ETV Bharat / bharat

ଶିକ୍ଷା ପାଇଁ ବାଧକ ନୁହେଁ ବୟସ, ୫୮ବର୍ଷରେ ମାଷ୍ଟର ଡିଗ୍ରୀ ପାଇଲେ ମହିଳା

author img

By

Published : Apr 26, 2022, 10:54 PM IST

ଶିକ୍ଷା ପାଇଁ ବାଧକ ନୁହେଁ ବୟସ । ୫୮ ବର୍ଷୀୟା ମହିଳା ପାଇଲେ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ । ସମାବର୍ତ୍ତନ ଉତ୍ସବରେ ଗ୍ରହଣ କଲେ ପ୍ରମାଣପତ୍ର । ଅଧିକ ପଢନ୍ତୁ

IGNOUରୁ ମାଷ୍ଟର ଡିଗ୍ରୀ ପାଇଲେ 58 ବର୍ଷୀୟା ମହିଳା
ଶିକ୍ଷା ପାଇଁ ବାଧକ ନୁହେଁ ବୟସ, 58 ବର୍ଷରେ ମାଷ୍ଟର ଡିଗ୍ରୀ ପାଇଲେ ମହିଳା

ପାଟନା: କୁହାଯାଏ ଶିକ୍ଷା ପାଇଁ ଆଗ୍ରହ ଥିଲେ ବାଧକ ହୋଇପାରେନି କୌଣସି ବୟସ ସୀମା । ପାଟନାର ଆଶା କୁମାରୀ ଏହି ଉକ୍ତିକୁ ବାସ୍ତବରେ ପ୍ରମାଣିତ କରି ଦେଖାଇଛନ୍ତି । ୫୮ ବର୍ଷୀୟା ଆଶା ପାଟନାର ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟରୁ (IGNOU) ରାଜନୀତି ବିଜ୍ଞାନରେ ସ୍ନାତ୍ତକୋତର (ମାଷ୍ଟର ଡିଗ୍ରୀ) ହାସଲ କରିଛନ୍ତି ।

IGNOଶିକ୍ଷା ପାଇଁ ବାଧକ ନୁହେଁ ବୟସ, 58 ବର୍ଷରେ ମାଷ୍ଟର ଡିଗ୍ରୀ ପାଇଲେ ମହିଳାUରୁ ମାଷ୍ଟର ଡିଗ୍ରୀ ପାଇଲେ 58 ବର୍ଷୀୟା ମହିଳା
IGNOUଶିକ୍ଷା ପାଇଁ ବାଧକ ନୁହେଁ ବୟସ, 58 ବର୍ଷରେ ମାଷ୍ଟର ଡିଗ୍ରୀ ପାଇଲେ ମହିଳାରୁ ମାଷ୍ଟର ଡିଗ୍ରୀ ପାଇଲେ 58 ବର୍ଷୀୟା ମହିଳା

ଆଜି IGNOUର ୩୫ତମ ସମାବର୍ତ୍ତନ ଉତ୍ସବରେ ପ୍ରମାଣପତ୍ର ଗ୍ରହଣ କରିବା ଅବସରରେ ଆଶା କୁମାରୀ କହିଛନ୍ତି, ଯେ ଶିକ୍ଷା ହେଉଛି ଏକମାତ୍ର ମାଧ୍ୟମ ଯାହା ପ୍ରତ୍ୟେକ ଶ୍ରେଣୀ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରେ । ସମାଜରେ ଅସମାନତାକୁ ଦୂର କରେ, ତେଣୁ ଶିକ୍ଷା ଠାରୁ ବଡ଼ କିଛି ନାହିଁ ।

ମଙ୍ଗଳବାର ରାଜଧାନୀ ପାଟଣାର ବିଦ୍ୟାପତି ଭବନରେ IGNOU ପାଟଣାର ଆଞ୍ଚଳିକ କାର୍ଯ୍ୟାଳୟ ଦ୍ବାରା ୩୫ତମ ସାମାବର୍ତ୍ତନ ଉତ୍ସବ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆଶା କୁମାରୀ ଆକର୍ଷଣର କେନ୍ଦ୍ର ପାଲଟିଥିଲେ । ଯେତେବେଳେ ଆଶା କୁମାରୀ ମଞ୍ଚକୁ ଆସି ପ୍ରମାଣପତ୍ର ଗ୍ରହଣ କରିଥିଲେ, ସେତେବେଳେ ସମଗ୍ର ଅଡିଟୋରିୟମ କରତାଳିରେ କମ୍ପି ଉଠିଥିଲେ ।

ଏଠାରେ ଆଉ ଏକ ରୋଚକ କଥା ହେଉଛି, ଏହା ହେଉଛି ଆଶାଙ୍କର ଦ୍ବିତୀୟ ମାଷ୍ଟର ଡିଗ୍ରୀ । କିଛି ବର୍ଷ ପୂର୍ବେ ସେ ଦୂର ନିରନ୍ତର ଶିକ୍ଷା ମାଧ୍ୟମରେ IGNOU ରୁ ଇତିହାସରେ ମଧ୍ୟ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ ଏବଂ ବର୍ତ୍ତମାନ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.