ETV Bharat / bharat

କାନପୁରରେ କାୟା ମେଲାଉଛି ଜିକା ଭାଇରସ, ୬ IAF ସମେତ ପୁଣି ୨୫ ସଂକ୍ରମିତ - ଜିକା ଭାଇରସ

ଉତ୍ତରପ୍ରଦେଶ କାନପୁରରେ ବଢୁଛି ଜିକା ଭାଇରସ ପଜିଟିଭ ମାମଲା । ୬ IAFଙ୍କ ସମେତ ପୁଣି ୨୫ ଜଣ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ...

କାନପୁରରେ କାୟା ମେଲାଉଛି ଜିକା ଭାଇରସ, ୬ IAF ସମେତ ପୁଣି ୨୫ ସଂକ୍ରମିତ

author img

By

Published : Nov 4, 2021, 9:00 AM IST

ଲକ୍ଷ୍ନୌ: କାନପୁରରେ କାୟା ବିସ୍ତାର କରିଚାଲିଛି ଜିକା ଭାଇରସ । ଚାରିଆଡେ ଆତଙ୍କ ଖେଳାଇଛି ଜିକା । ଏଠାରେ ଦିନକୁ ଦିନ ଜିକା ଭାଇରସ ସଂକ୍ରମଣ ବଢୁଥିବାବେଳେ ବୁଧବାର ଆଉ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୧୪ ଜଣ ମହିଳା ଥିବାବେଳେ ୬ ଜଣ ଭାରତୀୟ ବାୟୁସେନା ଅଫିସର ମଧ୍ୟ ଅଛନ୍ତି ।

ନୂଆ ସଂକ୍ରମଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି, ଗତ ରବିବାର ଦିନ ସ୍ବାସ୍ଥ୍ୟ ବିଭାଗ ମୋଟ ୫୮୬ଟି ସାମ୍ପୁଲ ସଂଗ୍ରହ କରିଥିଲା ଏବଂ ଟେଷ୍ଟ ପାଇଁ ଲକ୍ଷ୍ନୌସ୍ଥିତ KGMU ପଠାଯାଇଥିଲା । ଟେଷ୍ଟରୁ ୨୫ ଜଣଙ୍କ ସାମ୍ପୁଲ ପଜିଟିଭ ଆସିଛି ।

ଜିକା ଭାଇରସକୁ ଟ୍ରାକ୍ କରିବା ଏବଂ ପ୍ରତିହତ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରିମଳ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ଅସୁସ୍ଥ, ଗର୍ଭବତୀ ମହିଳାଙ୍କ ସ୍କ୍ରିନିଂ କରାଯାଉଛି । ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିଜ ଯାଞ୍ଚ ଜୋରଦାର କରିବାକୁ ଏବଂ ଦ୍ବାରରୁ ଦ୍ବାର ନମୁନା ସଂଗ୍ରହ ଏବଂ ପରୀକ୍ଷା ସୁନିଶ୍ଚିତ କରିବାକୁ କୁହାଯାଇଛି । ଏଥିସହ ଜିକା ଭାଇରସକୁ ନେଇ ଆତଙ୍କିତ ନ ହେବାକୁ ଲୋକଙ୍କ ପରାମର୍ଶ ଦିଆଯାଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ଉଲ୍ଲେଖଯୋଗ୍ୟ, ଏକ ମଶା ଦ୍ବାରା ଜିକା ଭାଇରସ ବ୍ୟାପିଥାଏ । ଦିନରେ ଏହି ମଶା କାମୁଡି ଥାଏ । ବିଶେଷକରି ଗଭର୍ବତୀ ମହିଳାଙ୍କ ଉପରେ ଏହା ଅଧିକ କୁପ୍ରଭାବ ପକାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.