଏହି ଭିଡ଼ିଓ ପଠାଇଥିବା ଜଣାପଡ଼ିଛି । ଏହାପରେ ଭିଡ଼ିଓଟି ଭାଇରାଲ ହୋଇଥିଲା । ଶେଷରେ ଏହି ଖବରଟି ପୋଲିସ ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲା ।
ଏହା ବି ପଢନ୍ତୁ- ୟୁନିଫର୍ମରେ Paytm QR Code ମାରି ବକ୍ସିସ୍ ଆଦାୟ, ନିଲମ୍ବିତ ହେଲେ କୋର୍ଟ କର୍ମଚାରୀ
ହାଜତରେ କିପରି ପହଞ୍ଚିଲା ମଦ ?
ଏହି ଘଟଣା ସମ୍ପର୍କରେ ପାଲିଗଞ୍ଜ ଏଏସପି ଅବଧେଶ ଦିକ୍ଷିତ ଗୁରୁବାର କହିଛନ୍ତି ଯେ କେହି ଜଣେ ପୋଲିସକୁ ହାଜତରେ ହେଉଥିବା ମଦ ପାର୍ଟିର ଏକ ଭିଡ଼ିଓ ପଠାଇଥିଲା । ଭିଡ଼ିଓରେ ଦେଖିବାକୁ ମିଳିଥିଲା ଯେ ୫ ଜଣ କଏଦୀ ବସି ମଦ୍ୟପାନ କରୁଛନ୍ତି । ପୋଲିସ କର୍ମୀ ମଧ୍ୟ ତାଙ୍କ ସହିତ ଜଡ଼ିତ ଥିଲେ । ଏହାପରେ ପୋଲିସ ଉକ୍ତ ୫କଏଦୀଙ୍କ ସମେତ ୨ ଜଣ ପୋଲିସ କର୍ମଚାରୀଙ୍କୁ ଗିରଫ କରିଛି । ଏନେଇ ପ୍ରାଥମିକି ନଗର ଥାନାରେ ଏକ ମାମଲା ରୁଜୁ କରାଯାଇଛି । ହାଜତ ମଧ୍ୟରେ ମଦ କିପରି ପହଞ୍ଚିଲା ସେ ନେଇ ମଧ୍ୟ ଯାଞ୍ଚ କରାଯାଉଛି ।
ଭିଡ଼ିଓକୁ ନେଇ ଥାନାରେ ଯାଞ୍ଚ ଆରମ୍ଭ ହୋଇଥିଲା । ଚଢାଉ ବେଳେ କଏଦୀଙ୍କ ନିକଟରୁ ଦେଶୀ ମଦ ଓ ମୋବାଇଲ ଫୋନ ଜବତ କରାଯାଇଥିଲା । ଏହା ସନ୍ଦେହ କରାଯାଉଛି ଯେ ଏହି କଏଦୀ ମାନେ ବାହାରୁ ମଦ ଅର୍ଡର ଦେଇ ଆଣିବା ସହ ହାଜତ ମଧ୍ୟରେ ପାର୍ଟି କରିଥିଲେ । ମଦ୍ୟପାନ କରୁଥିବା ଏହି କଏଦୀ ମାନେ ହେଉଛନ୍ତି ବିକ୍ରମ କରସା ରୋଡର କୁନ୍ଦନ କୁମାର, ବିକ୍ରମ ଅଞ୍ଚଳର ଚନ୍ଦନ କୁମାର, ଦୁଲହନ ବଜାରର ଶେହନଶାହ ଅନ୍ସାରୀ, ଅଖତିୟାର ପୁରର ରାମଜୀ ମାଞ୍ଝୀ, ମଞ୍ଝୋଲୀର ସଞ୍ଜୟ ମାଞ୍ଝୀ, ସିପାହୀ ସିୟାରାମ ମଣ୍ଡଳ ଓ ଛୋଟେଲାଲ ମଣ୍ଡଲ ।