ETV Bharat / bharat

ବେଙ୍ଗାଲୁରୁ ବିମାନବନ୍ଦର ନିକଟରେ ବିସ୍ଫୋରଣ, 6 ଆହତ

author img

By

Published : Jun 7, 2021, 12:07 PM IST

କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରର ଦ୍ବିତୀୟ ଟର୍ମିନାଲର ଅଣ୍ଡରପାସ୍ ନିକଟରେ ବିସ୍ଫୋରଣ । ଅଧିକ ପଢନ୍ତୁ...

ବେଙ୍ଗାଲୁର ବିମାନବନ୍ଦର ନିକଟରେ ବିସ୍ଫୋରଣ 6 ଆହତ

ବେଙ୍ଗାଲୁରୁ: ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରର ନିକଟରେ ବିସ୍ଫୋରଣ । ଦ୍ବିତୀୟ ଟର୍ମିନାଲର ଅଣ୍ଡରପାସ୍ ନିକଟରେ ଥିବା ତରଳ ପ୍ଲାଷ୍ଟିକ ପେଣ୍ଟ ମେସିନରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ 6 ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସେଥି ମଧ୍ୟରୁ ଅଜୟ କୁମାର ଏବଂ ସିରାଜଙ୍କ ଶରୀର 40 ପ୍ରତିଶତରୁ ଅଧିକ ପୋଡିଯାଇଥିବା ପୋଲିସ ସୂଚନା ଦେଇଛି । ଏବଂ ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସର ସୂଚନା ଅନୁଯାଇ ଶ୍ରମିକମାନେ ବିମାନବନ୍ଦର ଟର୍ମିନାଲକୁ ଯାଉଥିବା ରାସ୍ତାରେ ଜେବ୍ରା କ୍ରସିଂ ଏବଂ ସାଇନେଜ୍ ରଙ୍ଗ କରିବା ପାଇଁ ଥର୍ମୋପ୍ଲାଷ୍ଟିକ୍ ରୋଡ୍ ମାର୍କିଂ ମେସିନ୍ ବ୍ୟବହାର କରୁଥିଲେ । ଏହି ସମୟରେ ବିସ୍ଫୋରଣ ହୋଇଥିଲା ।

ବିସ୍ଫୋରଣ ଶବ୍ଦ ଶୁଣି ଘଟଣା ସ୍ଥଳରେ ସୁରକ୍ଷାକର୍ମୀ ମାନେ ପହଞ୍ଚି ଶ୍ରମିକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଗତ କିଛି ବର୍ଷ ଧରି ଚାଲିଆସୁଥିବା ବିମାନବନ୍ଦରର ଦ୍ବିତୀୟ ଟର୍ମିନାଲ ନିର୍ମାଣ ସମୟରେ ଏହା ହେଉଛି ପ୍ରଥମ ଅଗ୍ନି ଦୁର୍ଘଟଣା । ତେବେ ବିସ୍ଫୋରଣର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.