ETV Bharat / bharat

ଜଳ ସଂରକ୍ଷଣ ପାଇଁ ଯୋଜନା ଜରୁରୀ, ରାସ୍ତା ଦେଖାଉଛି ସିମଲାର IIAS

ଇଟିଭି ଭାରତର ଜଳ ସଂରକ୍ଷଣ ଅଭିଯାନରେ ଦେଖନ୍ତୁ କିପରି ସିମଲାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଷ୍ଟଡିଜ ନାଁରେ ପରିଚିତ ଏହି କ୍ୟାମ୍ପସ ଓ କୋଠା ଏକପ୍ରକାର ଉଦାହର ସାଜିଛି । ଅଧିକ ପଢନ୍ତୁ...

ଜଳ ସଂରକ୍ଷଣ ପାଇଁ ଯୋଜନା ଜରୁରୀ, ରାସ୍ତା ଦେଖାଉଛି ସିମଲାର IIAS
ଜଳ ସଂରକ୍ଷଣ ପାଇଁ ଯୋଜନା ଜରୁରୀ, ରାସ୍ତା ଦେଖାଉଛି ସିମଲାର IIAS
author img

By

Published : Aug 10, 2020, 7:13 AM IST

Updated : Jul 24, 2021, 3:04 PM IST

ସିମଲା: ପାହାଡର ରାଣୀ ସିମଲାରେ ଥିବା ଏହି କୋଠା ଦୀର୍ଘ 132 ବର୍ଷରୁ ରାଜ୍ୟର ଶୋଭା ବଢାଇଆସୁଛି । ଆଜି ଏହା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଷ୍ଟଡିଜ ନାଁରେ ପରିଚିତ । ଦେଶ ବିଦେଶରୁ ଅନେକ ଛାତ୍ରଛାତ୍ରୀ ଏଠାରେ ଉଚ୍ଚ ଶିକ୍ଷା ପାଇଁ ପହଞ୍ଚିଥାନ୍ତି । କେବଳ ସେତିକି ନୁହେଁ ଲକ୍ଷ ଲକ୍ଷ ପର୍ଯ୍ୟଟକ ମଧ୍ୟ ଏହି କୋଠାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଏଠାକୁ ଆସନ୍ତି । ଇଟିଭି ଭାରତର ଜଳ ସଂରକ୍ଷଣ ଅଭିଯାନରେ ଆଜି ଆମେ ଏହି କୋଠା ବିଷୟରେ ନୁହେଁ ବରଂ ସିଷ୍ଟମ ବିଷୟରେ ଆପଣମାନଙ୍କୁ ଅବଗତ କରାଇବୁ, ଯାହା ବଳରେ ସବୁଜ ପରିବେଶ ମଧ୍ୟରେ ଏହି କୋଠାର ସୌନ୍ଦର୍ଯ୍ୟ ଦ୍ବିଗୁଣିତ ହୋଇପାରିଛି ।

  • " class="align-text-top noRightClick twitterSection" data="">

ସାରା ବିଶ୍ବରେ ଜଳ ସଂରକ୍ଷଣ ଏକ ବଡ ଚ୍ୟାଲେଞ୍ଜ । ହେଲେ ଇଂରେଜମାନେ 100 ବର୍ଷ ପୂର୍ବରୁ ହିଁ ଏହି ଚ୍ୟାଲେଞ୍ଜକୁ ପାର କରିବାର ଚାବି ଖୋଜି ପାଇଥିଲେ ।1888ରେ ଯେତେବେଳେ ଏହି କୋଠାର ନିର୍ମାଣ କରାଯାଇଥିଲା, ସେତେବେଳେ ମାଟି ତଳେ ନିର୍ମାଣ କରାଯାଇଥିଲା ବଡବଡ ପାଣି ଟ୍ୟାଙ୍କ୍‌ । ଏହାକୁ କୋଠାରେ ଲାଗିଥିବା ପାଇପ ସହ ଯୋଡା ଗଲା । ଏହାର ଉଦ୍ଦେଶ୍ୟ ଥିଲା ବର୍ଷା ସମୟରେ ଛାତ ଉପର ପାଣି ପାଇପ ଜରିଆରେ ଏହି ଟ୍ୟାଙ୍କିଗୁଡିକରେ ଭର୍ତ୍ତି ହୋଇଯିବ ଏବଂ ବର୍ଷା ଜଳକୁ ଭବିଷ୍ୟତ ପାଇଁ ସଞ୍ଚୟ କରିହେବ ।

