ETV Bharat / bharat

ପ୍ରେମ ମାନେନା ବୟସ, ୬୭ ବର୍ଷୀୟ ବୃଦ୍ଧଙ୍କୁ ବାହାହେଲେ ୧୯ ବର୍ଷିୟା ଯୁବତୀ - ବୁଢା ବର

ପ୍ରେମ ବିବାହକୁ ନେଇ ହରିୟାଣାରେ ଚାଞ୍ଚଲ୍ୟ । ତେବେ ଏହା କୌଣସି ଯୁବକ ଓ ଯୁବତୀଙ୍କ ମଧ୍ୟରେ ନୁହେଁ, ବରଂ ଜଣେ ୬୭ ବର୍ଷ ବୃଦ୍ଧ ଓ ୧୯ ବର୍ଷର ଯୁବତୀଙ୍କ ମଧ୍ୟରେ ହୋଇଛି । ଅଧିକ ପଢନ୍ତୁ...

ହରିୟାଣାରେ ଚାଞ୍ଚଲ୍ୟ, ୧୯ ବର୍ଷର ଯୁବତୀଙ୍କ ୬୭ ବର୍ଷ ବୃଦ୍ଧଙ୍କ ସହ ପ୍ରେମ ବିବାହ

author img

By

Published : Aug 8, 2021, 5:33 PM IST

ଚଣ୍ଡିଗଡ଼: ପ୍ରେମ ବିବାହକୁ ନେଇ ହରିୟାଣାରେ ଚାଞ୍ଚଲ୍ୟ । ଏହି ବିବାହ ହୋଇଛି ୬୭ ବର୍ଷର ଓ ୧୯ ବର୍ଷ ଯୁବତୀଙ୍କ ମଧ୍ୟରେ । ଯାହାକୁ ବିରୋଧ କରିଛନ୍ତି ବିବିପୁର ଗ୍ରାମବାସୀ । ଏହି ମୁସଲିମ ଯୁବତୀ ଜଣକ ପୂର୍ବରୁ ବାହା ହୋଇଥିଲେ ମଧ୍ୟ ଆଉ ଥରେ ବିବାହ କରିଛନ୍ତି ବୋଲି ଜଣାପଡିଛି ।

ହରିୟାଣାରେ ଚାଞ୍ଚଲ୍ୟ, ୧୯ ବର୍ଷର ଯୁବତୀଙ୍କ ୬୭ ବର୍ଷ ବୃଦ୍ଧଙ୍କ ସହ ପ୍ରେମ ବିବାହ

ଯୁବତୀ ଜଣକ ବୃଦ୍ଧଙ୍କୁ ବିବାହ କରି ଇସଲାମ ଧର୍ମକୁ ବଦନାମ କରିଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ଉଭୟ ବିବାହ କରିଥିଲେ ମଧ୍ୟ ପୁଣି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟ କୋର୍ଟରେ ବିବାହ କରିଥିବା ଜଣାପଡିଛି । ତେବେ ଏହା ଏକ ଲଜ୍ଜାଜନକ କାଣ୍ଡ । ଯୁବତୀଙ୍କୁ ଏପରି କରିବାକୁ ବାଧ୍ୟ କରାଯାଇଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି । ଘଟଣାରେ ଗ୍ରାମବାସୀମାନେ ସ୍ଥାନୀୟ ପ୍ରଶାସନର ସାହାଯ୍ୟ ମଧ୍ୟ ଲୋଡିଛନ୍ତି । ଏଭଳି ଅଭିଯୋଗ ପରେ ସ୍ଥାନୀୟ ପ୍ରଶାସନ ଘଟଣାର ଯାଞ୍ଚ କରୁଛି ।

ଏହି ବୃଦ୍ଧ ଜଣକ ପଲବଲ ଜିଲ୍ଲା ହୁଞ୍ଚପୁରୀ ଅଞ୍ଚଳବାସୀ । ତେବେ ସେ ତାବିଜ ବ୍ୟବସାୟ କରୁଥିଲେ । ସେ ଜଣେ ତାନ୍ତ୍ରିକ ବୋଲି ମଧ୍ୟ ଗ୍ରାମବାସୀ କହିଛନ୍ତି । ଯୁବତୀଙ୍କ ମାଆ ବହୁ ସମୟଠାରୁ ତାଙ୍କ ନିକଟରୁ ତାବିଜ ତିଆରି କରନ୍ତି । ବୃଦ୍ଧ ଜଣକ ଯୁବତୀ ଓ ତାଙ୍କ ମାଆଙ୍କ ଉପରେ କୌଣସି କାରଣରୁ ଚାପ ପକାଇ ବିବାହ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏହି ଘଟଣାରେ ସାମାଜିକ ବୁଦ୍ଧିଜୀବୀ ଓ ରାଜନେତାମାନେ ମିଶି ଏକ ମହାପଞ୍ଚାୟତର ଆୟୋଜନ କରିବେ । ସେଠାରେ ଘଟଣା ସମ୍ପର୍କରେ ଆଲୋଚନା କରାଯିବ । ଏହି ଅଞ୍ଚଳରେ ୩୬ ପ୍ରକାର ଜାତିର ଲୋକ ରହୁଥିଲେ ମଧ୍ୟ ପୂର୍ବରୁ ଏଭଳି ଘଟଣା ଘଟିନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.