ETV Bharat / bharat

ଟୀକାକରଣର ଷଷ୍ଠ ଦିନ: ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଛି 600 ପାର୍ଶ୍ବପ୍ରତିକ୍ରିୟା ମାମଲା - ଟିକାକରଣ ପାର୍ଶ୍ବପ୍ରତିକ୍ରିୟା

ଟୀକାକରଣର ଆଜି ଷଷ୍ଠ ଦିନ । ବର୍ତ୍ତମାନସୁଦ୍ଧା 6.31 ଲକ୍ଷ କୋଭିଡ ଯୋଦ୍ଧାଙ୍କୁ ଭ୍ୟାକ୍ସିନ ଦିଆଯାଇସାରିଛି । ଏହାରି ମଧ୍ୟରେ ଖବର ସାମ୍ନାକୁ ଆସିଛି ଯେ ପାଖାପାଖି 600 ଜଣଙ୍କଠାରେ ଭ୍ୟାକ୍ସିନର ପାର୍ଶ୍ବପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଟିକାକରଣର ଷଷ୍ଠ ଦିନ: ବର୍ତ୍ତମାନସୁଦ୍ଧା ସାମ୍ନାକୁ ଆସିଛି 600 ପାର୍ଶ୍ବପ୍ରତିକ୍ରିୟା ମାମଲା

author img

By

Published : Jan 21, 2021, 5:49 PM IST

ନୂଆଦିଲ୍ଲୀ: ଦେଶରେ ମହମାରୀ କୋରୋନା ବିରୋଧରେ ଯୁଦ୍ଧ ଜିତିବା ପାଇଁ ଜାନୁଆରୀ 16ରୁ ଆରମ୍ଭ ହୋଇସାରିଛି ଟୀକାକରଣ ଅଭିଯାନ । ଟୀକାକରଣର ଆଜି ଷଷ୍ଠ ଦିନ। ବର୍ତ୍ତମାନସୁଦ୍ଧା 6.31 ଲକ୍ଷ କୋଭିଡ ଯୋଦ୍ଧାଙ୍କୁ ଭ୍ୟାକ୍ସିନ ଦିଆଯାଇସାରିଛି । ଏହାରି ମଧ୍ୟରେ ଖବର ସାମ୍ନାକୁ ଆସିଛି ଯେ ପାଖାପାଖି 600 ଜଣଙ୍କଠାରେ ଭ୍ୟାକ୍ସିନର ପାର୍ଶ୍ବପ୍ରତିକ୍ରିୟା ଦେଖିବାକୁ ମିଳିଛି ।

କିଛି ରାଜ୍ୟରେ କୋଭିଡ ଟିକା ଲଗାଇବା ପରେ ମୃତ୍ୟୁ ହୋଇଥିବା ଖବର ମଧ୍ୟ ମିଳିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ ।

ଟୀକାକରଣ ପରେ ସାମ୍ନାକୁ ଆସୁଥିବା ପାର୍ଶ୍ବପ୍ରତିକ୍ରିୟାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ କହିଛନ୍ତି ସତ୍ୟତା ଏହି କି ଯେ ଭ୍ୟାକ୍ସିନ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଓ ପ୍ରଭାବଶାଳୀ । ସେ କହିଛନ୍ତି, ଏବେସୁଦ୍ଧା ଯେଉଁ ପାର୍ଶ୍ବପ୍ରତିକ୍ରିୟା ସାମ୍ନାକୁ ଆସିଛି, ତାହା ସାମାନ୍ୟ ଘଟଣା । ଟୀକାକରଣ ପୂର୍ବରୁ ହିଁ କିଛି ପାର୍ଶ୍ବପ୍ରତିକ୍ରିୟା ବିଷୟରେ କୁହାଯାଇଥିଲା । କୌଣସି ବି ଟିକାରେ ଏପରି ହୋଇଥାଏ ବୋଲି ସେ କହିଛନ୍ତି ।

ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଯଦି କୋରୋନାକୁ ପ୍ରତିହତ ଜରୁରୀ ତେବେ ଟିକା ପାଇବା ମଧ୍ୟ ଆବଶ୍ୟକ। ରାଜନୈତିକ ଫାଇଦା ନେବାକୁ କିଛି ଲୋକ ଟୀକାକରଣ ବିଷୟରେ ଭୁଲ ତଥ୍ୟ ପ୍ରଚାର କରୁଛନ୍ତି । ଏହା ଦୁର୍ଭାଗ୍ୟଜନକ। ସେ କହିଛନ୍ତି ଯେ ଏହାର ପ୍ରଭାବ ଅନେକ ସ୍ଥାନରେ ଦେଖାଯାଇଛି ଏବଂ କିଛି ଲୋକ ଟୀକାକରଣ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ସରକାର କାହାର ସ୍ବାସ୍ଥ୍ୟ ସହିତ ଆଦୌ ଖେଳିବେ ନାହିଁ। ସମସ୍ତଙ୍କୁ ସୁରକ୍ଷିତ ରଖିବା ଆମର ଦାୟିତ୍ବ ବୋଲି କହିଛନ୍ତି ହର୍ଷବର୍ଦ୍ଧନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.