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଷ୍ଟଡିଜ ପାଖାପାଖି 99 ଏକର ଜମିରେ ପରିବ୍ୟାପ୍ତ । ଏଥିମଧ୍ୟରୁ 30 ଏକର ଜମିରେ ଫୁଲ ବଗିଚା ରହିଛି । ଜଳ ସଂରକ୍ଷଣ ପାଇଁ କ୍ୟାମ୍ପସରେ 6 ଟି ଟାଙ୍କି ରହିଛି, ଯେଉଁଥିରେ ବର୍ଷା ଜଳ ସଂରକ୍ଷଣ କରାଯାଇଥାଏ ।ଥରେ ଭାବନ୍ତୁ ତ ଯଦି ବର୍ଷାଜଳ ସଂରକ୍ଷଣ ନହେବ, ତାହାଲେ ସମ୍ପୂର୍ଣ୍ଣ ପରିସରକୁ ସବୁଜ ଶ୍ୟାମଳ ରଖିବା ପାଇଁ ଅନେକ ମାତ୍ରାରେ ଅବ୍ୟାଚାର ପାଣି ନଷ୍ଟ ହେବ । ଆଉ ଯଦି ପାଣିର ଅଭାବ ହେବ, ତାହାଲେ ଏହି ସବୁଜ ଶ୍ୟାମଳ ବଗିଚା ମଧ୍ୟ ଧିରେ ଧିରେ ନଷ୍ଟ ହୋଇଯିବ । ହେଲେ ଇଂରେଜମାନଙ୍କ ଦୂରଦର୍ଶୀ ଚିନ୍ତାଧାରା ବିଶିଷ୍ଟ ସିଷ୍ଟମ ଯୋଗୁଁ ଗତ 100 ବର୍ଷ ମଧ୍ୟରେ ଏପରି ଅସୁବିଧା କେବେ ପରିଲକ୍ଷିତ ହୋଇନାହିଁ । କେବଳ ଏତିକି ନୁହଁ, 2018ରେ ସିମଲାରେ ଆସିଥିବା ଘୋର ଜଳ ସଙ୍କଟ ସମୟରେ ମଧ୍ୟ ଏହି ବଗିଚା ନିଜର ସୌନ୍ଧର୍ଯ୍ୟ ବଜାୟ ରଖିଥିଲା ।ବିଶେଷଜ୍ଞଙ୍କ ମତରେ ବର୍ଷା ସମୟରେ ପାଖାପାଖି 80 ପ୍ରତିଶତ ଜଳ ନଷ୍ଟ ହୋଇଥାଏ, ଯାହାର ଏକ ବଡ ଅଂଶକୁ ସଂରକ୍ଷଣ କରି ରଖାଯାଇପାରିବ । ଯଦିଓ ସ୍ଥଳଭାଗଠାରୁ ପାହାଡିଆ ଅଞ୍ଚଳରେ ଜଳ ସଂରକ୍ଷଣ କଠିନ, ତଥାପି ଭବିଷ୍ୟତର ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଜଳ ସଂରକ୍ଷଣ ନିତ୍ୟାନ୍ତ ଆବଶ୍ୟକ । କାରଣ ଜଳ ଅଛି ତ ଜୀବନ ଅଛି ।

ଜଳ ସଂରକ୍ଷଣର ଏହି ସିଷ୍ଟମ 1888ରୁ କାମ କରିଆସୁଛି । ସମୟ ସହ ଏହାକୁ ମରାମତି ମଧ୍ୟ କରାଯାଉଛି । ଏହାସହ ଭବିଷ୍ୟତରେ ବି ଆହୁରି ଆଧୁନିକ ସିଷ୍ଟମ ପାଇଁ ଯୋଜନା ରହିଛି ।ସରକାର ଯେଉଁ ସିଷ୍ଟମକୁ ଆପଣାଇବା ପାଇଁ ଫାଇଲ ମଧ୍ୟରେ ଛନ୍ଦି ହେଉଛନ୍ତି, ସେହି ସିଷ୍ଟମ ଗତ 100 ବର୍ଷରୁ ଏହି କୋଠାରେ କାମ କରୁଛି । ପାହାଡି ରାଜ୍ୟର ସରକାରୀ ସିଷ୍ଟମ ହୁଏତ ପାହାଡ ମଧ୍ୟରେ ଥିବା ଚ୍ୟାଲେଞ୍ଜର ଲୁହ ଗଡାଉ ଥାଇପାରେ, କିନ୍ତୁ ସିମଲାରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଷ୍ଟଡିଜରେ ଥିବା ବର୍ଷା ଜଳ ସଂରକ୍ଷଣ ସିଷ୍ଟମ ବିଶ୍ବ ପାଇଁ ଏକ ଉଦାହରଣ । ଏହା ଦର୍ଶାଉଛି ଯେ ଜଳ ସଂରକ୍ଷଣ କୌଣସି ରକେଟ ସାଇନ୍ସ ନୁହେଁ, ଏଥିପାଇଁ ସଠିକ ନୀତି ଓ ଯୋଜନାର ଆବଶ୍ୟକତା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 24, 2021, 3:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.