ETV Bharat / bharat

ରେଳ ଷ୍ଟେସନରେ ବିସ୍ଫୋରଣ, ୪ CRPF ଯବାନ ଆହତ

author img

By

Published : Oct 16, 2021, 9:29 AM IST

Updated : Oct 16, 2021, 10:21 AM IST

ଛତିଶଗଡ ରାୟପୁର ରେଲୱେ ଷ୍ଟେସନରେ ବିସ୍ଫୋରଣ ଘଟି ୪ ଯବାନ ଆହତ । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ, ICUରେ ଭର୍ତ୍ତି । ଅଧିକ ପଢନ୍ତୁ...

୪ CRPF jawans injured in blast at Raipur railway station
ରେଳ ଷ୍ଟେସନରେ ବିସ୍ଫୋରଣ, ୬ CRPF ଯବାନ ଆହତ

ରାୟପୁର: ଛତିଶଗଡ ରାୟପୁର ରେଲୱେ ଷ୍ଟେସନରେ ବିସ୍ଫୋରଣ । ଏଥିରେ 4 ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ICUରେ ଭର୍ତ୍ତି କରାଯାଇଛି । ତେବେ ସମସ୍ତ ଆହତ ଯବାନ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଆଜି(ଶନିବାର) CRPF ର 211 ବାଟାଲିୟନର ଯବାନମାନେ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଜମ୍ମୁ ଯାଉଥିଲେ । ରାୟପୁର ରେଲୱେ ଷ୍ଟେସନର ଦୁଇ ନମ୍ବର ପ୍ଲାଟଫର୍ମରେ ବିସ୍ଫୋରକ ସାମଗ୍ରୀକୁ ଗୋଟିଏ ବଗିରୁ ଅନ୍ୟ ବଗିକୁ ସ୍ଥାନାନ୍ତର କରିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ଜଣେ CRPF ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ICUରେ ଭର୍ତ୍ତି କରାଯାଇଛି ।

ଆଜି ସକାଳ ପ୍ରାୟ 6.30 ସମୟରେ ଏହି ବିସ୍ଫୋରଣ ଘଟିଛି । CRPF ର ଜଣେ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଆହତ ଯବାନମାନେ ହେଉଛନ୍ତି ଚୱନ ବିକାଶ ଲକ୍ଷ୍ମଣ, ରମେଶ ଲାଲ, ରବିନ୍ଦ୍ର କର, ସୁଶୀଲ, ଦୀନେଶ କୁମାର ପୈକରା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 16, 2021, 10:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.