ETV Bharat / bharat

ବସ୍ତିରେ ଭୟାବହ ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୭ ଜୀବନ୍ତ ଦଗ୍ଧ - ଲୁଧିଆନା ଅଗ୍ନିକାଣ୍ଡ ଖବର

ଲୁଧିଆନାରେ ଭୟାବହ ଅଗ୍ନିକାଣ୍ଡ । ଏକ ବସ୍ତିରେ ନିଆଁଲାଗି ଗୋଟିଏ ପରିବାରର ୭ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

ବସ୍ତିରେ ଭୟାବହ ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୭ ଜୀବନ୍ତ ଦଗ୍ଧ

author img

By

Published : Apr 20, 2022, 11:15 AM IST

Updated : Apr 20, 2022, 11:34 AM IST

ଚଣ୍ଡିଗଡ: ଲୁଧିଆନାରେ ଭୟାବହ ଅଗ୍ନିକାଣ୍ଡ । ଏକ ବସ୍ତିରେ ନିଆଁଲାଗି ୭ ଜୀବନ୍ତ ଦଗ୍ଧ ହୋଇଥିବା ନେଇ ସୂଚନା । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଜିଲ୍ଲାର ତିବ୍ବା ରୋଡରେ ଥିବା ଏକ ବସ୍ତିରେ । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ମୃତକମାନେ ହେଲେ ସୁରେଶ ସାହିନୀ(୫୫), ପତ୍ନୀ ଅରୁଣା ଦେବୀ, ଝିଅ ରାକ୍ଷୀ, ୧୫ ବର୍ଷୀୟ ବାଳିକା ମନିଷା, ଚନ୍ଦା ଏବଂ ୨ ବର୍ଷର ପୁଅ ସନି ।

ବସ୍ତିରେ ଭୟାବହ ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୭ ଜୀବନ୍ତ ଦଗ୍ଧ

ସୂଚନାଅନୁସାରେ ଏହି ଅଗ୍ନିକାଣ୍ଡରେ ପରିବାରର ବଡ ପୁଅ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସାତଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଲୁଧିଆନାର ଏକ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତକାଲି ମଧ୍ୟ ରାତ୍ରରେ ଏହି ଆବର୍ଜନା ପୂର୍ଣ୍ଣ ବସ୍ତିରେ ଅଗ୍ନିକାଣ୍ଡ ଘଟିଛି । ପରିବାର ଲୋକେ ଶୋଇଥିବା ବେଳେ ଅଗ୍ନିକାଣ୍ଡରୁ ବର୍ତ୍ତି ପାରିନଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ବେଳେ ସେମାନେ ବିହାର ସାମସ୍ତିପୁର ଜିଲ୍ଲାର ବାସିନ୍ଦା ଅଟନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 20, 2022, 11:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.