ETV Bharat / bharat

ଆଶ୍ଚର୍ଯ୍ୟଜନକ ଘଟଣା, ନିଶାସକ୍ତଙ୍କ ପେଟରୁ ବାହାରିଲା ୬୩ଟି ଚାମଚ

author img

By

Published : Sep 28, 2022, 10:54 PM IST

ଜଣେ ବ୍ୟକ୍ତିଙ୍କ ପେଟରୁ ୬୩ଟି ଷ୍ଟିଲ୍‌ ଚାମଚ ବାହାର କରାଯାଇଛି । ବର୍ତ୍ତମାନ ବି ସମ୍ପୃକ୍ତ ବ୍ୟକ୍ତିଙ୍କ ଅବସ୍ଥା ଗମ୍ଭୀର ରହିଥିବା କୁହାଯାଇଛି । ଅଧିକ ପଢ଼ନ୍ତୁ

63 steel spoons found in mens stomach in Muzaffarnagar Uttar Pradesh
ଆଶ୍ଚର୍ଯ୍ୟଜନକ ଘଟଣା, ନିଶାସକ୍ତଙ୍କ ପେଟରୁ ବାହାରିଲା ୬୩ଟି ଚାମଚ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲା ମଂସୁରପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଡାକ୍ତରଖାନାରେ ଜଣେ ବ୍ୟକ୍ତିଙ୍କ ପେଟରୁ ୬୩ଟି ଷ୍ଟିଲ୍‌ ଚାମଚ ବାହାର କରାଯାଇଛି । ବର୍ତ୍ତମାନ ବି ସମ୍ପୃକ୍ତ ବ୍ୟକ୍ତିଙ୍କ ଅବସ୍ଥା ଗମ୍ଭୀର ରହିଥିବା କୁହାଯାଇଛି ।

ମଂସୁରପୁର ଅଞ୍ଚଳ ବୋପାଡା ବାସିନ୍ଦା ବିଜୟ ନାମକ ବ୍ୟକ୍ତି ମାଦକ ଦ୍ରବ୍ୟ ନିଶା ଚୁର୍‌ ରହିଥାଆନ୍ତି । ଏଥିପାଇଁ ତାଙ୍କ ପରିବାର ପକ୍ଷରୁ ନିଶାମୁକ୍ତି କେନ୍ଦ୍ରକୁ ଛଡ଼ା ଯାଇଥିଲା । ଶାମଲିରେ ଥିବା ଏକ ନିଶାମୁକ୍ତି କେନ୍ଦ୍ରରେ ବିଜୟ ପ୍ରାୟ ଏକ ମାସ ଧରି ରହିଥିଲେ । ଏଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଘଟିବାରୁ ତାଙ୍କୁ ମୁଜାଫରନଗରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ।

ଯାଞ୍ଚ କରିବା ପରେ ବିଜୟଙ୍କ ଅପରେସନ କରିବାକୁ ଡାକ୍ତର କହିଥିଲେ । ତେବେ ଅବରେସନ ପରେ ଡାକ୍ତର ଯାହା ଦେଖିଲେ ତାହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଅପରେସନ ବେଳେ ବିଜୟଙ୍କ ପେଟରୁ ୬୩ଟି ଷ୍ଟିଲ୍‌ ଚାମଚ ବାହାର କରାଯାଇଥିଲା । ବର୍ତ୍ତମାନ ବି ବିଜୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

କିନ୍ତୁ ପ୍ରଶ୍ନ ଉଠୁଛି ବିଜୟଙ୍କ ପେଟରେ ଏତେ ଗୁଡ଼ାଏ ଚାମଚ ଆସିଲା କେମିତି ? ସାଧାରଣତଃ କୌଣସି ବ୍ୟକ୍ତିଙ୍କ ପକ୍ଷରେ ଏତେଗୁଡ଼ାଏ ଚାମଚ ଖାଇବା ସମ୍ବଭପର ନୁହେଁ । ସେପଟେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବିଜୟଙ୍କୁ ନିଶାମୁକ୍ତି କେନ୍ଦ୍ରର କର୍ମଚାରୀ ଜବରଦସ୍ତ ଚାମଚ ଖୁଆଇଛନ୍ତି । ତେବେ ପୀଡ଼ିତ ପକ୍ଷରୁ ଏହାକୁ ନେଇ କୌଣସି ବୟାନ ମିଳିପାରିନାହିଁ । ବିଜୟଙ୍କ ଚିକିତ୍ସାକୁ ନେଇ ଡାକ୍ତର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ବିଜୟଙ୍କ ପେଟରେ ୬୩ଟି ଚାମଚ ଆସିଲା କେମିତି ତାହା ସ୍ଥାନୀୟ ଅଞ୍ଚଳର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.