ETV Bharat / bharat

ରାଜସ୍ଥାନରେ ୯, ମହାରାଷ୍ଟ୍ରରୁ ଆଉ ୬ Omicron ଆକ୍ରାନ୍ତ ଚିହ୍ନଟ

ମହାରାଷ୍ଟ୍ରର ପୁଣେରେ ଆଉ ୬ ଓ ରାଜସ୍ଥାନରେ ୯ Omicron ଆକ୍ରାନ୍ତ ଚିହ୍ନଟ । ମହାରାଷ୍ଟ୍ର ଆକ୍ରାନ୍ତଙ୍କ ମଧ୍ୟରେ ୫ ନାଇଜେରିଆ ନାଗରିକ ହୋଇଥିବାବେଳେ ଜଣେ ସ୍ଥାନୀୟ ବାସିନ୍ଦା । ରାଜସ୍ଥାନ ଦକ୍ଷିଣ ଆଫ୍ରିକା ଫେରନ୍ତା ବୋଲି ସୂଚନା । ଅଧିକ ପଢନ୍ତୁ

ମହାରାଷ୍ଟ୍ରରେ ଆଉ ୬ omicron ଆକ୍ରାନ୍ତ ଚିହ୍ନଟ, ଦେଶରେ ୧୨ ଛୁଇଁଲା ସଂଖ୍ୟା

author img

By

Published : Dec 5, 2021, 7:46 PM IST

Updated : Dec 5, 2021, 9:05 PM IST

ମୁମ୍ବାଇ/ଜୟପୁର: ମହାରାଷ୍ଟର ପୁଣେରେ ଆଉ ୬ ଜଣ ନୂଆ ଭାରିଆଣ୍ଟ (omicron) ସଂକ୍ରମିତ ଚିହ୍ନଟ ହେବା ପରେ ରାଜସ୍ଥାନରେ ମଧ୍ୟ ଏକକାଳନୀନ ୯ omicron ସଂକ୍ରମିତ ସାମ୍ନାକୁ ଆସିଛନ୍ତି । ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ନାଇଜେରିଆରୁ ପୁଣେ ଫେରିଥିବା ବେଳେ ରାଜସ୍ଥାନ ସଂକ୍ରମିତ ଦକ୍ଷିଣ ଆଫ୍ରିକା ଫେରନ୍ତା ବୋଲି ସ୍ପଷ୍ଟ ହୋଇଛି ।

ମହାରାଷ୍ଟ୍ର ଆକ୍ରାନ୍ତଙ୍କ ଠାରେ କୋଭିଡ ଲକ୍ଷଣ ପ୍ରକାଶ ପାଇବା ପରେ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ଏମାନେ ସମସ୍ତେ ନୂଆ ପ୍ରଜାତିରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ କରିଛି ପୁଣେ ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) । ଆଜିର ସଂଖ୍ୟାକୁ ମିଶାଇ ମହାରାଷ୍ଟ୍ରରେ omicron ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚିଛି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ନାଇଜେରିଆର ଲାଗୋସର ଜଣେ 44 ବର୍ଷ ବୟସ୍କା ମହିଳାଙ୍କ ସମେତ ମୋଟ ୬ ଜଣ ରହିଛନ୍ତି । ମହିଳାଙ୍କ ସମେତ ତାଙ୍କର ଅନ୍ୟ ୪ ଜଣ ସମ୍ପର୍କୀୟ ଭାଇ ଓ ଭଉଣୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଆଜିର ସଂକ୍ରମିତଙ୍କ ମଧ୍ୟରେ ପୁଣେର ଜଣେ ସ୍ଥାନୀୟ ବାସିନ୍ଦା ମଧ୍ୟ ରହିଥିବା ସୂଚନା ରହିଛି । ପୂର୍ବରୁ ୨ ଓ ଆଜି ୬ ଜଣଙ୍କୁ ମିଶାଇ ରାଜ୍ୟରେ ନୂଆ ଭାରିଆଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଥିବା ନ୍ୟାସନାଲ କେମିକାଲ୍ ଲାବୋରେଟୋରୀର ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ସେହିପରି ରାଜସ୍ଥାନରେ ରାଜଧାନୀ ଜୟପୁରରେ 9 ଜଣ omicron ପ୍ରଜାତିରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ଦକ୍ଷିଣ ଆଫ୍ରିକା ଫେରନ୍ତା ୪ଜଣଙ୍କ ସହ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୫ଜଣଙ୍କୁ ମିଶାଇ ମୋଟ ୯ଜଣଙ୍କ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ସମସ୍ତ ୯ ଜଣ omicron ଭୁତାଣୁରେ ସଂକ୍ରମିତ ହୋଇଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୩ ଶିଶୁ ମଧ୍ୟ ରହିଛନ୍ତି । ନୂଆ ଭ୍ୟାରିଏଣ୍ଟ ସଂକ୍ରମଣ ନେଇ ସ୍ପଷ୍ଟ ହେବା ପରେ ବର୍ତ୍ତମାନ ସତର୍କତା ଅନୁଯାୟୀ, ଏହି ଆକ୍ରାନ୍ତଙ୍କୁ RUHS ହସ୍ପିଟାଲରେ ସ୍ଥାନାନ୍ତରିତ କରାଯାଇ ନିରୀକ୍ଷଣରେ ରଖାଯାଇଛି । ସେମାନଙ୍କ ନିକଟରେ କୌଣସି ସ୍ବାସ୍ଥ୍ୟଗତ ଜଟିଳତା ପ୍ରକାଶ ପାଇନଥିବାବେଳେ ସ୍ବାସ୍ଥ୍ୟବସ୍ଥା ମଧ୍ୟ ସ୍ଥିର ରହିଛି ।

ଆଜିର ସଂଖ୍ୟାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କ ଠାରେ ଏହି ନୂଆ omicron ପ୍ରଜାତି ଠାବ କରାଗଲାଣି । ଏମାନଙ୍କ ମଧ୍ୟରୁ ଅଧିକାଂଶ ବିଦେଶାଗତ ରହିଛନ୍ତି । ତେବେ ଭାରତରେ ପ୍ରଥମ omicron ସଂକ୍ରମିତ କର୍ଣ୍ଣାଟକରେ ସାମ୍ନାକୁ ଆସିଥିଲେ । ଏକକାଳୀନ ଦୁଇ ଦକ୍ଷିଣ ଆଫ୍ରିକା ଫେରନ୍ତା ଏହି ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 5, 2021, 9:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.