ଜାକର୍ତ୍ତା: ଇଣ୍ଡୋନେସିଆରେ ମଧ୍ୟଭାଗରେ ଭୂକମ୍ପ ଝଟକା । ଇଣ୍ଡୋନେସିଆ ଉତ୍ତର ସୁଲାୱେସି ପ୍ରଦେଶରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ରେକ୍ଟର ସ୍କେଲର ଏହାର ତୀବ୍ରତା 6.2 ରହିଛି । କିନ୍ତୁ ଭୂକମ୍ପ ପରେ ସୁନାମି ଆସିବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ଓ ଜିଓଫିଜିକ୍ସ ଏଜେନ୍ସି କହିଛି ।
ଆଜି ସକାଳ 7ଟା 43 ମିନିଟରେ ଭୂକମ୍ପ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ମେଲୋଙ୍ଗୁଏନ୍ ସହରର 112 କିଲୋମିଟର ଦକ୍ଷିଣ-ପଶ୍ଚିମରେ ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