ETV Bharat / bharat

ନିଷେଧାଞ୍ଚଳରେ ପଶିବାରୁ ଯୁବକଙ୍କୁ ପିଟିପିଟ ହତ୍ୟା, 6 ଯବାନଙ୍କ ନାଁରେ ମାମଲା

author img

By

Published : Aug 2, 2022, 9:10 PM IST

Updated : Aug 2, 2022, 10:48 PM IST

ରାଜସ୍ଥାନରେ LOC ନିକଟବର୍ତ୍ତୀ ସେନା କ୍ୟମ୍ପ ନିକଟବର୍ତ୍ତୀ ନିଷେଧାଞ୍ଚଳରେ ଜଣେ ଯୁବକ ପ୍ରବେଶ କରିବାରୁ ଯବାନ ପିଟିପିଟି ହତ୍ୟା କରିଥିବା ଅଭିଯୋଗ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁ । 6 ଯବାନଙ୍କୁ ବୁକ କରି ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ । ଅଧିକ ପଢନ୍ତୁ

ଯୁବକଙ୍କୁ ପିଟିପିଟ ହତ୍ୟା ! 6 ସେନା ଯବାନଙ୍କୁ ବୁକ କଲା ରାଜସ୍ଥାନ ପୋଲିସ

ଜୟପୁର: ରାଜସ୍ଥାନର ପୋଖରାନ ସ୍ଥିତ ସେନା ଫାଇରିଂ ରେଞ୍ଜ ପାଇଁ ଉଦ୍ଦିଷ୍ଟ ନିଷେଧାଞ୍ଚଳରେ ପ୍ରବେଶ କରିଥିବା ଜଣେ ଯୁବକଙ୍କୁ ପିଟିପିଟି ଗୁରୁତର କରିବା ଓ ହସ୍ପିଟାଲରେ ଉକ୍ତ ଯୁବକଙ୍କ ମୃତ୍ୟୁ ହେବା ଅଭିଯୋଗରେ 6 ଜଣ ସେନା ଯବାନଙ୍କୁ ବୁକ କରିଛି ରାଜସ୍ଥାନ ପୋଲିସ (ମାମଲା ରୁଜୁ ହୋଇଛି) । ସ୍ଥାନୀୟ 24 ବର୍ଷିୟ ସଲମାନ ନାମକ ଯୁବକ ଓ ତାଙ୍କର ଜଣେ ସାଥୀ ବାଇକ ଯୋଗେ ଉକ୍ତ ନିଷେଧାଞ୍ଚଳର ନିକଟବର୍ତ୍ତୀ ହୋଇଥିବା ବେଳେ ପାଟ୍ରୋଲିଂ କରୁଥିବା ସେନା ଯବାନ ତାଙ୍କୁ ମାଡ ମାରିବା ସହ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଅନ୍ୟପଟେ ମୃତ ଯୁବକଙ୍କ ପରିବାର ପକ୍ଷରୁ ଅଣାଯାଇଥିବା ସଙ୍ଗୀନ ଅଭିଯୋଗକୁ ସେନା ପକ୍ଷରୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇଛି । ଉକ୍ତ ଯୁବକ ଜଣଙ୍କ ଆହତ ଅବସ୍ଥାରେ ରାସ୍ତାରେ ପଡିଥିବା ଅବସ୍ଥାରେ ପାଟ୍ରୋଲିଂ ଟିମକୁ ମିଳିଥିଲା । ସେନା ଯବାନମାନେ ଉକ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ଆଣିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସେନା କହିଛି ।

ମୃତ ସଲମାନଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ରବିବାର ସଲମାନ ଓ ତାଙ୍କ ବନ୍ଧୁ ନିଖୋଜ ହୋଇାଯାଇଥିବା ଗାଇକୁ ଖୋଜିବା ପାଇଁ ଉକ୍ତ ଅଞ୍ଚଳକୁ ଯାଇଥିଲେ । ସେଠାରେ ତାଙ୍କୁ ପାଟ୍ରୋଲିଂ ଦାୟିତ୍ବରେ ଥିବା ସେନା ଯବାନମାନେ ଧରି ନେଇଥିଲେ । ସଲମାନଙ୍କ ସହ ଥିବା ଅନ୍ୟ ଜଣେ ଯୁବକ ଘଟଣାସ୍ଥଳରୁ ଖସି ଯିବାରେ ସଫଳ ହୋଇଥିବା ବେଳେ ସେନା ଯବାନଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଥିଲେ ସଲମାନ । ପରେ ତାଙ୍କୁ ନିସ୍ତୁକ ମାଡ ମାରିବା ସହ ଗୁରୁତର ଅବସ୍ଥାରେ ଯବାନମାନେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ସ୍ଥାନୀୟ ଜୈସଲମାର ଜିଲ୍ଲାପାଳ ଟିନା ଡାବି କହିଛନ୍ତି, ମୃତକଙ୍କ ପରିବାର ସଦସ୍ୟଙ୍କ ସହ ପ୍ରଶାସନ ଆଲୋଚନା କରିଛି । ଉଭୟ ସେନା ଓ ପ୍ରଦେଶ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଉକ୍ତ ଦିନ ପାଟ୍ରୋଲିଂ ଦାୟିତ୍ବରେ ଥିବା ସେନାର 6 ଯବାନଙ୍କୁ ବୁକ କରିଛି ରାଜସ୍ଥାନ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 2, 2022, 10:48 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.